ମୁଖ୍ୟ ଖବର
ଭୁବନେଶ୍ୱର:୨୧ ଦିନ ଧରି ଚାଲିଥିବା ଶିକ୍ଷକ ଆନ୍ଦୋଳନକୁ ସ୍ଥଗିତ ରଖାଯାଇଛି। ଓଡ଼ିଶା ସ୍କୁଲ,କଲେଜ ଶିକ୍ଷକ ଓ କର୍ମଚାରୀ ସମନ୍ୱୟ ସମିତିର ବୈଠକ ପରେ ଆନ୍ଦୋଳନ ସ୍ଥଗିତ ନେଇ ନିଷ୍ପତ୍ତି ହୋଇଛି।ଆଠଟି ସଂଗଠନର ନେତୃବୃନ୍ଦଙ୍କୁ ନେଇ ସମନ୍ୱୟ ସମିତି ପକ୍ଷରୁ ଏକ ବୈଠକ ଡକାଯାଇଥିଲା। ଘଣ୍ଟାଏରୁ ଅଧିକ ସମୟ ଧରି ଚାଲିଥିବା ଏହି ବୈଠକରେ ଆନ୍ଦୋଳନର ପରବର୍ତ୍ତୀ ରଣନୀତି ନେଇ ବିସ୍ତୃତ ଆଲୋଚନା ହୋଇଥିଲା। ଏହାପରେ ଆନ୍ଦୋଳନକୁ ସାମୟିକ ଭାବେ ସ୍ଥଗିତ ରଖିବାକୁ ସଂଗଠନଗୁଡ଼ିକ ନିଷ୍ପତ୍ତି ନେଇଛନ୍ତି।
ସୂଚନା ଅନୁଯାୟୀ,ଆନ୍ଦୋଳନ ସ୍ଥଗିତ ରଖିବାକୁ ସରକାରଙ୍କ ପକ୍ଷରୁ ଶିକ୍ଷକ ସଂଗଠନଗୁଡ଼ିକୁ ଅନୁରୋଧ କରାଯାଇଥିଲା। ସରକାରଙ୍କ ଅନୁରୋଧ ଏବଂ ଆଗାମୀ ଆଲୋଚନାକୁ ଦୃଷ୍ଟିରେ ରଖି ସଂଗଠନଗୁଡ଼ିକ ଆନ୍ଦୋଳନ ସ୍ଥଗିତ ରଖିବାକୁ ରାଜି ହୋଇଛନ୍ତି।ତେବେ ଏହା ସ୍ଥାୟୀ ଭାବେ ଆନ୍ଦୋଳନ ପ୍ରତ୍ୟାହାର ନୁହେଁ। ବିଧାନସଭା ଅଧିବେଶନ ପର୍ଯ୍ୟନ୍ତ ଆନ୍ଦୋଳନକୁ ସ୍ଥଗିତ ରଖାଯାଇଛି।
Comments ସମସ୍ତ ମତାମତ