Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଖେଳ ଖବର

ମୁଖ୍ୟ ଖବର

    ଟି-୨୦ ସିରିଜ:ଭାରତର କ୍ଲିନସୁଇପ

    Share on :
    ajab-Image
    Date: Nov 22, 2021    Views: 3994

    କୋଲକାତା: ଐତିହାସିକ ଇଡେନ ଗାର୍ଡେନ ଗ୍ରାଉଣ୍ଡରେ ଟିମ ଇଣ୍ଡିଆର ଧମାକାଦାର ବିଜୟ । ନ୍ୟୁଜିଲାଣ୍ଡ ବିପକ୍ଷ ତୃତୀୟ ତଥା ଶେଷ ଟି-୨୦କୁ ୭୩ ରନ୍‌ରେ ଜିତିଲା ଟିମ ଇଣ୍ଡିଆ । ଏହି ବିଜୟ ସହ ୩ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜକୁ ୩-୦ରେ କ୍ଲିନସୁଇପ କରିଛି ଭାରତ ।

    କ୍ୟାପଟେନ ରୋହିତ ଶର୍ମାଙ୍କ ଦମଦାର ୫୬ ରନ୍‌ର ଇଂନିସ ଓ ଅକ୍ଷର ପଟେଲଙ୍କ ୩ ୱିକେଟ ହାସଲ ବଳରେ ୭୩ ରନରେ ନ୍ୟୁଜିଲାଣ୍ଡକୁ ହରାଇଛି ଭାରତ । ୧୮୫ ରନ୍‌ର ବିଜୟ ଲକ୍ଷ୍ୟକୁ ପିଛା କରିଥିବା ନ୍ୟୁଜିଲାଣ୍ଡର ଶୀର୍ଷକ୍ରମକୁ ଧ୍ବସ୍ତ କରିଥିଲେ ସ୍ପିନର ଅକ୍ଷର ପଟେଲ । ପ୍ରଥମ ୫ ଓଭର ମଧ୍ୟରେ ୩ଟି ଝଟକା ସହ କିୱି ଟିମର ବ୍ୟାଟିଂ ମେରୁଦଣ୍ଡକୁ ଭାଙ୍ଗି ଦେଇଥିଲେ ଅକ୍ଷର । ଫଳରେ ୩୦ ରନ୍‌ରେ ୩ ୱିକେଟ ହରାଇ ସଙ୍କଟରେ ପଡିଥିଲା ଭ୍ରମଣକାରୀ ଟିମ । ମାର୍ଟିନ ଗପ୍ଟିଲ ଓ ଟିମ ସୈଫର୍ଟ ଇଂନିସ ସମ୍ଭାଳିବାକୁ ସମସ୍ତ ପ୍ରୟାସ କରିଥିଲେ । ମ୍ୟାଚ୍‌ର ୧୦ମ ଓଭରରେ ଗପ୍ଟିଲ ଅର୍ଦ୍ଧଶତକ ପୂରଣ କରିଥିଲେ । ଶେଷ ୬୦ ବଲ୍‌ରୁ ବିଜୟ ପାଇଁ ୧୧୭ ରନ୍‌ ଆବଶ୍ୟକ କରୁଥିଲା ନ୍ୟୁଜିଲାଣ୍ଡ । ମାତ୍ର ଭାରତୀୟ ବୋଲର ନିୟମିତ ବ୍ୟବଧାନରେ ୱିକେଟ ହାସଲ କରିବା ସହ ଭ୍ରମଣକାରୀ ଟିମକୁ ପରାଜୟ ମୁହଁକୁ ଠେଲିଦେଇଥିଲେ ।ପୂର୍ବରୁ ରୋହିତ ଶର୍ମାଙ୍କ ୫୬, ଇଶାନ କିଶନଙ୍କ ୨୯, ଶ୍ରେୟସ ଆୟର ୨୫ ଓ ଭେଙ୍କଟସ ଆୟରଙ୍କ ୨୦ ରନ୍‌ ବଳରେ ଭାରତ ପ୍ରଥମେ ବ୍ୟାଟିଂ କରି ୧୮୪ ରନ୍‌ ସଂଗ୍ରହ କରିଥିଲା ।

    Maximum 500 characters

    ଖେଳ ଖବର View all

    Find Us on Facebook