Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଖେଳ ଖବର

ମୁଖ୍ୟ ଖବର

    ଟି-ଟ୍ୱେଣ୍ଟି ବିଶ୍ୱକପ : ଭାରତ ବିପକ୍ଷରେ ଖେଳିବନି ପାକିସ୍ତାନ

    Share on :
    ajab-Image
    Date: Feb 2, 2026    Views: 2610

    ନୂଆଦିଲ୍ଲୀ; ଆଉ ହାତ ଗଣତି ଦିନ ପରେ ଆରମ୍ଭ ହେବ ଟି-ଟ୍ୱେଣ୍ଟି ପୁରୁଷ ବିଶ୍ୱକପ । ଫେବୃଆରୀ ୭ରୁ ଟୁର୍ଣ୍ଣାମେଣ୍ଟ ଖେଳାଯିବ । ହେଲେ ପାକିସ୍ତାନର କେଁ ସରୁନାହିଁ । ଭାରତ ଓ ଶ୍ରୀଲଙ୍କାରେ ଖେଳାଯିବାକୁ ଥିବା ଏହି ଟୁର୍ଣ୍ଣାମେଣ୍ଟରେ ଭାରତ ବିପକ୍ଷରେ ଖେଳିବନି ବୋଲି ମନା କରିଛି ପାକିସ୍ତାନ । ପାକ୍ ସରକାର ସାମାଜିକ ଗଣମାଧ୍ୟମରେ ଏ ସମ୍ପର୍କରେ ସୂଚନା ଦେଇଛନ୍ତି । କିନ୍ତୁ ହାଇବ୍ରିଡ ମଡେଲରେ ଖେଳାଯିବାକୁ ଥିବା ଏହି ଟୁର୍ଣ୍ଣାମେଣ୍ଟରେ ପାକିସ୍ତାନ ତାହାର ସବୁ ମ୍ୟାଚ ଶ୍ରୀଲଙ୍କାରେ ଖେଳିବ । କ୍ରିକେଟ ଦଳକୁ ଶ୍ରୀଲଙ୍କା ଯିବାକୁ ଅନୁମତି ଦେଇଛନ୍ତି ସରକାର । ଭାରତ ସହ ମ୍ୟାଚ ନଖେଳିବା ନିଷ୍ପତ୍ତି ପାକିସ୍ତାନ ପାଇଁ ମହଙ୍ଗା ପଡ଼ିପାରେ । ଦେଶରୁ ଗମ୍ଭୀର ପରିଣାମ ଭୋଗିବାକୁ ପଡିପାରେ । ପିସିବି ବା ପାକିସ୍ତାନ କ୍ରିକେଟ ବୋର୍ଡ ଉପରେ ୫ ଆକ୍ସନ ନିଆଯାଇପାରେ ।

    ​​​​​​​ହେବ ବଡ଼ ଆକ୍ସନ- ଆଇସିସି ପୁରୁଷ ବିଶ୍ୱକପ ପୂର୍ବରୁ ପୁଣି ପାକିସ୍ତାନର ନାଟକ ଆରମ୍ଭ ହୋଇଛି । ପାକିସ୍ତାନ ସରକାର ଆନୁଷ୍ଠାନିକ ଭାବେ ଦଳ ଭାରତ ବିପକ୍ଷରେ ଆଗାମୀ ବିଶ୍ୱକପ ଗ୍ରୁପ ମ୍ୟାଚ ଖେଳିବ ନାହିଁ ବୋଲି କହିଛନ୍ତି । ପାକ୍ କ୍ରିକେଟ ବୋର୍ଡ ଅଧ୍ୟକ୍ଷ ମୋହସିନ ନକଭି ସ୍ପଷ୍ଟ କରିଛନ୍ତି କି, ଭାରତ ବିପକ୍ଷରେ ଖେଳିବା ନେଇ ଚୂଡାନ୍ତ ନିଷ୍ପତ୍ତି ପାକିସ୍ତାନ ସରକାରଙ୍କ ଉପରେ ନିର୍ଭର କରିବ । ଯଦି ଭାରତ ବିପକ୍ଷରେ ପାକିସ୍ତାନ ନ ଖେଳେ ତେବେ ଆଇସିସି ନିୟମ ଅନୁଯାୟୀ ଏହାକୁ ୱାକଓଭର ଭାବେ ବିବେଚନା କରାଯିବ । ଏପରି ସ୍ଥଳରେ ଭାରତୁ ସିଧାସଳଖ ୨ ପଏଣ୍ଟ ମିଳିବ । ପାକିସ୍ତାନକୁ ଶୂନରେ ସନ୍ତୁଷ୍ଟ ହେବାକୁ ପଡ଼ିବ । ଏହି ପରାଜୟ ପାଇଁ ବହୁତ ମହଙ୍ଗା ସାବ୍ୟସ୍ତ ହୋଇପାରେ । କାରଣ ପ୍ରତି ଗ୍ରୁପ କେବଳ  ୨ ଦଳ ସୁପର ୮ରୁ ଯିବେ । ଏପରି ସ୍ଥିତିରେ ପାକିସ୍ତାନକୁ ପରବର୍ତ୍ତୀ ପର୍ଯ୍ୟାୟ ପାଇଁ ବାକି ୩ଟି ମ୍ୟାଚ ଜିତିବାକୁ ପଡ଼ିବ । ପାକିସ୍ତାନ ଆଇସିସି ବୋର୍ଡ ବୈଠକରେ ବାଂଲାଦେଶକୁ ସମର୍ଥନ କରି ବୟକଟ ଧମକ ଦେଇଥିଲା । ଯଦି ପାକିସ୍ତାନ ଭାରତ ବିପକ୍ଷରେ ନଖେଳେ ତେବେ ପିଏସଏଲକୁ ନେଇ ଆଇସିସି କାର୍ଯ୍ୟନୁଷ୍ଠାନ ନେଇପାରେ । ଆର୍ଥିକ କ୍ଷତି ସହିବ ପାକିସ୍ତାନ । ଏସିଆ କପରୁ ବାଦ ସହିତ ଦ୍ୱିପାକ୍ଷିକ ସିରିଜ ଉପରେ କଟକଣା ଲାଗିବା ଅନ୍ତର୍ଭୁକ୍ତ ରହିଛି । ପାକିସ୍ତାନର ବାର୍ଷିକ ଆୟ ୩୪.୫ କୋଟି ଆଇସିସି ପାଣ୍ଠିକୁ ରୋକି ଦିଆଯାଇପାରେ । ଏହା ହେଲେ ପାକିସ୍ତାନର ରାଜକୋଷ ଖାଲି ହୋଇଯିବ ।

