Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଅଜବ

ମୁଖ୍ୟ ଖବର

    ପାଣି ତଳେ ମନ୍ଦିର

    Share on :
    ajab-Image
    Date: Nov 28, 2019    Views: 936

    ସନାତନ ଧର୍ମ ଅନୁ୍ୟନ ବାର ହଜାର ବର୍ଷ ପୁରୁଣା । ଏହା ଏକଦା ବେଶ୍ ସମ୍ପ୍ରସାରିତ ହୋଇଥିଲା । ଭାରତ ବାହାରେ ଅନେକ ଅଞ୍ଚଳରେ ହିନ୍ଦୁ ମନ୍ଦିରର ଧ୍ୱଂସାବଶେଷ ଏହାର ପ୍ରମାଣ । ପଚିଶ ଶହ ବର୍ଷ ତଳେ ଆବ୍ରାହମିକ ଧର୍ମର ଉତ୍ଥାନ ସହ ଏହାର ପତନ ପର୍ବ ଆରମ୍ଭ ହୋଇଥିଲା । ଏକ ପ୍ରାଚୀନ ମନ୍ଦିରର ଅବଶେଷ ବାଲି ନିକଟସ୍ଥ ସମୁଦ୍ରରେ ଦେଖିବାକୁ ମିଳେ । ପୂଜା ହେଉନଥିଲେ ହେଁ ଏହାର ଧାର୍ମିକ ତଥା ପର୍ଯ୍ୟଟନ ଗୁରୁତ୍ୱ ରହିଛି । ବାଲିର ପେମୁତେରାନ୍ ବେଳାଭୂମିରୁ ମୋଟର ବୋଟ୍ରେ ସମୁଦ୍ର ଭିତରକୁ ଯାଇ ବୁଡ଼ାଳିଙ୍କ ସାହାଯ୍ୟରେ କେବଳ ସ୍କୁବା ଡାଇଭିଂ ଦ୍ୱାରା ଏହି ମନ୍ଦିର ଦେଖିହୁଏ । ସ୍ଥାନୀୟ ଭାଷାରେ ଏହାର ନାମ ‘ଜଳ ତଳ ମନ୍ଦିର ବଗିଚା’ । ପାଣି ତଳେ ବିଷ୍ଣୁ, ବୁଦ୍ଧ ଓ ଅନେକ ଦେବା ଦେବୀଙ୍କ ବିଶାଳ ପ୍ରତୀୟମାନ ଦେଖିବାକୁ ମିଳେ । ପାଞ୍ଚ ହଜାର ବର୍ଷ ତଳେ ସ୍ଥଳ ଭାଗରେ ମନ୍ଦିର ତିଆରି ହୋଇଥିଲା । ସମୁଦ୍ର ଜଳ ସ୍ତର ବଢ଼ିବା କାରଣରୁ ମନ୍ଦିର ପାଣି ତଳକୁ ଯାଇଥିଲା । ଉଲ୍ଲେଖଯୋଗ୍ୟ ଯେ, ଗତ କେତେ ହଜାର ବର୍ଷ ମଧ୍ୟରେ ଭାରତ ମହାସାଗର ଓ ଆରବ ସାଗରର ଜଳ ସ୍ତର ପାଞ୍ଚ ଶହ ମିଟର ବଢ଼ିଛି । ଏହି କାରଣରୁ ରାମ ସେତୁ, ଶ୍ରୀକୃଷ୍ଣଙ୍କ ଦ୍ୱାରକା ନଗରୀ ଆଦି ପାଣିରେ ବୁଡ଼ିଥିବା ବିଶ୍ୱାସ କରାଯାଏ ।

    Maximum 500 characters

    ଅଜବ View all

    Find Us on Facebook