Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ତାଜା ଖବର

ମୁଖ୍ୟ ଖବର

    ବଡ଼ ଖବର: ଡିଜିପି ସମ୍ମିଳନୀକୁ ଖଲିସ୍ତାନୀ ଆତଙ୍କୀ ଧମକ

    Share on :
    ajab-Image
    Date: Nov 28, 2024    Views: 4447

    ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ହେବାକୁ ଥିବା ଡିଜିପି ସମ୍ମିଳନୀକୁ ନେଇ ଏକ ବଡ଼ ଖବର ସାମନାକୁ ଆସିଛି । ତାହା ହେଲା  ଡିଜିପି ସମ୍ମିଳନୀକୁ ଭଣ୍ଡୁର କରିବାକୁ ଖଲିସ୍ତାନୀ ଆତଙ୍କୀ ଧମକ ମିଳିଛି । ଡିଜିପି ସମ୍ମିଳନୀକୁ ନେଇ ଧମକପୂର୍ଣ୍ଣ ମେସେଜ ଆସିଛି । ବିଚ୍ଛିନ୍ନତାବାଦୀ ଖଲିସ୍ତାନୀ ଆତଙ୍କବାଦୀ ପନୁନ ପକ୍ଷରୁ ଏହି ମେସେଜ ଆସିଛି । 

    ସର୍ବଭାରତୀୟ କାର୍ଯ୍ୟକ୍ରମକୁ ଟାର୍ଗେଟ କରିବାକୁ ପନୁନ ଆହ୍ୱାନ ଦେଇଛି । ମନ୍ଦିର ଓ ହୋଟେଲରେ ଛଦ୍ମବେଶରେ ରହି କାର୍ଯ୍ୟକ୍ରମରେ ବିଭ୍ରାଟ ସୃଷ୍ଟି କରିବାକୁ ଖଲିସ୍ତାନୀ ଆତଙ୍କବାଦୀ ପନୁନ ପକ୍ଷରୁ ଆହ୍ୱାନ ଦିଆଯାଇଛି । 

    ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ସ୍ଵରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଏବଂ ଜାତୀୟ ସୁରକ୍ଷା ଉପଦେଷ୍ଟା(ଏନଏସଏ) ଅଜିତ ଡୋଭାଲ ଯୋଗଦେବାର କାର୍ୟ୍ୟକ୍ରମ ରହିଥିବାବେଳେ ପନ୍ନୁନର ଏହି ଧମକପୂର୍ଣ୍ଣ ବାର୍ତ୍ତାକୁ ନେଇ ରାଜଧାନୀରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଥିବା ପୁଲିସ ପକ୍ଷରୁ କୁହାଯାଇଛି।

    ପନ୍ନୁନ ଗୁରୁବାର ଏହି ଭିଡିଓ ବାର୍ତ୍ତା ଜାରି କରିଛି। ଭିଡିଓରେ ସେ କହିଛି ଯେ, ହିନ୍ଦୁତ୍ଵ ଚିନ୍ତାଧାରା ଅଧୀନରେ ଏହି ଡିଜିପି ସମ୍ମିଳନୀ କରାଯାଉଛି। ଖଲିସ୍ତାନ ଶିଖଙ୍କ ସମର୍ଥନକାରୀ, କାଶ୍ମୀରୀ ଯୋଦ୍ଧା, ଆତଙ୍କବାଦୀ ଏବଂ ମାଓବାଦୀଙ୍କୁ ହତ୍ୟା କରିବାକୁ ଯୋଜନା କରାଯାଉଛି। ମୋଦୀ-ଶାହ-ଡୋଭାଲ ଭୁବନେଶ୍ଵରକୁ ବଡ଼ ବିପଦ ଆଣୁଛନ୍ତି ବୋଲି ସେ କହିଛି। 

    ରାଜଧାନୀରେ ସୁରକ୍ଷା କଡ଼ାକଡ଼ି କରାଯାଇଛି । ଚାରିଆଡ଼େ ପଇଁତରା ମାରୁଛନ୍ତି ବିଏସଏଫ୍ ଯବାନ। ରାଜ୍ୟ ଅତିଥି ଭବନରୁ ଆରମ୍ଭ କରି ଆଖପାଖ ଅଞ୍ଚଳରେ ସଶସ୍ତ୍ର ବିଏସଏଫ ଯବାନ ମୁତୟନ କରାଯାଇଛି। ସବୁ ବିଲଡିଂକୁ ତନ୍ନତନ୍ନ କରି ଯାଞ୍ଚ କରିବା ସହ କଡ଼ା ନଜର ରଖାଯାଇଛି।

    ଡିଜିପି ସମ୍ମିଳନୀ ପାଇଁ ସଜେଇ ହୋଇଛି ଭୁବନେଶ୍ୱର। ରାଜ୍ୟ ଅତିଥି ଭବନଠୁ ଆରମ୍ଭ କରି ରାସ୍ତାଘାଟ ସବୁଠି ସାଜସଜ୍ଜା ଚାଲିଛି। ରଙ୍ଗୀନ୍ ଆଲୋକମାଳାରେ ଝଲସୁଛି ରାଜଧାନୀ। ସବୁଠି ଚୂଡାନ୍ତ ପର୍ୟ୍ୟାୟରେ ପହଞ୍ଚିଛି ପ୍ରସ୍ତୁତି। 

    Maximum 500 characters

    ତାଜା ଖବର View all

    Find Us on Facebook