Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ୧୯ ବର୍ଷ ପରେ କୋଲକାତା ଫେରିଲେ ତସ୍‌ଲିମା

    Share on :
    ajab-Image
    Date: Jul 31, 2026    Views: 2765

    କୋଲକାତା : ବିବାଦୀୟ ପୁସ୍ତକ ‘ଦ୍ୱିଖୋଣ୍ଡିତ’କୁ ନେଇ ପ୍ରବଳ ବିରୋଧ ହେବା ପରେ ନିର୍ବାସିତ ବାଂଲାଦେଶୀ ଲେଖିକା ତସଲିମା ନସରିନ୍‌ ଦୀର୍ଘ ୧୯ ବର୍ଷ ପରେ କୋଲକାତା ଫେରିଛନ୍ତି। କୋଲକାତାକୁ ଫେରି ତାଙ୍କୁ ଘରକୁ ଆସିବା ଭଳି ଲାଗୁଛି ଏବଂ ସେ ଉଭୟ ଦୁଃଖ ଏବଂ ଖୁସିର ସହ ଫେରିଥିବା କହିଛନ୍ତି । ଆସନ୍ତା ଅଗଷ୍ଟ ୧ରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ ଏବଂ ଲେଖକ ଶୀର୍ଷେନ୍ଦୁ ମୁଖୋପାଧ୍ୟାୟଙ୍କ ସହ ତସଲିମା ଏକ କାର୍ଯ୍ୟକ୍ରମରେ ଯୋଗ ଦେବେ । 

    ୨୦୦୩ ମସିହାରେ ତାଙ୍କ ପୁସ୍ତକ ‘ଦ୍ୱିଖୋଣ୍ଡିତ’ ଉପରେ ପଶ୍ଚିମବଙ୍ଗ ସରକାର କଟକଣା ଲଗାଇଥିଲେ । ଏହି ପୁସ୍ତକ ଦ୍ୱାରା ତସଲିମା ମୁସ୍‌ଲିମ ସମୁଦାୟଙ୍କ ଭାବନାକୁ ଆଘାତ ପହଞ୍ଚାଇଥିବା ଅଭିଯୋଗ ହୋଇଥିଲା । ୨୦୦୭ରେ ଏହାକୁ ନେଇ ପ୍ରବଳ ବିରୋଧ ଏବଂ ବିକ୍ଷୋଭ ପ୍ରଦର୍ଶନ ହେବା କାରଣରୁ ତାଙ୍କୁ କୋଲକାତା ଛାଡ଼ିବାକୁ ପଡ଼ିଥିଲା । ବାଂଲାଦେଶରୁ ପଳାୟନ ପରେ ସେ କୋଲକାତାରେ ରହୁଥିଲେ । ବିରୋଧ ପରେ ସେ କୋଲକାତାରୁ ଦିଲ୍ଲୀ ପଳାଇଥିଲେ । ତାଙ୍କ ସହ ଅସହମତ ହେଲେ ବି ଜଣେ ଅସହାୟ ଲେଖକଙ୍କ ସ୍ୱାଧୀନତାକୁ ସମ୍ମାନ ଏବଂ ସୁରକ୍ଷା ଦେଇଥିବା କହି ତସଲିମା ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି । 

    ତସଲିମା କହିଛନ୍ତି, ତାଙ୍କ ପାଇଁ କୋଲକାତା କେବଳ ଏକ ରହିବା ଜାଗା ନୁହେଁ ବରଂ ନିଜର ବୋଲି ଅନୁଭବ ହେଉଥିବା ସ୍ଥାନ । ବେଙ୍ଗଲର କେବେ ବି କୌଣସି କଣ୍ଟାବାଡ଼ରେ ବାଣ୍ଟି ହୋଇନାହିଁ । ପୂର୍ବ ବେଙ୍ଗଲର ଦ୍ୱାର ତାଙ୍କ ପାଇଁ ବନ୍ଦ ଥିଲେ ହେଁ ବେଙ୍ଗଲର ଏହି ଅଂଶ ହିଁ ତାଙ୍କ ଘର । ଏଥିସହ ସେ ଯୁବ ପାଠକ ଏବଂ ଲେଖକ ଲେଖିକାଙ୍କୁ ପୂର୍ବରୁ ସ୍ଥାପିତ ବିଚାର ଉପରେ ପ୍ରଶ୍ନ ଉଠାଇବା ଏବଂ ବୌଦ୍ଧିକ ସ୍ୱାଧୀନତାର ରକ୍ଷା କରିବା ଲାଗି ଆଗକୁ ଆସିବାକୁ ଆହ୍ୱାନ ଦେଇଛନ୍ତି। 

    Maximum 500 characters

    ଦେଶ ବିଦେଶ View all

    Find Us on Facebook