Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ନୂଆ ଦଳ ଘୋଷଣା କରିପାରନ୍ତି ତେଜ ପ୍ରତାପ ଯାଦବ

    Share on :
    ajab-Image
    Date: Jul 18, 2025    Views: 3161

    ପାଟନା: ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବଙ୍କ ବଡ଼ ପୁଅ ତେଜ ପ୍ରତାପ ଯାଦବ ଆଜି (ଶୁକ୍ରବାର)  ନୂଆ ଦଳ ଘୋଷଣା କରିପାରନ୍ତି। ସେ ସନ୍ଧ୍ୟାରେ ତାଙ୍କ ବାସଭବନରେ ଏକ ସାମ୍ବାଦିକ ସମ୍ମିଳନୀ କରିବେ । ଏହି ସମ୍ମିଳନୀରେ ନୂତନ ଦଳ/ସଂଗଠନ ବିଷୟରେ ସୂଚନା ଦେଇପାରନ୍ତି ବୋଲି ଚର୍ଚ୍ଚା ହେଉଛି । କିଛି ଦିନ ପୂର୍ବରୁ ତାଙ୍କ ବାପା ତାଙ୍କୁ ଆରଜେଡିରୁ ଛଅ ବର୍ଷ ପାଇଁ ବହିଷ୍କାର କରିଥିଲେ। କେବଳ ସେତିକି ନୁହେଁ, ତାଙ୍କୁ ପରିବାରରୁ ମଧ୍ୟ ବହିଷ୍କାର କରାଯାଇଥିଲା ।

    ଚଳିତ ବର୍ଷ (୨୦୨୫) ବିହାରରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ତେଜ ପ୍ରତାପ ଯାଦବ ବର୍ତ୍ତମାନ ହସନପୁରର ବିଧାୟକ। ସେ ୨୦୧୫ ରୁ ୨୦୨୦ ପର୍ୟ୍ୟନ୍ତ ମହୁଆର ବିଧାୟକ ଥିଲେ । ଦଳରୁ ୬ ବର୍ଷ ପାଇଁ ବହିଷ୍କାର କରାଯାଇଥିବାରୁ ସେ ନିଜ ପାଇଁବିକଳ୍ପ ଚିନ୍ତା କରୁଛନ୍ତି । ସେ ବିହାର ବିଧାନସଭା ନିର୍ବାଚନରେ ନିଜର ଶକ୍ତି ଦେଖାଇବା ଲାଗି ନୂଆ ଦଳର ଘୋଷଣା କରିପାରନ୍ତି । 

    ଏହି ପୂରା ମାମଲା ଅନୁଷ୍କା ଯାଦବଙ୍କ ସହ ଜଡିତ। ଗୋଟିଏ ପଟେ ତେଜ ପ୍ରତାପ ଯାଦବଙ୍କ ଐଶ୍ୱର୍ୟ୍ୟା ରାୟଙ୍କ ସହ ଛାଡପତ୍ର ମାମଲା ପୂର୍ବରୁ ଚାଲିଛି । ଅନ୍ୟପଟେ ସେ ନିଜେ କିଛି ଦିନ ପୂର୍ବରୁ ଏହା ସାର୍ବଜନୀନ କରିଥିଲେ ଯେ, ସେ ଅନୁଷ୍କାଙ୍କ ସହ ସମ୍ପର୍କରେ ଅଛନ୍ତି।  ଏହା ପରେ ତାଙ୍କ ପିତା ଲାଲୁ ପ୍ରସାଦ ଯାଦବ ତାଙ୍କୁ ୬ ବର୍ଷ ପାଇଁ ଦଳରୁ ବହିଷ୍କାର କରିଥିଲେ। ସେ ତାଙ୍କୁ ପରିବାରରୁ ମଧ୍ୟ ବହିଷ୍କାର କରିଥିଲେ।

    ନୂଆ ଦଳ ନେଇ ଖବର ଆସିବା ପରେ, ଆଉ ଏକ ଆଲୋଚନା ଆରମ୍ଭ ହୋଇଛି । ଅନୁଷ୍କା ଯାଦବ ମଧ୍ୟ ତେଜ ପ୍ରତାପଙ୍କ ଦଳରେ ଯୋଗ ଦେଇପାରନ୍ତି ବୋଲି ଆଲୋଚନା ହେଉଛି। ଯଦିଓ ଏବେ ଏନେଇ ଆନୁଷ୍ଠାନିକ ଘୋଷଣା ହୋଇନାହିଁ, କିନ୍ତୁ ରାଜନୀତିରେ ସବୁକିଛି ସମ୍ଭବ ।

    Maximum 500 characters

    ଦେଶ ବିଦେଶ View all

    Find Us on Facebook