Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ତେଜସ ଯୁଦ୍ଧ ବିମାନ କ୍ରାଶ, ପାଇଲଟ ମୃତ

    Share on :
    ajab-Image
    Date: Nov 21, 2025    Views: 3003

    ଦୁବାଇ ଏୟାର ଶୋ’ ବେଳେ ବଡ଼ ଅଘଟଣ। ଏୟାର ଶୋ’ରେ ଭାଗ ନେଇଥିବା ଭାରତୀୟ ବାୟୁସେନାର ତେଜସ ଯୁଦ୍ଧ ବିମାନ କ୍ରାଶ ହୋଇଯାଇଛି। ଆକାଶରେ ତେଜସ ଯୁଦ୍ଧ ବିମାନ ନିଜର ରଣକୌଶଳ ଦେଖାଉଥିବା ବେଳେ କ୍ରାଶ ହୋଇଛି। ବିମାନଟି ନିୟନ୍ତ୍ରଣ ହରାଇ ସିଧା ତଳକୁ ଖସିବା ସହ ଆଖି ପିଛୁଳାକେ ଜଳି ପାଉଁଶ ହୋଇଯାଇଛି। ପୂରା ଅଞ୍ଚଳର କଳା ଧୂଆଁରେ ଭରି ଯାଇଥିବା ବେଳେ ଏମର୍ଜେନ୍ସି ସାଇରନ ଶୁଣିବାକୁ ମିଳିଛି। ଯୁଦ୍ଧ ବିମାନ ତଳକୁ ଖସିବା ପରେ ଜଳି ଯାଇଥିବା ବେଳେ ଏହା ମଧ୍ୟରେ ଥିବା ପାଇଲଟଙ୍କ ମୃତ୍ୟୁ ହୋଇଛି। ବିମାନଟି ନିୟନ୍ତ୍ରଣ ହରାଇ ତଳକୁ ଖସିବା ବେଳେ ଏହାର ପାଇଲଟ ବାହାରିବାକୁ ସକ୍ଷମ ହୋଇ ନଥିଲେ। ସେ ଘଟଣାସ୍ଥଳରେ ପ୍ରାଣ ହରାଇଥିବା ବାୟୁସେନା ପକ୍ଷରୁ ସ୍ପଷ୍ଟ କରାଯାଇଛି। 

    ବାୟୁସେନା ପକ୍ଷରୁ କୁହାଯାଇଛି ଯେ ଦୁବାଇ ଏୟାର ଶୋ’ରେ ରଣକୌଶଳ ଦେଖାଉଥିବା ବେଳେ ଗୋଟିଏ ଆଇଏଏଫ ତେଜସ ଦୁର୍ଘଟଣା ଗ୍ରସ୍ତ ହୋଇଛି। ଏହି ଦୁର୍ଘଟଣାରେ ପାଇଲଟ ପ୍ରାଣ ହରାଇଛନ୍ତି। ଭାରତୀୟ ବାୟୁ ସେନା ଘଟଣାରେ ଶୋକ ପ୍ରକାଶ କରିବା ସହ ମୃତକଙ୍କ ପରିବାର ସହ ରହିଥିବା କହିଛି। ସେହିପରି ଦୁର୍ଘଟଣାର କାରଣ ଜାଣିବା ପାଇଁ କୋର୍ଟ ଅଫ ଇନକ୍ୱାରୀ ନିର୍ଦ୍ଦେଶ ଦିଆଯାଇଥିବା ବାୟୁସେନା କହିଛି। ସାମ୍ନାକୁ ଆସିଥିବା ଭିଡିଓରେ ଦେଖିବାକୁ ମିଳୁଛି ଯେ ତେଜସ ଯୁଦ୍ଧ ବିମାନ ଆକାଶରେ ଉଡ଼ୁଥିବା ବେଳେ ହଠାତ୍‌ ତଳ ମୁହାଁ ହେଉଛି। ଏହାପରେ ଏହା ସିଧା ଏୟାର ପୋର୍ଟ ନିକଟ ବାଲିରେ ଦ୍ରୁତଗତିରେ ପିଟି ହେଉଛି। କ୍ରାଶ ହେବା ପରେ ଏହା ଜଳି ପାଉଁଶ ହୋଇଯାଇଛି। ପୂରା କ୍ରାଶର ଦୃଶ୍ୟ କ୍ୟାମେରାରେ କଏଦ ହୋଇଥିବା ବେଳେ ପାଇଲଟ ଏଥରୁ ବାହାରୁ ଥିବା କୌଣସି ପ୍ରକାରର ଦେଖାଯାଉ ନାହିଁ।   

    Maximum 500 characters

    ଦେଶ ବିଦେଶ View all

    Find Us on Facebook