Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଖେଳ ଖବର

ମୁଖ୍ୟ ଖବର

    ଭାରତ ନିରାଶ: ଟି-୨୦ ବିଶ୍ବକପ୍‌ ଫାଇନାଲରେ ଇଂଲଣ୍ଡ

    Share on :
    ajab-Image
    Date: Nov 11, 2022    Views: 4234

    ଆଡିଲେଡ୍‌  : ଅଷ୍ଟ୍ରେଲିଆରେ ଚାଲିଥିବା ଆଇସିସି ଟ୍ବେଣ୍ଟି-୨୦ ବିଶ୍ବକପର ଫାଇନାଲରେ ପ୍ରବେଶ କରିଛି ଇଂଲଣ୍ଡ । ଦ୍ବିତୀୟ ସେମିଫାଇନାଲରେ ଭାରତକୁ ୧୦ ୱିକେଟରେ ପରାସ୍ତ କରି ଇଂଲଣ୍ଡ ଫାଇନାଲରେ ପହଞ୍ଚିଛି । ଫଳରେ ଆସନ୍ତା ରବିବାର ୧୩ ତାରିଖରେ ଇଂଲଣ୍ଡ ଓ ପାକିସ୍ତାନ ମଧ୍ୟରେ ଫାଇନାଲ ମୁକାବିଲା ଅନୁଷ୍ଠିତ ହେବ। ଇଂଲଣ୍ଡ ୧୬୯ ରନ୍‌ର ଟାର୍ଗେଟକୁ ବିଛା କରି ବିପୁଳ ବିଜୟ ହାସଲ କରିଛି ।
    ପ୍ରଥମେ ବ୍ୟାଟିଂ କରି ଭାରତ ନିର୍ଦ୍ଧାରିତ ୨୦ ଓଭରରେ ୬ ୱିକେଟ ହରାଇ ୧୬୮ ରନ୍‌ ସଂଗ୍ରହ କରିଥିଲା । ବିରାଟ କୋହଲି ଓ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଅର୍ଦ୍ଧଶତକ ବଳରେ ଭାରତ ଏହି ସ୍କୋର କରିବାକୁ ସକ୍ଷମ ହୋଇଥିଲା । ଜବାବରେ ଜୋସ ବଟ୍‌ଲରଙ୍କ ୮୦ ଏବଂ ଆଲେକ୍ସ ହେଲ୍‌ସଙ୍କ ୮୬ ରନ୍ ବଳରେ ଇଂଲଣ୍ଡ କୌଣସି ୱିକେଟ ନ ହରାଇ  ବିପୁଳ ବିଜୟ ହାସଲ କରି ଫାଇନାଲରେ ପ୍ରବେଶ କରିଛି । ତେବେ ଭାରତକୁ ନିରାଶ ହେବାକୁ ପଡିଛି ।

    Maximum 500 characters

    ଖେଳ ଖବର View all

    Find Us on Facebook