Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି

ମୁଖ୍ୟ ଖବର

    ଶନି, ରାହୁ, କେତୁ ବାହାରିବା ଦ୍ବାରା କଂଗ୍ରେସ ବିଜୟ ଲାଭ କରିବ:ତାରା

    Share on :
    ajab-Image
    Date: Nov 7, 2021    Views: 4145

    ନବରଙ୍ଗପୁର: ଶନିବାର ବିଜେଡିରେ ମିଶିଛନ୍ତି ପ୍ରଦୀପ ମାଝୀ । ପ୍ରଦୀପ କଂଗ୍ରେସ ଛାଡିବା ଦ୍ବାରା ଦଳର ହିତ ହୋଇଛି । ଦଳକୁ ତାଙ୍କର କୌଣସି ଆବଶ୍ୟକତା ନାହିଁ । ସେ ଯିବାପରେ ପାର୍ଟି ଅଧିକ ଶକ୍ତିଶାଳୀ ହୋଇଛି । ଶନି, ରାହୁ, କେତୁ ବାହାରିବା ଦ୍ବାରା ଆଗାମୀ ନିର୍ବାଚନରେ କଂଗ୍ରେସ ବିଜୟ ଲାଭ କରିବ । ଶନିବାର ଏକ ସାମ୍ବାଦିକ ସମ୍ମିଳନୀ ଜରିଆରେ ପୂର୍ବତନ ପିସିସି କାର୍ୟ୍ୟକାରୀ ସଭାପତି ପ୍ରଦୀପଙ୍କୁ ଏଭଳି ନିନ୍ଦା କରିଛନ୍ତି ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି ।
    ସେ କହିଛନ୍ତି, କଂଗ୍ରେସ ଅମଳରେ ପ୍ରଦୀପ ସାଂସଦ ହୋଇଥିଲେ । ତାଙ୍କୁ ଉଚ୍ଚ ଆସନରେ ବସାଇଥିଲା କଂଗ୍ରେସ । ତେବେ ପୂର୍ବତନ ସାଂସଦ ଥିବା ଯୋଗୁଁ ସେ ଯେଉଁ ପେନସନ ପାଉଛନ୍ତି ତାହା ଉପରେ ତାଙ୍କର କୌଣସି ନୈତିକ ଅଧିକାର ନାହିଁ । ଯେହେତୁ ସେ ଦଳ ଛାଡିଛନ୍ତି ତେଣୁ ପେନସନ ଟଙ୍କାକୁ ଗରୀବ ପିଲା, ସାଧାରଣ ଜନତା ତଥା ମନ୍ଦିର ମସଜିଦରେ ଦାନ କରନ୍ତୁ ବୋଲି କହିଛନ୍ତି ତାରା । ଆଗକୁ ପଞ୍ଚାୟତ ନିର୍ବାଚନ ଆସୁଥିବାବେଳେ କଂଗ୍ରେସ ବିଧାୟକ ଦଳର ଭଲ ପ୍ରଦର୍ଶନ ନେଇ ଆଶାବାଦୀ ଥିବା ପ୍ରକାଶ କରିଛନ୍ତି ।ଉଲ୍ଲେଖଯୋଗ୍ୟ, ନିକଟରେ ପ୍ରଦୀପ ମାଝୀ କଂଗ୍ରେସ ସହ ୧୪ ବର୍ଷର ସମ୍ପର୍କ ତୁଟାଇ ଇସ୍ତଫା ଦେଇଥିଲେ । କିଛି ଦିନ ଆଗରୁ ସେ ବିଜେଡିରେ ଯୋଗ ଦେବା ନେଇ ଘୋଷଣା କରିଥିବାବେଳେ ଗତକାଲି ନିଜର ବହୁ ସମର୍ଥକଙ୍କ ସହ ଶାସକ ଦଳରେ ମିଶିଛନ୍ତି ।

    Maximum 500 characters

    ରାଜନୀତି View all

    Find Us on Facebook