ମୁଖ୍ୟ ଖବର
ନୂଆଦିଲ୍ଲୀ: ଚଳିତ ଟି-୨୦ ବିଶ୍ୱକପ୍ରେ ଭାରତ ଶନିବାର ତା’ର ଚତୁର୍ଥ ତଥା ଅନ୍ତିମ ଗ୍ରୁପ୍ ପର୍ୟ୍ୟାୟ ମ୍ୟାଚ୍ରେ କାନାଡାକୁ ଭେଟିବ। ଗ୍ରପ୍ ଏ’ରେ ପ୍ରଥମ ୩ଟି ମ୍ୟାଚ୍ ଜିତି ଭାରତ ସୁପର-୮ ପର୍ୟ୍ୟାୟରେ ପହଞ୍ଚି ସାରିଛି। ତେଣୁ ଏହି ମ୍ୟାଚ୍ର ଗୁରୁତ୍ୱ କମିଯାଇଛି। ତେବେ ଭାରତ ସବୁ ୪ଟି ମ୍ୟାଚ୍ ଜିତି ଅପରାଜେୟ ରହି ପରବର୍ତ୍ତୀ ପର୍ୟ୍ୟାୟକୁ ପ୍ରବେଶ କରିବା ଲକ୍ଷ୍ୟରେ ରହିଛି।
ଫ୍ଲୋରିଡାର ଲାଉଡରହିଲ୍ର ସେଣ୍ଟ୍ରାଲ ବ୍ରୋୱାର୍ଡ ରିଜିଓନାଲ ପାର୍କ ଷ୍ଟାଡିୟମ ଟର୍ଫ ଗ୍ରାଉଣ୍ଡରେ ଏହି ମ୍ୟାଚ୍ ଖେଳାଯିବ। ଦୁଇ ଦଳ ପ୍ରଥମଥର ପାଇଁ ଟି-୨୦ ଫର୍ମାଟ୍ରେ ପରସ୍ପରକୁ ଭେଟିବେ। ଫ୍ଲୋରିଡାରେ ବନ୍ୟା ସ୍ଥିତି ସୃଷ୍ଟି ହୋଇଛି। ପୁଣି ବର୍ଷା ମଧ୍ୟ ଲାଗି ରହିଛିଓଡ଼ିଆ ସ୍ପଷ୍ଟ ନୁ୍ୟଜ। ମ୍ୟାଚ୍ ଅବସରରେ ଆକାଶ ମେଘୁଆ ରହିବ ଓ ଘଡଘଡି ସହ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ସ୍ଥାନୀୟ ପାଣିପାଗ କାର୍ୟ୍ୟାଳୟ ତରଫରୁ ସୂଚନା ଦିଆଯାଇଛି।
ଭାରତ: ରୋହିତ ଶର୍ମା (ଅଧିନାୟକ), ହାର୍ଦ୍ଦିକ ପାଣ୍ଡ୍ୟା, ଯଶସ୍ୱୀ ଜୟସ୍ୱାଲ, ବିରାଟ କୋହଲି, ସୂର୍ୟ୍ୟକୁମାର ଯାଦବ, ଋଷଭ ପନ୍ତ, ସଞ୍ଜୁ ସାମସନ, ଶିବମ ଦୁବେ, ରବୀନ୍ଦ୍ର ଜାଡେଜା, ଅକ୍ଷର ପଟେଲ, କୁଲଦୀପ ଯାଦବ, ୟୁଜବେନ୍ଦ୍ର ଚହଲ, ଅର୍ଶଦୀପ ସିଂ, ଯଶପ୍ରୀତ ବୁମ୍ରା ଓ ମହମ୍ମଦ ସିରାଜ।
Comments ସମସ୍ତ ମତାମତ