ମୁଖ୍ୟ ଖବର
ବାଲେଶ୍ୱର : ଜମ୍ମୁ-କଶ୍ମୀରର ପହଲଗାମରେ ଆତଙ୍କୀ ଆକ୍ରମଣରେ ପ୍ରାଣ ହରାଇଥିବା ଓଡ଼ିଆ ଯୁବକ ପ୍ରଶାନ୍ତ ଶତପଥୀଙ୍କ ଆଜି ହେବ ଶେଷକୃତ୍ୟ। ଆଜି ଭୋରରେ ବାଲେଶ୍ୱର ଇସାଣୀରେ ପହଞ୍ଚିଛି ମରଶରୀର। ଏନେଇ ସାରା ଗାଁରେ ଶୋକାକୂଳ ପରିବେଶ ରହିଛି। ଗତକାଲି ରାତିରେ ମରଶରୀର ଜମ୍ମୁ-କଶ୍ମୀରରୁ ଆସି ଭୁବନେଶ୍ୱରରେ ପହଞ୍ଚିଥିଲା। ଭୁବନେଶ୍ବର ବିମାନବନ୍ଦରରେ ରାତି ପ୍ରାୟ ୧୨ଟା ୩୦ମିନିଟରେ ପହଞ୍ଚିଥିଲା ପ୍ରଶାନ୍ତଙ୍କ ମରଶରୀର।
ଏହାପରେ ପୈତୃକ ଗ୍ରାମ ବାଲେଶ୍ୱର ଇସାଣୀ ଗାଁ ଅଭିମୁଖେ ବାହାରିଥିଲା ପାର୍ଥୀବ ଶରୀର। ପ୍ରଶାନ୍ତଙ୍କ ଶେଷକୃତ୍ୟ ପାଇଁ ଜିଲ୍ଲା ପ୍ରଶାସନ ଆରମ୍ଭ କରିଛି ପ୍ରସ୍ତତି। ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବାଲେଶ୍ୱର ଇସାଣୀ ଗାଁ ଗସ୍ତ କରି ଶେଷକୃତ୍ୟରେ ସାମିଲ ହେବା ନେଇ ସୂଚନା ରହିଛି।
Comments ସମସ୍ତ ମତାମତ