Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ୨୩ ସୁଦ୍ଧା କନିଷ୍ଠ ଶିକ୍ଷକଙ୍କ ସିସିଆର୍‌ ଦାଖଲ ନିର୍ଦ୍ଦେଶ

    Share on :
    ajab-Image
    Date: Feb 13, 2026    Views: 3044

    ଭୁବନେଶ୍ୱର: ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ୨୩ ହଜାର ୩୮୭ ଜଣ କନିଷ୍ଠ ଶିକ୍ଷକଙ୍କୁ ପଦୋନ୍ନତି ଦିଆଯାଇଛି। ନିର୍ଦ୍ଦେଶାଳୟ ପକ୍ଷରୁ ଜାରି ଚୂଡ଼ାନ୍ତ ପଦୋନ୍ନତି ତାଲିକାକୁ ନେଇ ସେମାନଙ୍କର ପର୍‌ଫର୍‌ମାନ୍ସ ଆପ୍ରେଜାଲ ରିପୋର୍ଟ (ପାର୍‌), ସମ୍ପତ୍ତି ବିବରଣୀ, ଭିଜିଲାନ୍ସ ଏବଂ ଆପରାଧିକ ମାମଲା ସମ୍ବନ୍ଧୀୟ କ୍ଲିୟରାନ୍ସ ସାର୍ଟିଫିକେଟ ଦାଖଲ କରିବା ପାଇଁ ସମସ୍ତ ଜିଲା ଶିକ୍ଷା ଅଧିକାରୀ (ଡିଇଓ)ଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ସେହିପରି ସମସ୍ତ ଜିଲାର ଡିଇଓମାନେ ଶିକ୍ଷକମାନଙ୍କ ସମସ୍ତ ଡକ୍ୟୁମେଣ୍ଟ ସହ ଚରିତ୍ର ପଞ୍ଜିକା ପ୍ରମାଣପତ୍ର (ସିସିଆର୍‌) ଆସନ୍ତା ୨୩ ତାରିଖ ସୁଦ୍ଧା ଦାଖଲ କରିବାକୁ ନିର୍ଦ୍ଦେଶ ରହିଛି। ପୂର୍ବରୁ ୨୦୨୪ ସେପ୍ଟେମ୍ବରରେ ଏ ନେଇ ନିର୍ଦ୍ଦେଶାଳୟ ପକ୍ଷରୁ ନିର୍ଦ୍ଦେଶାନାମା ଜାରି ହୋଇଥିଲା। ତେବେ ଶିକ୍ଷକମାନେ ସମସ୍ତ ଡକ୍ୟୁମେଣ୍ଟ ଦାଖଲ କରି ନ ଥିବାରୁ ନିର୍ଦ୍ଦେଶାଳୟକୁ ବୁଧବାର ପୁଣି ଚିଠି ଲେଖିବାକୁ ପଡ଼ିଛି। ଶିକ୍ଷକମାନ ଡିଇଓଙ୍କ ଦ୍ୱାରା କାଉଣ୍ଟର ସାଇନ କରାଇବେ। ୨୦୨୩-୨୪ ଓ ୨୦୨୪-୨୫ ବର୍ଷର ପର୍‌ଫର୍‌ମାନ୍ସ ଆପ୍ରେଜାଲ ରିପୋର୍ଟ (ପାର୍‌) ଦାଖଲ କରିବେ। ଏଥିସହ ୨୦୨୫ ବର୍ଷର ସମ୍ପତ୍ତି ବିବରଣୀର ସମସ୍ତ ନକଲ ଏବଂ ଶିକ୍ଷକଙ୍କ ବିରୋଧରେ କୌଣସି ଭିଜିଲାନ୍ସ କିମ୍ବା ଆପରାଧିକ ମାମଲା ନ ଥିବା ସାର୍ଟିଫିକେଟ ଦାଖଲ କରିବାକୁ ନିର୍ଦ୍ଦେଶ ରହିଛି। ଡିଇଓଙ୍କଠାରୁ ସେସବୁ ଡକ୍ୟୁମେଣ୍ଟ ଆସିବା ପରେ ପଦୋନ୍ନତିପ୍ରାପ୍ତ ଶିକ୍ଷକଙ୍କୁ ଖାଲିଥିବା ପ୍ରଧାନଶିକ୍ଷକ ପଦବୀରେ ନିଯୁକ୍ତ କରାଯିବ ବୋଲି ନିର୍ଦ୍ଦେଶାଳୟ ପକ୍ଷରୁ ସୂଚନା ଦିଆଯାଇଛି।

    Maximum 500 characters

    ରାଜ୍ୟ ଖବର View all

    Find Us on Facebook