ମୁଖ୍ୟ ଖବର
ଭୁବନେଶ୍ୱର: ବାପା ମା’ ଚା ପିଇବା ସମୟରେ ପିଲା ମାନେ ଚା’ ପିଇବାକୁ ଜିଦ୍ କରିଥାନ୍ତି । ସେହି ସମୟରେ ବାପା ମା’ ଚା ପିଇବାକୁ ବାରଣ କରଥାନ୍ତି ଏବଂ ଚା’ ପିଇବା ଦ୍ୱାରା ଚେହେରା କଳା ପଡ଼ିଯିବ ବୋଲି ପିଲାମାନଙ୍କୁ କହିଥାନ୍ତି । ଏଥି ପାଇଁ ଅନେକ ଚା’ ପିଇବା ଠାରୁ ଦୂରେଇ ରୁହନ୍ତି । ତ୍ୱଚା କଳା ପଡ଼ିବା ଦ୍ୱାରା କୌଣସି ସମସ୍ୟା ହୋଇନଥାଏ, କିନ୍ତୁ ଭାରତରେ ଶ୍ୟାମଳ ରଙ୍ଗକୁ ନେଇ ଲୋକେ ଚିନ୍ତିତ ହୋଇଥାନ୍ତି । ତେବେ ଆସନ୍ତୁ ଜାଣିବା ଚା’ ଦ୍ୱାରା ତ୍ୱଚାରେ କୌଣସି ପରିବର୍ତ୍ତନ ହୁଏ କି ନାହିଁ ।
ପିଲାମାନଙ୍କର ରଙ୍ଗ କଳା ହେବାର କାରଣ ମା’ ମାନଙ୍କର ଅତ୍ୟଧିକ ଚା’ ପିଇବା କୁହାଯାଇଥାଏ । କାରଣ ଚା’ରେ କେଫିନର ମାତ୍ରା ଅଧିକ ରହିଥାଏ, ଯାହା ଛୋଟ ପିଲାଙ୍କ ପାଇଁ ହାନିକାରକ ହୋଇପାରେ । କିନ୍ତୁ ସେହି ପିଲାମାନେ ବଡ଼ ହେବା ପରେ ମଧ୍ୟ ଏପରି କଥାକୁ ବିଶ୍ୱାସ କରି ନେଇଥାନ୍ତି, ଏବଂ ଚା’ ପିଇବା ଠାରୁ ଦୂରେଇ ରୁହନ୍ତି । ଚା’ ପିଇବାର ଅଭ୍ୟାସ ସାଧାରଣତଃ ଖରାପ କିନ୍ତୁ ଅନ୍ଧବିଶ୍ୱାସକୁ ମାନିବା ଉଚିତ ନୁହେଁ ।
ଚା’ ଦ୍ୱାରା ତ୍ୱଚାର ରଙ୍ଗ କଳା ପଡ଼ିବା ନେଇ କୌଣସି ବୈଜ୍ଞାନିକ ପ୍ରମାଣ ମିଳିନାହିଁ । ତ୍ୱଚା ବିଶେଷଜ୍ଞଙ୍କ କହିବା ଅନୁସାରେ ତ୍ୱଚାର ରଙ୍ଗ କଳା ହେବାର କାରଣ ସାଧାରଣତଃ ଜେନେଟିକ୍ସ, ଜୀବନଶୈଳୀ, ବାହାରେ ବୁଲିବା ଏବଂ ତ୍ୱଚାରେ ରହିଥିବା ମେଲାନିନ ଉପରେ ନିର୍ଭର କରେ । ଚା’ ଦ୍ୱାରା ତ୍ୱଚା କଳା ପଡ଼ିବା ଏହା ସମ୍ପୂର୍ଣ୍ଣ ରୂପେ ଭୁଲ ଧାରଣା ।
Comments ସମସ୍ତ ମତାମତ