ମୁଖ୍ୟ ଖବର
ପାଟନା: ଇଣ୍ଡିଆ ଟୁଡେ ଆକ୍ସିସ ମାଇଁ ଇଣ୍ଡିଆ ଜନମତ ସର୍ଭେ ଅନୁଯାୟୀ ବିହାରରେ ଆରଜେଡି ନେତା ତଥା ମହାମେଣ୍ଟର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ତେଜସ୍ୱୀ ଯାଦବ ବିହାର ମୁଖ୍ୟମନ୍ତ୍ରୀ ପଦ ପାଇଁ ସବୁଠୁ ଅଧିକ ପସନ୍ଦର ପ୍ରାର୍ଥୀ । ଅନ୍ୟ ପକ୍ଷେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଦ୍ୱିତୀୟ ସ୍ଥାନରେ ରହିଛି । ସର୍ଭେରେ ସାମିଲ ହୋଇଥିବା ୪୪ ପ୍ରତିଶତ ଲୋକ ତେଜସ୍ୱୀ ଯାଦବଙ୍କୁ ବିହାରର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ଭାବେ ଚାହୁଁଥିବା ବେଳେ ୩୫ ପ୍ରତିଶତ ଲୋକ ନୀତୀଶ କୁମାରଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ନାହାନ୍ତି । ୭ ପ୍ରତିଶତ ଲୋକ ଏଲଜେପିର ଚିରାଗ ପାଶ୍ୱାନଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ଚାହାଁନ୍ତି ଏବଂ ଆରଏଲଏସପିର ଉପେନ୍ଦ୍ର କୁଶୱାହାଙ୍କୁ ମାତ୍ର ୪ ପ୍ରତିଶତ ଲୋକ ମୁଖ୍ୟମନ୍ତ୍ରୀ ଭାବେ ଚାହାଁନ୍ତି ।
Comments ସମସ୍ତ ମତାମତ