    ​​​​​​​ଏ ବିଷୟରେ ପାକିସ୍ତାନ କ୍ରିକେଟ୍‌ ବୋର୍ଡ (ପିସିବି) ପକ୍ଷରୁ କିଛି ଲିଖିତ ଭାବେ ଆଇସିସିକୁ ଅବଗତ କରାଯାଇ ନାହିଁ । ହୁଏତ ଆସନ୍ତାକାଲି ବୋର୍ଡ ପକ୍ଷରୁ ଏ ବିଷୟରେ ଅବଗତ କରାଯାଇ ପାରେ । ବାଂଲାଦେଶ ଭାରତ ଗସ୍ତରେ ଆସିବ ନାହିଁ କହି ଶେଷରେ ବିଶ୍ୱକପ୍‌ରୁ ବାଦ ପଡ଼ିଥିଲା । ସୁରକ୍ଷା କାରଣରୁ ଶ୍ରୀଲଙ୍କା କିମ୍ବା ନିରପେକ୍ଷ ଭେନ୍ୟୁରେ ଖେଳିବା ନେଇ ବାଂଲାଦେଶ କ୍ରିକେଟ ବୋର୍ଡ (ବିସିବି) ପକ୍ଷରୁ ଆଇସିସିକୁ ଅନୁରୋଧ କରାଯାଇଥିଲା । କିନ୍ତୁ ଆଇସିସି ଏ ବିଷୟକୁ ଅଗ୍ରାହ୍ୟ କରି ଦେଇଥିଲା । ବିସିବିର ଦାବିକୁ ସେତେବେଳେ ପିସିବ ସମର୍ଥନ ଜଣାଇଥିଲା । ପାକିସ୍ତାନ ମଧ୍ୟ ବିଶ୍ୱକପ୍‌ରୁ ଓହରି ଯିବ ବୋଲି ଆଲୋଚନା ହେଉଥିଲା । ପାକିସ୍ତାନ ବିଶ୍ୱକପ୍‌ରୁ ଓହରି ଯାଇନଥିଲେ ବି ଭାରତ ବିପକ୍ଷ ମ୍ୟାଚକୁ ବୟକଟ କରିବ । ଏ ବିଷୟରେ କିଛି କାରଣ ଦର୍ଶାଯାଇ ନାହିଁ । ଏମିତିବି ପୂର୍ବ ଚୁକ୍ତି ଅନୁସାରେ ପାକିସ୍ତାନ ଦଳ ଭାରତ ଗସ୍ତରେ ନଆସି ଶ୍ରୀଲଙ୍କାରେ ଟୁର୍ଣ୍ଣାମେଣ୍ଟର ସମସ୍ତ ମ୍ୟାଚ ଖେଳିବ । ଭାରତ, ପାକିସ୍ତାନ, ୟୁଏସ୍‌ଏ, ନେଦରଲାଣ୍ଡସ ଓ ନାମିବିୟା ଗୋଟିଏ ଗ୍ରୁପ୍‌ (ଏ) ରେ ସାମିଲ ରହିଛି । 

    Maximum 500 characters

    ଖେଳ ଖବର View all

    Find Us on Facebook