Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି

ମୁଖ୍ୟ ଖବର

    ସରକାର ବାହା ବାହା ମାରୁଛନ୍ତି :ତାରା

    Share on :
    ajab-Image
    Date: May 16, 2026    Views: 2205

    ଭୁବନେଶ୍ୱର: ରାଜ୍ୟରେ ୧୩ଶହରୁ ଅଧିକ ପେଟ୍ରୋଲ ପମ୍ପ ବନ୍ଦ ହୋଇଗଲାଣି। ୨ ହଜାରରୁ ଅଧିକ ବସ ଅଚଳ ହେବାକୁ ବସିଲାଣି। ତେଲ ପାଇଁ ସାରା ରାଜ୍ୟରେ ହାହାକାର ପରିସ୍ଥିତି ଉପୁଜିଲାଣି। ଶହେ ଟଙ୍କାର ତେଲ ଦେଉଛନ୍ତି କଣ୍ଟା ଉପରକୁ ଉଠୁନି। କିନ୍ତୁ ସରକାର ବାହା ବାହା ମାରୁଛନ୍ତି ରାଜ୍ୟରେ ତେଲ ମହଜୁଦ ଅଛି। ଏମିତି କହି ସରକାରଙ୍କ ଉପରେ ବର୍ଷିଛନ୍ତି କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି।
    ତେଲ ପାଇଁ ରାଜଧାନୀର ବିଭିନ୍ନ ପେଟ୍ରୋଲ ପମ୍ପରେ ଲମ୍ବା ଲାଇନ ଲାଗିଛି। ଏପଟେ ଚାହିଁଲେ ଆଖି ପାଉନି, ସେପଟେ ଚାହିଁଲେ କିଛି ଦିଶୁନି। ମାଳମାଳ ଗାଡ଼ି ସହ ଲୋକଙ୍କ ଭିଡ଼ ଯୋଗୁଁ ଗାଡ଼ି ଚଳାଚଳ ମଧ୍ୟ ପ୍ରଭାବିତ ହେଉଛି। ଭୁବନେଶ୍ୱରର ବିଭିନ୍ନ ପେଟ୍ରୋଲ ପମ୍ପରେ ଏପରି ପରିସ୍ଥିତି ଦେଖିବାକୁ ମିଳୁଛି। କେତେକ ସ୍ଥାନରେ ପେଟ୍ରୋଲ ପମ୍ପ ବନ୍ଦ ହୋଇଯାଇଥିବା ମଧ୍ୟ ସୂଚନା ମିଳିଛି। ଏହାରି ମଧ୍ୟରେ ଏକ ବଡ଼ କାରଣ ସାମ୍ନାକୁ ଆସିଛି।
    ଏପରି ପରିସ୍ଥିତି କାହିଁକି ଉପୁଜିଛି, ସେନେଇ ଉତ୍କଳ ପେଟ୍ରୋଲିୟମ ଡିଲର ସଂଘର ସାଧାରଣ ସମ୍ପାଦକ ସଞ୍ଜୟ ଲାଠ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି ଯେ, ରାଜ୍ୟର ଡିପୋଗୁଡ଼ିକରେ ପର୍ଯ୍ୟାପ୍ତ ତେଲ ମହଜୁଦ ରହିଛି। କିନ୍ତୁ ମାର୍କେଟର ଚାହିଦା ଅନୁସାରେ ତେଲ ସମୟରେ ପହଞ୍ଚିପାରୁ ନ ଥିବାରୁ ଲୋକଙ୍କ ମନରେ ଭୟ ସୃଷ୍ଟି ହୋଇଛି।ସେ ଆହୁରି କହିଛନ୍ତି, ଲୋକେ ଆବଶ୍ୟକତାଠାରୁ ଅଧିକ ତେଲ କିଣିବା ଆରମ୍ଭ କରିଦେଇଥିବାରୁ ପେଟ୍ରୋଲ ପମ୍ପଗୁଡ଼ିକରେ ଅସ୍ବାଭାବିକ ଭାବରେ ବିକ୍ରି ବଢ଼ିଯାଇଛି। ଗତ ଚାରିଦିନ ଧରି ସାଧାରଣ ଦିନଠାରୁ ଅଧିକ ତେଲ ବିକ୍ରି ହୋଇଛି। ଫଳରେ ଷ୍ଟକ ଶୀଘ୍ର ସରିଯାଉଛି ଏବଂ ଲୋକଙ୍କ ଭୟ ଆହୁରି ବଢ଼ୁଛି ବୋଲି ସେ କହିଛନ୍ତି।

    Maximum 500 characters

    ରାଜନୀତି View all

    Find Us on Facebook