ମୁଖ୍ୟ ଖବର
ଭୁବନେଶ୍ବର: ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ରଙ୍କ ବୟାନକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ବରିଷ୍ଠ କଂଗ୍ରେସ ବିଧାୟକ ତାରା ବାହିନୀପତି। ସେ କହିଛନ୍ତି, ଓଡ଼ିଶାକୁ ଭାଗ ଭାଗ କରିବା କଣ ଓଡ଼ିଆ ଅସ୍ମିତା। ଓଡ଼ିଶାକୁ ଭାଗ ଭାଗ କଲା ଭଳି ପ୍ରତିକ୍ରିୟା ସେ ଦେଉଛନ୍ତି। ଆଜି କୋଶଲ କଥା କହୁଛନ୍ତି କାଲି ଦକ୍ଷିଣାଞ୍ଚଳ କଥା ଉଠିବ ତାପରେ ଉତ୍ତରାଞ୍ଚଳ କଥା ଉଠିବ। ତାହେଲେ ଓଡ଼ିଶାକୁ ଭାଗ ଭାଗ କରିଦେବା କି ? ଜୟ ଦାଦା ଟିକେ ଅସନ୍ତୁଷ୍ଟ ଅଛନ୍ତି । ତାଙ୍କ ସହିତ ଆଲୋଚନା କରି ତାଙ୍କୁ ଉପମୁଖ୍ୟମନ୍ତ୍ରୀ କରି ଦିଅନ୍ତୁ, ସିଏ ଆଉ ଏଇଭଳି ମନ୍ତବ୍ୟ ଦେବେ ନାହିଁ। ତାଙ୍କ ଦଳରେ ପାଣ୍ଡିଆନ କଥା ପ୍ରଥମେ ଉଠେଇବା ଲୋକ ସିଏ, ତାଙ୍କୁ ଅଣଦେଖା କରାଯାଉଛି ।
Comments ସମସ୍ତ ମତାମତ