Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି ତଡ଼କା

ମୁଖ୍ୟ ଖବର

    ପାର୍ଟିରୁ ଇସ୍ତଫା ଦେବେ ତେଜପ୍ରତାପ ଯାଦବ

    Share on :
    ajab-Image
    Date: Apr 26, 2022    Views: 6978

    ପାଟନା: ଆରଜେଡି ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ତେଜପ୍ରତାପ ଯାଦବଙ୍କ ବଡ ଘୋଷଣା ବିହାର ରାଜନୀତିରେ ଚହଳ ପକାଇଛି। ପାର୍ଟିରୁ ସେ ଶୀଘ୍ର ଇସ୍ତଫା ଦେବେ ବୋଲି ଟୁଇଟ୍ ଜରିଆରେ ସୋମବାର ସେ ସୂଚନା ଦେଇଛନ୍ତି। ଖୁବ୍ ଶୀଘ୍ର ସେ ପିତା ତଥା ଆରଜେଡି ରାଷ୍ଟ୍ରୀୟ ଅଧ୍ୟକ୍ଷ ଲାଲୁ ପ୍ରସାଦ ଯାଦବଙ୍କୁ ଭେଟି ନିଜର ଇସ୍ତଫା ପ୍ରଦାନ କରିବେ ବୋଲି ତେଜପ୍ରତାପ କହିଛନ୍ତି।

    ସୂଚନାଯୋଗ୍ୟ, ତେଜପ୍ରତାପ ଯାଦବ ନିଜର ବୟାନକୁ ନେଇ ସର୍ବଦା ଚର୍ଚ୍ଚାରେ ରହି ଆସିଛନ୍ତି। ମାର୍ଚ୍ଚ ୨୬ରେ ତେଜ ପ୍ରତାପ ଦୁଇଟି ଟୁଇଟ୍ କରି ଅନେକ ନେତାଙ୍କ ମୁଖା ଖୋଲି ଦେବେ ବୋଲି କହିଥିଲେ। ପ୍ରଥମ ଟୁଇଟରେ ଲେଖିଥିଲେ, ସମୟ ଆସି ସାରିଛି ବଡ ଖୁଲାସା କରିବାର। ଶୀଘ୍ର ସେହି ମାନଙ୍କ ମୁଖା ଖୋଲିବି ଯେଉଁମାନେ ମୋତେ ଅବୁଝା ଭାବିବାର ଭୁଲ୍ କରିଛନ୍ତି।

    ନିଜର ଦ୍ଵିତୀୟ ଟୁଇଟରେ ତେଜ ପ୍ରତାପ ଲେଖିଥିଲେ, ବେକରେ ତୁଳସୀମାଳ ଏବଂ ହୃଦୟରେ ପାପଟ୍ଟଈଶ୍ଵରଙ୍କ ନାମର ସାହାରା ନେଉଥିବା ଏହି ଛଦ୍ମବେଶୀଙ୍କୁ ଶୀଘ୍ର ସଜା ମିଳିବ। ଶୀଘ୍ର ସେମାନଙ୍କର ଏମିତି ଖୁଲାସା କରିବି ଯେମିତି ନର୍କର ସଜା ଭୋଗିବେ।

    Maximum 500 characters

    ରାଜନୀତି ତଡ଼କା View all

    Find Us on Facebook