Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି

ମୁଖ୍ୟ ଖବର

    ବିଧାନସଭା ଚଳାଇବା ପାଇଁ ସରକାରୀ ଦଳ ଇଚ୍ଛା ପ୍ରକାଶ କରୁନି:ତାରା

    Share on :
    ajab-Image
    Date: Feb 23, 2026    Views: 2744

    ଭୁବନେଶ୍ବର: ଚାଷୀ ପ୍ରସଙ୍ଗରେ ଗୃହ ହୁଲସ୍ତୁଲ ହୋଇଛି । ବିଧାନସଭା ଠିକ ଭାବେ ଚାଲିପାରୁ ନାହିଁ । ଗୃହ ମୁଲତବୀ ରଖି ସର୍ବଦଳୀୟ ବୈଠକ ଡାକିଲେ ବାଚସ୍ପତି।  କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି ଶାସକ ଦଳକୁ କଡ଼ା ଟାର୍ଗେଟ କରିଛନ୍ତି । ବିଧାନସଭା ଚଳାଇବା ପାଇଁ ସରକାରୀ ଦଳ ଇଚ୍ଛା ପ୍ରକାଶ କରୁନି ବୋଲି ସେ କହିଛନ୍ତି ।

    ଆଲୋଚନା ପାଇଁ ସରକାରୀ ଦଳ ପ୍ରସ୍ତୁତ ନୁହେଁ । ମୁକାବିଲା ପାଇଁ ପ୍ରସ୍ତୁତ ନଥିବାରୁ ପଛଘୁଞ୍ଚା ଦେଉଛନ୍ତି । ଚାଷୀମାନଙ୍କ ସମସ୍ୟା ନେଇ ସରକାର କିଛି କରୁନାହାଁନ୍ତି ।  ମଣ୍ଡିରେ ହଜାର ହଜାର ବସ୍ତା ଧାନ ପଡିଛି। ସରକାର ଏହା ଦେଖୁ ନାହାଁନ୍ତି। ବଜେଟ୍ ବେଳେ ଆଲୋଚନା କରି ଗୃହ ଚଳାଇଲେ। ଆମେ ମଣ୍ଡି ସମସ୍ୟାକୁ ନେଇ ମୁଲତବୀ ଦେଇଥିଲୁ। ହେଲେ ସରକାର ଆଲୋଚନାକୁ ଗଲେ ନାହିଁ।

    ସାରା ବିଶ୍ୱରେ ଏପଷ୍ଟିନ ଫାଇଲ୍ସ ପ୍ରସଙ୍ଗ ନେଇ ଚର୍ଚ୍ଚା ହେଉଛି । ଏଥିରେ ପ୍ରଧାନମନ୍ତ୍ରୀ ଓ କେନ୍ଦ୍ରମନ୍ତ୍ରୀଙ୍କ ଲିଙ୍କ ଅଛି। ବିଶ୍ୱର ଅନେକ ଦେଶରେ କାର୍ୟ୍ୟାନୁଷ୍ଠାନ ହେଉଛି। ଭାରତରେ କାହିଁକି କାର୍ୟ୍ୟାନୁଷ୍ଠାନ ହେବ ନାହିଁ ବୋଲି ସେ ପ୍ରଶ୍ନ କରିଛନ୍ତି ।

     

    Maximum 500 characters

    ରାଜନୀତି View all

    Find Us on Facebook