Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଖେଳ ଖବର

ମୁଖ୍ୟ ଖବର

    ଟି-ଟ୍ୱେଣ୍ଟି ବିଶ୍ୱକପ ଭାରତୀୟ ଟିମ୍ ଘୋଷଣା; ଗିଲ୍ ଆଉଟ୍

    Share on :
    ajab-Image
    Date: Dec 20, 2025    Views: 3338

    ନୂଆଦିଲ୍ଲୀ: ଟି-ଟ୍ୱେଣ୍ଟି ବିଶ୍ୱକପ ୨୦୨୬ ପାଇଁ ଭାରତୀୟ ଦଳ ଘୋଷଣା ହୋଇଛି । ଦୀର୍ଘ ସମୟ ଥରି ବୈଠକ ପରେ ୧୫ ଜଣିଆ ସ୍କ୍ୱାଡ୍ ଘୋଷଣା କରିଛି ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ । ପ୍ରେସମିଟ୍ କରି ଟିମ୍ ଘୋଷଣା କରିଛନ୍ତି ମୁଖ୍ୟ ଚୟନକର୍ତ୍ତା ଅଜିତ ଅଗରକର । ସୂର୍ୟ୍ୟକୁମାର ଯାଦବ ଅଧିନାୟକ । ଅକ୍ଷର ପଟେଲଙ୍କୁ ଉପ-ଅଧିନାୟକ ଭାର ମିଳିଛି । ଶୁବମନ ଗିଲ୍ ଦଳରୁ ବାଦ ପଡିଛନ୍ତି । ଇଶାନ କିସନଙ୍କ ସରପ୍ରାଇଜ ଏଣ୍ଟ୍ରୀ ହୋଇଛି  ଆସନ୍ତା ଫେବୃଆରୀ ୭ରୁ ବିଶ୍ୱକପ ଲଢେଇ । ଭାରତ-ଶ୍ରୀଲଙ୍କା ରହିବେ ଆୟୋଜକ ।  ପ୍ରଥମ ମ୍ୟାଚରେ ପ୍ରଥମ ମ୍ୟାଚରେ ୟୁଏସଏକୁ ଭେଟିବ ଭାରତ ।


    ୧୫ ଜଣିଆ ଭାରତୀୟ ଟିମ୍- ସୂର୍ୟ୍ୟକୁମାର ଯାଦବ (ଅଧିନାୟକ), ଅକ୍ଷର ପଟେଲ (ଉପଅଧିନାୟକ), ଅଭିଷେକ ଶର୍ମା, ତିଲକ ବର୍ମା, ହାର୍ଦ୍ଦିକ ପାଣ୍ଡ୍ୟା, ସଞ୍ଜୁ ସାମସନ୍ (ୱିକେଟ୍ କିପର), ଶିବମ୍ ଦୁବେ, ୱାଶିଂଟନ୍ ସୁନ୍ଦର, ରିଙ୍କୁ ସିଂହ, ଯଶପ୍ରୀତ୍ ବୁମରା, ହର୍ଷିତ ରାଣା, ଅର୍ଶଦୀପ ସିଂ,​​​​​​​ କୁଳଦୀପ ଯାଦବ, ବରୁଣ ଚକ୍ରବର୍ତ୍ତୀ, ଇଶାନ କିସନ (ୱିକେଟ୍ କିପର)​​​​​​​ ।

    Maximum 500 characters

    ଖେଳ ଖବର View all

    Find Us on Facebook