Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଖେଳ ଖବର

ମୁଖ୍ୟ ଖବର

    ଇନ୍ଦୋର ଟେଷ୍ଟରେ ଟିମ୍ ଇଣ୍ଡିଆର ଲଜ୍ଜାଜନକ ପରାଜୟ

    Share on :
    ajab-Image
    Date: Mar 3, 2023    Views: 3674

    ଭୁବନେଶ୍ୱର: ଇନ୍ଦୋର ଟେଷ୍ଟରେ ଲଜ୍ଜାଜନକ ପରାଜୟ ଭୋଗିଛି ଟିମ୍ ଇଣ୍ଡିଆ । ତୃତୀୟ ଟେଷ୍ଟର ତୃତୀୟ ଦିନରେ ହିଁ ଅଷ୍ଟ୍ରେଲିଆ ୯ ୱିକେଟରେ ଏହି ମ୍ୟାଚରେ ବିଜୟୀ ହୋଇଛି । ମାତ୍ର ୭୬ ରନର ଛୋଟ ଟାର୍ଗେଟରେ ବେଶ ସହଜରେ ହାସଲ କରି ନେଇଛି କଙ୍ଗାରୁ ଦଳ । ଆଉ ଏହାସହ ବିଶ୍ୱ ଟେଷ୍ଟ ଚାମ୍ପିୟନସିପ୍ ଫାଇନାଲରେ ନିଜର ସ୍ଥାନ ପକ୍କା କରିଛି । ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଭାରତ ନାଥାନ ଲିୟନଙ୍କ ଘାତକ ବୋଲିଂର ସାମ୍ନା କରିପାରିନଥିଲା । ପ୍ରଥମ ଇନିଂସରେ ୫ ଓ ଦ୍ୱିତୀୟ ଇନିଂସରେ ୮ଟି ୱିକେଟ ନେଇ ଭାରତକୁ ବିପର୍ୟ୍ୟୟ ମୁହଁକୁ ଠେଲି ଦେଇଥିଲେ ଲିୟନ । କେବଳ ପୂଜାରାଙ୍କୁ ଛାଡିଦେଲେ ଦ୍ୱିତୀୟ ଇନିଂସରେ ଅନ୍ୟ କେହି ପ୍ରଭାବୀ ବ୍ୟାଟିଂ କରିବାରେ ସଫଳ ହୋଇନଥିଲେ । ଆଉ ଏହାସହ ଭାରତୀୟ ମାଟିରେ ଦୀର୍ଘ ୬ ବର୍ଷ ପରେ ବିଜୟ ହାସଲ କରିଛି ଅଷ୍ଟ୍ରେଲିଆ ।
    ପ୍ରଥମ ୨ଟି ମ୍ୟାଚକୁ ବେଶ ସହଜରେ ବାଜି ମାରିନେଇଥିବା ଭାରତ ତୃତୀୟ ଟେଷ୍ଟରେ ଝୁଣ୍ଟିଛି । ଆଉ ଏହାସହ ଭାରତର ବିଶ୍ୱ ଟେଷ୍ଟ ଚାମ୍ପିୟନସିପ ଫାଇନାଲ ସ୍ଥାନ ଉପରେ ମଧ୍ୟ ସଙ୍କଟ ବଢିଛି । ଅହମ୍ମଦାବାଦରେ ଖେଳାଯିବାକୁ ଥିବା ଶେଷ ଟେଷ୍ଟରେ ଭାରତ ଯଦି ବିଜୟୀ ହେବାରେ ବିଫଳ ହୁଏ କିମ୍ବା ମ୍ୟାଚ୍ ଡ୍ର ରୁହେ ତେବେ ଭାରତର ଚିନ୍ତା ବଢିଯିବ । ଆଉ ଏଭଳି ସ୍ଥଳେ ଶ୍ରୀଲଙ୍କା-ନ୍ୟୁଜିଲାଣ୍ଡର ଫଳାଫଳକୁ ଅପେକ୍ଷା କରିବାକୁ ପଡିବ ।

    Maximum 500 characters

    ଖେଳ ଖବର View all

    Find Us on Facebook