Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଖେଳ ଖବର

ମୁଖ୍ୟ ଖବର

    ବିଶ୍ୱ ଦିନିକିଆ କ୍ରିକେଟରେ ଏକ ନମ୍ବର ଟିମ୍ ଇଣ୍ଡିଆ

    Share on :
    ajab-Image
    Date: Jan 25, 2023    Views: 3864

    ତୃତୀୟ ଦିନିକିଆରେ ନ୍ୟୁଜିଲାଣ୍ଡକୁ ୯୦ ରନରେ ହରାଇ ଦେଇଛି ଟିମ୍ ଇଣ୍ଡିଆ । ଏହା ୩-୦ରେ କ୍ଲିନ୍ ସୁଇପ୍ କରି ସିରିଜ ବିଜୟ ହାସଲ କରିଛି ଘରୋଇ ଦଳ । ବିଜୟ ସହ ବିଶ୍ୱ ଦିନିକିଆ କ୍ରିକେଟରେ ଏକ ନମ୍ବର ସ୍ଥାନ ଅଧିକାର କରିଛି ଭାରତ । ଇନ୍ଦୋରର ହୋଲକର ଷ୍ଟାଡିୟମରେ ଖେଳା ଯାଉଥିବା ତୃତୀୟ ଦିନିକିଆରେ ଟସ୍ ଜିତି ଭାରତକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା ନ୍ୟୁଜିଲାଣ୍ଡ । ତେବେ ନ୍ୟୁଜିଲାଣ୍ଡର ଗେମ୍ ପ୍ଲାନକୁ ଭୁଲ ପ୍ରମାଣିତ କରି ଦେଇଥିଲେ ଭାରତର ଦୁଇ ଓପନର୍ ରୋହିତ ଶର୍ମା ଓ ଶୁଭମନ୍ ଗିଲ୍ । ଦୁହିଁଙ୍କ ମଧ୍ୟରେ ୨୧୨ ରନ୍ର ପାର୍ଟନର୍ସିପ୍ ନ୍ୟୁଜିଲାଣ୍ଡକୁ ବ୍ୟାକ୍ଫୁଟକୁ ନେଇ ଯାଇଥିଲା । କୌଣସି ବୋଲର୍ ପ୍ରଭାବ ପକାଇ ପାରି ନଥିଲେ । ୨୭ ନମ୍ବର ଓଭରରେ ପ୍ରଥମ ୱିକେଟ ହାସଲ କରିଥିଲା ନ୍ୟୁଜିଲାଣ୍ଡ ।

    ଅଧିନାୟକ ରୋହିତ ଶର୍ମା ଓ ଶୁଭମନ୍ ଗିଲ୍ ଛକା, ଚୌକା ବର୍ଷା କରିଥିଲେ । ଉଭୟ ଶତକୀୟ ଇନିଂସ ଖେଳି ଆଉଟ୍ ହେବା ପରେ ଭାରତର ରନ୍ ଗତିରେ ବ୍ରେକ୍ ଲାଗିଥିଲା । କିଛି ୱିକେଟ୍ ଅକ୍ତିଆର କରିଥିଲେ ନ୍ୟୁଜିଲାଣ୍ଡ ବୋଲର । ତେବେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଅର୍ଦ୍ଧଶତକ ବଳରେ ୩୮୫ ରନ୍ର ବିଶାଳ ସ୍କୋର କରିବାକୁ ସମର୍ଥ ହୋଇଥିଲା ଭାରତ । ନିର୍ଦ୍ଧାରିତ ୫୦ ଓଭରରେ ଭାରତ ୯ଟି ୱିକେଟ୍ ହରାଇଥିଲା । ୩୮୬ ରନ୍ର ବିଜୟ ଲକ୍ଷ୍ୟ ନେଇ ବ୍ୟାଟିଂ ଆରମ୍ଭ କରିଥିଲା ନ୍ୟୁଜିଲାଣ୍ଡ । ୪୨ ଓଭରରେ ୨୯୫ ରନ୍ କରି ଅଲ୍ ଆଉଟ୍ ହୋଇ ଯାଇଥିଲା ଭ୍ରମଣକାରୀ ଦଳ । ଫଳରେ ୯୦ ରନ୍ରେ ମ୍ୟାଚକୁ ଜିତି ନେଇଥିଲା ଟିମ୍ ଇଣ୍ଡିଆ । ଏହି ବିଜୟ ପରେ ଅଷ୍ଟ୍ରେଲିଆ, ଇଂଲଣ୍ଡ ଓ ନ୍ୟୁଜିଲାଣ୍ଡକୁ ପଛରେ ପକାଇ ବିଶ୍ୱ ଦିନିକିଆ କ୍ରିକେଟରେ ଏକ ନମ୍ବର ସ୍ଥାନ ହାସଲ କରିଛି ଭାରତ ।

    Maximum 500 characters

    ଖେଳ ଖବର View all

    Find Us on Facebook