Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଖେଳ ଖବର

ମୁଖ୍ୟ ଖବର

    ଟି-୨୦ ଓ ଦିନିକିଆ ସିରିଜ୍‌ରୁ ବାଦ୍ ପଡ଼ି ପାରନ୍ତି : ଯଶପ୍ରୀତ ବୁମରା

    Share on :
    ajab-Image
    Date: Jan 6, 2025    Views: 2883

    ନୂଆଦିଲ୍ଲୀ : ଭାରତର ଘରୋଇ ମାଟିରେ ଇଂଲଣ୍ଡ ବିପକ୍ଷରେ ଟି-୨୦  ଓ ଦିନିକିଆ ସିରିଜ୍ ଖେଳିବ। ତେବେ ଏହି ଦୁଇ ସିରିଜ୍‌ରୁ ବାଦ୍ ପଡ଼ି ପାରନ୍ତି ତାରକା ଦ୍ରୁତ ବୋଲର ଯଶପ୍ରୀତ ବୁମରା। ସିଡନୀରେ ଖେଳା ଯାଇଥିବା ଶେଷ ଟେଷ୍ଟରେ ବୁମରାଙ୍କ ପିଠିରେ ଆଘାତ ଲାଗିଥିଲା। ତେଣୁ ସେ ଶେଷ ଇନିଂସରେ ବୋଲିଂ କରି ପାରି ନ ଥିଲେ। ଏବେ ଭାରତୀୟ ଦଳର ନଜର ଚାମ୍ପିଅନ୍ସ ଟ୍ରଫି ଉପରେ ରହିଛି। ତେଣୁ ଏହି ଟୁର୍ଣ୍ଣାମେଣ୍ଟ ପାଇଁ ବୁମରା ଫିଟ୍ ରହିବା ଭାରତ ପାଇଁ ସବୁଠୁ ଅଧିକ ଗୁରୁତ୍ଵପୂର୍ଣ୍ଣ।

    ବୁମରାଙ୍କ ଆହତକୁ ନେଇ ବିସିସିଆଇ ପକ୍ଷରୁ ଏ ପର୍ୟ୍ୟନ୍ତ କୌଣସି ଆନୁଷ୍ଠାନିକ ସୂଚନା ଦିଆଯାଇ ନାହିଁ। ବୁମରାଙ୍କ ଆହତ ସମସ୍ୟା କେତେ ଗୁରୁତର ରହିଛି ତାହା ବି ଜଣା ପଡ଼ିନି। ଯଦି ତାଙ୍କର ଆହତ ଗୁରୁତର ଥିବ ତେବେ ସେ ଚାମ୍ପିଅନ୍ସ ଟ୍ରଫିରୁ ବାଦ୍ ପଡ଼ି ପାରନ୍ତି। ସଂପ୍ରତି ଭାରତର ନଜର ଇଂଲଣ୍ଡ ବିପକ୍ଷ ସୀମିତ ଓଭର ସିରିଜ୍ ଉପରେ ରହିଛି। ଯଦି ବୁମରାଙ୍କୁ ଗ୍ରେଡ ୧ର ଆଘାତ ଲାଗିଛି ତେବେ ତାଙ୍କୁ ଫିଟ୍ ହେବା ପାଇଁ  ଦୁଇରୁ ତିନି ସପ୍ତାହ ସମୟ ଲାଗିବ। ଗ୍ରେଡ ୨ର ଆଘାତ ଲାଗିଥିଲେ ଅତି କମରେ ଛଅ ସପ୍ତାହ ଏବଂ ଗ୍ରେଡ୍ ୩ର ଆଘାତ ଲାଗିଥିଲେ ଫିଟ୍ ହେବା ପାଇଂ ଅତି କମରେ ବୁମରାଙ୍କୁ ତିନି ମାସର ସମୟ ଲାଗିବ। ଗ୍ରେଡ ୧ରେ ଆହତ ସମସ୍ୟା ସାଧାରଣ ରହିଥାଏ। ଏଥିରେ ହାଲୁକା ଯନ୍ତ୍ରଣା, ଶରୀରର କୌଣସି ବି ସ୍ଥାନରେ ଫୁଲା କିମ୍ବା ସାମାନ୍ୟ କ୍ଷତ ସାମିଲ। ମାତ୍ର ଗ୍ରେଡ ୨ ଆଘାତରେ ମାଂସପେଶୀ ଟାଣି ଧରିବା ସହ ଅନେକ ସମସ୍ୟା ଦେଖା ଦେଇଥାଏ।

     

     

     

    Maximum 500 characters

    ଖେଳ ଖବର View all

    Find Us on Facebook