Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଖେଳ ଖବର

ମୁଖ୍ୟ ଖବର

    ଟି-୨୦ ବିଶ୍ୱକପ:ଆଜି ଭାରତ- ବାଂଲାଦେଶ ଲଢ଼େଇ

    Share on :
    ajab-Image
    Date: Jun 22, 2024    Views: 4204

    ନୂଆଦିଲ୍ଲୀ:  ଟି-୨୦ ବିଶ୍ୱକପର ସୁପର-୮ ରାଉଣ୍ଡରେ ଆଜି ଭାରତ- ବାଂଲାଦେଶ ଲଢ଼େଇ । ଆଣ୍ଟିଗୁଆରେ ରାତି ୮ଟାରେ ଖେଳାଯିବ ମ୍ୟାଚ୍। ଆଜିର ମ୍ୟାଚ୍ ଜିତି ସେମିଫାଇନାଲ୍ ସ୍ଥାନ ପକ୍କା କରିବ ଟିମ୍ ଇଣ୍ଡିଆ। ଅନ୍ୟପକ୍ଷରେ ବାଂଲାଦେଶ ପ୍ରଥମ ମ୍ୟାଚ୍‌ରେ ଅଷ୍ଟ୍ରେଲିଆଠୁ ପରାଜିତ ହେବା ପରେ ସୁପର-୮ରେ ପ୍ରଥମ ବିଜୟ ସନ୍ଧାନରେ ରହିବ।

    ସୁପର-୮ ରାଉଣ୍ଡର ପ୍ରଥମ ମ୍ୟାଚରେ ଆଫଗାନିସ୍ତାନକୁ ୪୭ ରନରେ ପରାସ୍ତ କରିଥିଲା ଭାରତ। ଆଜି ଟି-୨୦ ବିଶ୍ୱକପ୍‌ରେ ଦୁଇଟି ମ୍ୟାଚ୍ ଖେଳାଯିବା। ଦ୍ୱିତୀୟ ମ୍ୟାଚ୍‌ରେ ବାଂଲାଦେଶ ସହ ମୁହାଁମୁହିଁ ହେବ ଭାରତ।ପରେ୨୪ ତାରିଖରେ ଅଷ୍ଟ୍ରେଲିଆକୁ ଭେଟିବ ଭାରତ। ଅଷ୍ଟ୍ରେଲିଆ ବିପକ୍ଷରେ ହେବ ରିୟଲ ଫାଇଟ୍ । ଏହା ପୂର୍ବରୁ ରୋହିତ-ବିରାଟ ଜଲୱା ଦେଖିବାକୁ ମିଳିପାରେ। ଏତେଟା ଫର୍ମରେ ନଥିବା ଏହି ଯୋଡି ବାଂଲାଦେଶ ବିପକ୍ଷରେ ଭଲ ପ୍ରଦର୍ଶନ କରିବା ନେଇ ଆଶା ରଖିଛନ୍ତି କ୍ରିକେଟ୍ ପ୍ରେମୀ।

    Maximum 500 characters

    ଖେଳ ଖବର View all

    Find Us on Facebook