Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଖେଳ ଖବର

ମୁଖ୍ୟ ଖବର

    ଅଷ୍ଟ୍ରେଲିଆ ସିରିଜ୍‌ ପାଇଁ ଭାରତୀୟ ଦଳ ଘୋଷଣା

    Share on :
    ajab-Image
    Date: Sep 19, 2023    Views: 3016

    ନୂଆଦିଲ୍ଲୀ: ଦିନିକିଆ କ୍ରିକେଟ ବିଶ୍ୱକପ ପୂର୍ବରୁ ଅଷ୍ଟ୍ରେଲିଆ ବିପକ୍ଷରେ ଭାରତ ଏକ ୩ ମ୍ୟାଚ ବିଶିଷ୍ଟ ସିରିଜ ଖେଳିବ। ଏହି ଗୁରୁତ୍ୱପୂର୍ଣ୍ଣ ଦିନିକିଆ ସିରିଜ୍‌ ପାଇଁ ଭାରତୀୟ ଦଳ ସୋମବାର ଘୋଷଣା କରାଯାଇଛି। ଦଳକୁ ଭେଟେରାନ୍‌ ଅଫ୍‌ ସ୍ପିନର ରବିଚନ୍ଦ୍ରନ ଅଶ୍ୱିନ ପ୍ରତ୍ୟାବର୍ତ୍ତନ କରିଥିବା ବେଳେ ପ୍ରଥମ ଦୁଇ ଦିନିକିଆ ପାଇଁ ବିରାଟ କୋହଲି, ଅଧିନାୟକ ରୋହିତ ଶର୍ମା ଓ ଉପ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ବିଶ୍ରାମ ଦିଆଯାଇଛି। ପ୍ରଥମ ଦୁଇଟି ମ୍ୟାଚରେ ଲୋକେଶ ରାହୁଲ ଭାରତୀୟ ଦଳର ନେତୃତ୍ୱ ନେବେ। ସେପ୍ଟେମ୍ବର ୨୨ରେ ପ୍ରଥମ ମ୍ୟାଚ୍‌ ମୋହାଲିରେ ଓ ୨୪ ତାରିଖରେ ଦ୍ୱିତୀୟ ମ୍ୟାଚ ଇନ୍ଦୋରରେ ଖେଳାଯିବ। ୨୭ ତାରିଖରେ ରାଜକୋଟରେ ହେବାକୁଥିବା ଅନ୍ତିମ ଦିନିକିଆ ପାଇଁ କୋହଲି, ରୋହିତ ଓ ପାଣ୍ଡ୍ୟା ଭାରତୀୟ ଦଳକୁ ପ୍ରତ୍ୟାବର୍ତ୍ତନ କରିବେ।

    ପ୍ରଥମ ଦୁଇ ଦିନିକିଆ ପାଇଁ ଦଳ: ଲୋକେଶ ରାହୁଲ(ଅଧିନାୟକ), ରବୀନ୍ଦ୍ର ଜାଡେଜା(ଉପ ଅଧିନାୟକ), ଋତୁରାଜ ଗାଏକ୍ୱାଡ, ଶୁବମନ ଗିଲ୍‌, ଶ୍ରେୟସ୍‌ ଆୟର, ସୂର୍ୟ୍ୟକୁମାର ଯାଦବ, ତିଲକ ବର୍ମା, ଇଶାନ କିଶନ(ଉଇକେଟ କିପର), ଶାର୍ଦ୍ଦୂଳ ଠାକୁର, ଓ୍ବାଶିଂଟନ୍‌ ସୁନ୍ଦର, ଆର. ଅଶ୍ୱିନ୍‌, ଯଶପ୍ରୀତ୍‌ ବୁମ୍‌ରା, ମହମ୍ମଦ ଶାମି, ମହମ୍ମଦ ସିରାଜ, ପ୍ରସିଦ୍ଧ କ୍ରିଷ୍ଣା।

    ଅନ୍ତିମ ଦିନିକିଅ ଦଳ: ରୋହିତ ଶର୍ମା (ଅଧିନାୟକ), ହାର୍ଦ୍ଦିକ ପାଣ୍ଡ୍ୟା (ଉପ ଅଧିନାୟକ), ଲୋକେଶ ରାହୁଲ (ଉଇକେଟ କିପର), ବିରାଟ କୋହଲି, ରବୀନ୍ଦ୍ର ଜାଡେଜା, ଶୁବମନ ଗିଲ୍‌, ଶ୍ରେୟସ୍‌ ଆୟର, ସୂର୍ୟ୍ୟକୁମାର ଯାଦବ, ଇଶାନ କିଶନ (ଉଇକେଟ କିପର), ଅକ୍ଷର ପଟେଲ (ସବଜେକ୍ଟ ଟୁ ଫିଟନେସ୍‌), ଶାର୍ଦ୍ଦୂଳ ଠାକୁର, ଓ୍ବାଶିଂଟନ୍‌ ସୁନ୍ଦର, ଆର. ଅଶ୍ୱିନ୍‌, ଯଶପ୍ରୀତ୍‌ ବୁମ୍‌ରା, ମହମ୍ମଦ ଶାମି, ମହମ୍ମଦ ସିରାଜ।

    Maximum 500 characters

    ଖେଳ ଖବର View all

    Find Us on Facebook