ମୁଖ୍ୟ ଖବର
ନୂଆଦିଲ୍ଲୀ: : ଟି-୨୦ ବିଶ୍ୱକପ୍ ପୂର୍ବରୁ ବୋଲିଂ ବିଭାଗ ଦୁର୍ବଳତାକୁ ନେଇ ବଢିଲା ଟିମ୍ ଇଣ୍ଡିଆର ଚିନ୍ତା । ମୋହାଲିରେ ଖେଳାଯାଇଥିବା ପ୍ରଥମ ଟି-୨୦ ମୁକାବିଲାରେ ଭାରତକୁ ୪ ୱିକେଟରେ ହରାଇଛି ଅଷ୍ଟ୍ରେଲିଆ । ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିଲା ଭାରତ । କେଏଲ୍ ରାହୁଲ, ହାର୍ଦ୍ଦିକ ପାଣ୍ଡ୍ୟା ଓ ସୂର୍ୟ୍ୟକୁମାର ଯାଦବଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ନିର୍ଦ୍ଧାରିତ ଓଭରରେ ୬ ୱିକେଟ୍ ହରାଇ ୨୦୮ ରନ୍ ସଂଗ୍ରହ କରିଥିଲା ରୋହିତ ବାହିନୀ । କିନ୍ତୁ ନିରାଶ କରିଥିଲେ ଭାରତୀୟ ବୋଲର । ଟିମ୍ ଇଣ୍ଡିଆର ଖରାପ ବୋଲିଂ ପାଇଁ ୨୦୯ ରନର ବିଶାଳ ବିଜୟଲକ୍ଷ୍ୟକୁ ଅତି ସହଜରେ ହାସଲ କରିନେଇଥିଲା ଅଷ୍ଟ୍ରେଲିଆ ।
ଶେଷକୁ ୩୦ ବଲ୍ରୁ ୭୧ ରନ୍ ସଂଗ୍ରହ କରି ଅଷ୍ଟ୍ରେଲିଆ ସମ୍ମୁଖରେ ୨୦୯ ରନ୍ର ଆହ୍ବାନଭରା ସ୍କୋର୍ ଛିଡ଼ା କରିଥିଲେ । ଜବାବରେ ପ୍ରଥମ ବଲ୍କୁ ଛକା ମାରି ଆରୋନ୍ ଫିଞ୍ଚ୍ ଦଳର ଆଭିମୁଖ୍ୟକୁ ସ୍ପଷ୍ଟ କରିଥିଲେ। ୬ ଓଭରରେ କଙ୍ଗାରୁ ଦଳ ୬୦ ରନ୍ ସଂଗ୍ରହ କରିନେଇଥିଲା । ଉମେଶ ଯାଦବଙ୍କ ପ୍ରତ୍ୟାବର୍ତନର ପ୍ରଥମ ୪ ବଲ୍କୁ କାମେରନ୍ ଗ୍ରିନ୍ ଚୌକା ମାରି ସ୍ବାଗତ କରିଥିଲେ । ତାଙ୍କ ଦ୍ବିତୀୟ ଓଭରର ପ୍ରଥମ ଦୁଇ ବଲ୍କୁ ଷ୍ଟିଭେନ୍ ସ୍ମିଥ୍ ଛକା ଓ ଚୌକା ମାରିଥିଲେ ମଧ୍ୟ ପରବର୍ତ୍ତୀ ୨ ବଲ୍ରେ ସେ ରିଭ୍ୟୁ ଜରିଆରେ ୨ ୱିକେଟ୍ ବାହାର କରି ସାନ୍ତ୍ବନା ପାଇଥିଲେ । ୱିକେଟ୍ ପତନ ଘଟିଥିଲେ ମଧ୍ୟ ଅଷ୍ଟ୍ରେଲିଆ ଏହାର ରନ୍ ହାରକୁ ଖସିବାକୁ ଦେଇନଥିଲା । ଗ୍ରିନ୍ ଓ ସ୍ମିଥ୍ ୭୦ ରନ୍ ଯୋଡ଼ିବା ପରେ ଅଲଗା ହୋଇଥିଲେ । ୧୮ତମ ଓଭରରେ ହର୍ଷଲ୍ ପଟେଲ୍ ୩ ଛକାର ଶିକାର ହେବା ପରେ ଭାରତ ହାତରୁ ମ୍ୟାଚ୍ ଖସିଯାଇଥିଲା । ଏହି ବିଜୟ ସହ ୩ ମ୍ୟାଚ୍ ବିଶିଷ୍ଟ ଏହି ଟି-୨୦ ସିରିଜରେ ୧-୦ରେ କଙ୍ଗାରୁ ଟିମ୍ ଆଗୁଆ ରହିଛି ।
Comments ସମସ୍ତ ମତାମତ