Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଖେଳ ଖବର

ମୁଖ୍ୟ ଖବର

    ଟି-୨୦ ବିଶ୍ୱକପ: ଆଜି ମୁହାଁମୁହିଁ ହେବେ ଭାରତ ଓ ଅଷ୍ଟ୍ରେଲିଆ

    Share on :
    ajab-Image
    Date: Jun 24, 2024    Views: 4269

    ନୂଆଦିଲ୍ଲୀ:  ଟି-୨୦ ବିଶ୍ୱକପର ସୁପର-୮ରେ ଆଜି ସବୁଠୁ ବଡ଼ ଲଢେଇ । ମୁହାଁମୁହିଁ ହେବେ ଦୁଇ ଶକ୍ତିଶାଳୀ ଦଳ ଭାରତ ଓ ଅଷ୍ଟ୍ରେଲିଆ । ଆଫଗାନିସ୍ତାନଠାରୁ ପରାସ୍ତ ହେବା ପରେ କଙ୍ଗାରୁ ଦଳ ପାଇଁ ଆଜିର ମ୍ୟାଚ୍ କର ବା ମର ସ୍ଥିତି ସୃଷ୍ଟି କରିଛି । ସେମିଫାଇନାଲ୍ ରେସରେ ଏବେ ସୂତାଖିଅରେ ଲଟକିଛି ଅଷ୍ଟ୍ରେଲିଆ ।
    ଆଜି ହାରିଲେ, ସଙ୍କଟରେ ଥିବା ଅଷ୍ଟ୍ରେଲିଆ ପାଇଁ ଆହୁରି ଅଡୁଆ ହେବ ସେମିଫାଇନାଲ ରାସ୍ତା । ନେଟ୍ ରନରେଟ୍ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେବ । ଅନ୍ୟପଟେ ଗଡିଚାଲିଛି ଟିମ୍ ଇଣ୍ଡିଆର ବିଜୟ ରଥ । ଅଷ୍ଟ୍ରେଲିଆଠୁ ପ୍ରତିଶୋଧ ନେବା ସହ ଆଜିର ମ୍ୟାଚ ଜିତି ଅପରାଜେୟ ସହ ଗ୍ରୁପ ଟପ୍ପର ହୋଇ ସେମିରେ ପ୍ରବେଶ କରିବା ଲକ୍ଷ୍ୟରେ ରହିଛି ରୋହିତ ବାହିନୀ । ରେକର୍ଡ ଏବଂ ବର୍ତମାନର ପ୍ରଦର୍ଶନକୁ ଦେଖିଲେ ଭାରତର ପଲା ଭାରି । ଟି-୨୦ ବିଶ୍ୱକପରେ ଭାରତ ଓ ଅଷ୍ଟ୍ରେଲିଆ ୫ ଥର ପରସ୍ପରକୁ ଭେଟିଥିବାବେଳେ ଭାରତ ୩ଟିରେ ବିଜୟୀ ହୋଇଛି 

    Maximum 500 characters

    ଖେଳ ଖବର View all

    Find Us on Facebook