Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ତାଜା ଖବର

ମୁଖ୍ୟ ଖବର

    ରାଜ୍ୟରେ ୫୩ ହଜାର ଶିକ୍ଷକ ନିଯୁକ୍ତି ହେବେ: ଗଣଶିକ୍ଷା ମନ୍ତ୍ରୀ

    Share on :
    ajab-Image
    Date: Mar 22, 2023    Views: 3323

    ଭୁବନେଶ୍ୱର:  ରାଜ୍ୟରେ ସମୁଦାୟ ୫୩ ହଜାର ଶିକ୍ଷକ ନିଯୁକ୍ତି ହେବେ । ୨୦୨୬ ଜଣଙ୍କ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହୋଇଛି । ସେହିପରି ୨୦୬୪ କିରାଣୀ ନିଯୁକ୍ତି ପାଇଁ ବି ପ୍ରକ୍ରିୟା ଆରମ୍ଭ ହୋଇଛି ବୋଲି  ଗୃହରେ ସୂଚନା ଦେଇଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ । ସେ କହିଛନ୍ତି ରାଜ୍ୟରେ ପ୍ରଥମ ପର୍ୟ୍ୟାୟରେ ୧୦୭୫, ଦ୍ଵିତୀୟ ପର୍ୟ୍ୟାୟରେ ୩୪୬୧ ଓ ତୃତୀୟ ପର୍ୟ୍ୟାୟରେ ୨୩୩୬ ଉଚ୍ଚ ବିଦ୍ୟାଳୟ ରୂପାନ୍ତର ହୋଇଛି । ତେବେ ଛାତ୍ରଛାତ୍ରୀ ବଢ଼ୁଥିବାରୁ ଶ୍ରେଣୀ ଗୃହ ବୃଦ୍ଧି କରାଯାଉଛି । ମୋ ସ୍କୁଲ ଜରିଆରେ ୯୬୩, ସ୍କୁଲ ରୂପାନ୍ତର ଜରିଆରେ ୨୮୧୦ ଓ ସମଗ୍ର ଶିକ୍ଷା ଅଭିଯାନରେ ୨୦୦ ଶ୍ରେଣୀ ଗୃହ ବଢ଼ାଯାଇଛି । ରାଜ୍ୟରେ ୫୦ ହଜାର ୨୬୩ ସ୍କୁଲ ଅଛି । ଏଥିରୁ ୮ ହଜାର ୨୪ ହାଇସ୍କୁଲ ଓ ୪୨ ହଜାର ୨୩୯ ପ୍ରାଥମିକ ସ୍କୁଲ ଅଛି । ୧୩୫୧ ରୂପାନ୍ତର ସ୍କୁଲର ୧୧୦୧ରେ ଅତିରିକ୍ତ ଶ୍ରେଣୀ ଗୃହ ନିର୍ମାଣ ସରିଛି । ୨୫୦ ସ୍କୁଲରେ କାମ ଚାଲଛି । ୧୧ ହଜାର ଶିକ୍ଷକ ନିଯୁକ୍ତି ସରିଥିବାବେଳେ ୭ ହଜାର ଶିକ୍ଷକ ନିଯୁକ୍ତି ପାଇଁ ମାର୍ଚ୍ଚ ୧୦ରେ ପରୀକ୍ଷା ସରିଛି । ୬ ହଜାର ଶିକ୍ଷକ ନିଯୁକ୍ତି ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି ବୋଲି କହିଛନ୍ତି ମନ୍ତ୍ରୀ ।

    ସେହିପରି କ। ହାଇସ୍କୁଲରେ ଅତିରିକ୍ତ ଶ୍ରେଣୀ ଗୃହ କରିବାକୁ ପଞ୍ଚାୟତିରାଜ ବିଭାଗ ୨୮୦ କୋଟି ଟଙ୍କା ବଜେଟରେ ବ୍ୟବସ୍ଥା କରିଛି । ମୋ ସ୍କୁଲ ଜରିଆରେ ୮୦୫.୧୪ କୋଟି ଏବଂ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ୫୭୮ କୋଟି ଟଙ୍କା ବଜେଟରେ ବ୍ୟୟ ବରାଦ ରଖିଥିବା ନେଇ କହିଛନ୍ତି ମନ୍ତ୍ରୀ । 

    Maximum 500 characters

    ତାଜା ଖବର View all

    Find Us on Facebook