Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଖେଳ ଖବର

ମୁଖ୍ୟ ଖବର

    ସୁପର ସଣ୍ଡେରେ ସୁପର ମୁକାବିଲା ;ମୁହାଁମୁହିଁ ହେବେ ଭାରତ-ପାକିସ୍ତାନ

    Share on :
    ajab-Image
    Date: Feb 14, 2026    Views: 3504

    ନୂଆଦିଲ୍ଲୀ:  ସୁପର ସଣ୍ଡେରେ ସୁପର ମୁକାବିଲା । ଟି-ଟ୍ବେଣ୍ଟି ବିଶ୍ବକପରେ ମୁହାଁମୁହିଁ ହେବେ ଦୁଇ ପାରମ୍ପରିକ ପ୍ରତିଦ୍ବନ୍ଦ୍ବୀ ଭାରତ-ପାକିସ୍ତାନ । ବିବାଦ ପରେ ଏହି ହାଇଭୋଲ୍ଟେଜ ମ୍ୟାଚ ପାଇଁ ବଢୁଛି କ୍ରିକେଟ ପ୍ରେମୀଙ୍କ କ୍ରେଜ୍ । କଲମ୍ବୋ ଆର ପ୍ରେମଦାସା ଷ୍ଟାଡିୟମରେ ସଂଧ୍ୟା ୭ଟାରେ ଖେଳାଯିବ ମ୍ୟାଚ । ବାଂଲାଦେଶ ନଖେଳିବାକୁ ନିଷ୍ପତ୍ତି ନେବାପରେ ଭାରତ ବିପକ୍ଷରେ ମ୍ୟାଚ ଖେଳିବ ନାହିଁ ବୋଲି ପାକିସ୍ତାନ ଘୋଷଣା କରିଥିଲା । ଯାହାକୁ ନେଇ ଏକସପ୍ତାହ ଯାଏଁ ଲାଗି ରହିଥିଲା ଚର୍ଚ୍ଚା । ଏହି ହାଇଭୋଲ୍ଟେଜ ମ୍ୟାଚ ନହେଲେ ବିଶ୍ବକପ ଫିକା ପଡ଼ିବ ବୋଲି କହିଥିଲେ କ୍ରିକେଟ ପ୍ରେମୀ । ତେଣୁ ରବିବାର ଖେଳାଯିବାକୁ ଥିବା ଏହି ମ୍ୟାଚ ପାଇଁ ବଢ଼ିଛି କ୍ରିକେଟପ୍ରେମୀଙ୍କ କ୍ରେଜ୍ । କ୍ରିକେଟ ମହାକୁମ୍ଭରେ ନିଜ ଦଳକୁ ଚିଅରଅପ୍ କରିବାକୁ କ୍ରିକେଟପ୍ରେମୀଙ୍କ ଉତ୍କଣ୍ଠା ଫଳରେ କଲମ୍ବୋ ବିମାନ ଟିକେଟ ଦର ଆକାଶ ଛୁଆଁ ହୋଇଛି । ଶେଷ ସମୟରେ ଟିକେଟ କରୁଥିବା ଯାତ୍ରୀ ଅଧିକ ମୂଲ୍ୟ ଦେଇ ବି ଯାତ୍ରା କରୁଛନ୍ତି । ଗ୍ରୁପ ଇରେ ଥିବା ଏହି ଦୁଇଟି ଟିମ୍ ଦୁଇଟି ଲେଖାଏଁ ମ୍ୟାଚ ଜିତି ୨ ପଏଣ୍ଟ ଲେଖାଏଁ ହାସଲ କରି ସାରିଛନ୍ତି । ଏବେ ଏହା ଉଭୟଙ୍କ ତୃତୀୟ ମ୍ୟାଚ । ତେଣୁ ଏଥିରେ ବିଜୟୀ ହେଲେ ପରବର୍ତ୍ତୀ ରାଉଣ୍ଡକୁ ଯିବ ଦଳ । ଖେଳର ମହତ୍ବ ଅଧିକ ଥିବାରୁ ଏକ କଡ଼ା ଟକ୍କର ଦେଖିବାକୁ ମିଳିବ ବୋଲି କ୍ରିକେଟପ୍ରେମୀ ଆଶା ରଖିଛନ୍ତି । ସେପଟେ ଆଜି ବିଶ୍ବକପରେ ୩ଟି ମ୍ୟାଚ ଖେଳାଯିବ । ପ୍ରଥମ ମ୍ୟାଚରେ ଇସ୍ରାଏଲକୁ ଭେଟିବ ଓମାନ । ଦ୍ବିତୀୟ ମ୍ୟାଚ ସ୍କଟଲାଣ୍ଡ ଓ ଇଂଲଣ୍ଡ ମଧ୍ୟରେ ଖେଳାଯିବାକୁ ଥିବାବେଳେ ତୃତୀୟ ମ୍ୟାଚରେ ମୁହାଁମୁହିଁ ହେବେ ଦୁଇ ଶକ୍ତିଶାଳୀ ନ୍ୟୁଜିଲାଣ୍ଡ ଓ ଦକ୍ଷିଣ ଆଫ୍ରିକା । ସଂଧ୍ୟା ୭ଟାରେ ଖେଳାଯିବ ଏହି ଗୁରୁତ୍ବପୂର୍ଣ୍ଣ ମ୍ୟାଚ ।

    Maximum 500 characters

    ଖେଳ ଖବର View all

    Find Us on Facebook