Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ବିସ୍ଫୋରଣରେ ଉଡିଲା ଆତଙ୍କବାଦୀର ଘର

    Share on :
    ajab-Image
    Date: Apr 25, 2025    Views: 4126

    ନୂଆଦିଲ୍ଲୀ: ବିସ୍ଫୋରଣରେ ଉଡିଲା ଆତଙ୍କବାଦୀର ଘର। ଆତଙ୍କବାଦୀ ଆସିଫ୍ ଶେଖ୍‌ ଓ ଆଦିଲ ଗୁରିର ଘରକୁ ଆଇଡି ବିସ୍ଫୋରଣରେ ଉଡାଇ ଦିଆଯାଇଛି । ଜମ୍ମୁକାଶ୍ମୀରର ତ୍ରାଲ ଓ ବିଜବେହାରାରେ ଥିବା ଘରକୁ ମାଟିରେ ମିଶାଇ ଦେଇଛି ଭାରତୀୟ ସେନା। ପହଲଗାମ୍‌ ଆତଙ୍କବାଦୀ ଆକ୍ରମଣରେ ଆସିଫର ସମ୍ପୃକ୍ତି ଥିବା ସନ୍ଦେହରେ ବଡ଼ କାର୍ୟ୍ୟାନୁଷ୍ଠାନ ନିଆଯାଇଛି। ପହଲଗାମ୍ ଆତଙ୍କବାଦୀ ଆକ୍ରମଣ ପରେ ଯେଉଁ ସ୍କେଚ୍ ଓ ଫଟୋ ଜାରି କରାଯାଇଥିଲା ସେଥିରେ ଆସିଫ୍‌ ଓ ଆଦିର ସମ୍ପୃକ୍ତି ରହିଥିବା ପ୍ରମାଣ ମିଳିଛି ।
    ପହଲଗାମ ଆକ୍ରମଣର ପ୍ରତିଶୋଧ ନେବା ପାଇଁ ଜମ୍ମୁକାଶ୍ମୀରରେ ଜାରି ରହିଛି ସେନାର ଅପରେସନ୍ । ବାନ୍ଦିପୁରାରେ ଗତକାଲିରୁ ଆତଙ୍କବାଦୀଙ୍କ ସହ ଗୁଳୁବିନିମୟ ଚାଲିଛି । ଏଥିରେ ଜଣେ କୁଖ୍ୟାତ ଆତଙ୍କବାଦୀର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଲସ୍କର କମାଣ୍ଡର ଅଲତାଫକୁ ନିପାତ କରିଛି ଭାରତୀୟ ସେନା । ସେପଟେ ଆତଙ୍କୀଙ୍କ ଗୁଳିରେ ୨ ଯବାନ ଆହତ ହୋଇଛନ୍ତି । ସୀମାରେ ସ୍ଥିତି ଉତ୍ତେଜନା ପୂର୍ଣ୍ଣ ରହିଛି । ସେପଟେ ଭାରତ - ପାକିସ୍ତାନ ସୀମାରେ ଆରମ୍ଭ ହୋଇଯାଇଛି ଗୁଳିବିନିମୟ। ଗତକାଲି ରାତି ସାରା ଚାଲିଥିଲା ଫାୟାରିଂ। ଅସ୍ତ୍ରବିରତି ଉଲ୍ଲଙ୍ଘନ କରିଛି ପାକିସ୍ତାନ ସେନା। ପହଲଗାମ ଆକ୍ରମଣକୁ ନେଇ ପାକିସ୍ତାନ ବିରୋଧରେ କଡା କାର୍ୟ୍ୟାନୁଷ୍ଠାନ ପରେ ଛାନିଆ ହୋଇ ପଡିଛି ପଡୋଶୀ । ସାରା ରାତି ପାକ୍ ସେନା ପକ୍ଷରୁ ଗୁଳିବିନିମୟ କରାଯାଇଛି । ଯାହାର କଡ଼ା ଜବାବ ଦେଉଛନ୍ତି ଭାରତୀୟ ଯବାନ । ଏଥିରେ କେହି ମୃତହାତ ହୋଇ ନଥିବା ସୂଚନା ମିଳିଛି । ସେପଟେ  ଅମ୍ବାଲାରେ ଯୁଦ୍ଧାଭ୍ୟାସ କରିଛି ଭାରତ ।  ଆକାଶରେ ଗର୍ଜିଛନ୍ତି ରାଫେଲ , ସୁଖୋଇ-୩୦ ଭଳି ଲଢୁଆ ବିମାନ ।  ଆକ୍ରମଣ ନାଁରେ  ଏହି ଯୁଦ୍ଧାଭ୍ୟାସ ହୋଇଛି । ଭାରତ -ପାକିସ୍ତାନ ଉତ୍ତେଜନା ମଧ୍ୟରେ ଯୁଦ୍ଧଭ୍ୟାସ କରିଛି  ବାୟୁସେନା । ଆକାଶମାର୍ଗରୁ ଏହି କାର୍ୟ୍ୟାନୁଷ୍ଠାନ ପାଇଁ ପ୍ରସ୍ତୁତି ଚାଲିଛି । 

    Maximum 500 characters

    ଦେଶ ବିଦେଶ View all

    Find Us on Facebook