Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଖେଳ ଖବର

ମୁଖ୍ୟ ଖବର

    ଆଜି ଟି-୨୦ ବିଶ୍ୱକପ ଫାଇନାଲ

    Share on :
    ajab-Image
    Date: Nov 14, 2021    Views: 3632

    ନୂଆଦିଲ୍ଲୀ: ଆଜି ଚଳିତ ଟି-୨୦ ବିଶ୍ୱକପରର ଟ୍ରଫି ଟକ୍କର । ଟାଇଟଲ ପାଇଁ ମୁହାଁମୁହିଁ ହେବେ ନ୍ୟୁଜିଲାଣ୍ଡ - ଅଷ୍ଟ୍ରେଲିଆ । ମିଳିବ ନୂଆ ଚାମ୍ପିୟନ ଦଳ । ଆଜି ସଂଧ୍ୟା ୭ ଟା ୩୦ରେ ଦୁବାଇ ଆନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମରେ ଏହି ମ୍ୟାଚ ଖେଳାଯିବ । ଗୋଟିଏ ପଟେ ପ୍ରଥମ ଥର ପାଇଁ ଟି-୨୦ ବିଶ୍ୱକପ ଫାଇନାଲରେ ପ୍ରବେଶ କରିଥିବା ନ୍ୟୁଜିଲ୍ୟାଣ୍ଡ ରହିଥିବା ବେଳେ ଅନ୍ୟପଟେ ରହିଛି ଅଷ୍ଟ୍ରେଲିଆ ।

    ଶେଷଥର ପାଇଁ ୨୦୧୦ରେ ଟି-୨୦ ବିଶ୍ୱକପ ଫାଇନାଲରେ ପ୍ରବେଶ କରିଥିଲା ଅଷ୍ଟ୍ରେଲିଆ କିନ୍ତୁ ବିଜୟୀ ହେବାରୁ ବଞ୍ଚିତ ହୋଇଥିଲା । ଚଳିତବର୍ଷ ଉଭୟ ଟିମଙ୍କ ଟି-୨୦ ବିଶ୍ୱକପ ଯାତ୍ରା ଚମତ୍କାର ରହିଛି । ଦୁହେଁ ସେମିଫାଇନାଲରେ ଚମତ୍କାର ପ୍ରଦର୍ଶନ କରି ଫାଇନାଲରେ ପ୍ରବେଶ କରିଛନ୍ତି । ଟି-୨୦ ବିଶ୍ୱକପରେ ନ୍ୟୁଜିଲାଣ୍ଡ ଏବଂ ଅଷ୍ଟ୍ରେଲିଆ ଥରେ ମୁହାଁମୁହିଁ ହୋଇଥିବାବେଳେ ବିଜୟ ନ୍ୟୁଜିଲାଣ୍ଡ ହାତରେ ଲାଗିଥିଲା ।

    ଉଭୟ ଦଳ ୨୦୧୫ରେ ଆଇସିସି ଦିନିକିଆ ବିଶ୍ୱକପ ଫାଇନାଲରେ ଲଢ଼େଇ କରିଥିଲେ । ଯେଉଁଥିରେ ଅଷ୍ଟ୍ରେଲିଆ ବିଜୟୀ ହୋଇଥିଲା । ୨୦୧୫ ପରେ ଆଇସିସି ଇଭେଣ୍ଟର ଫାଇନାଲରେ ଆଜି ପୁଣି ଥରେ ଦୁଇ ଦଳ ମୁହାଁମୁହିଁ ହେବେ । ନ୍ୟୁଜିଲାଣ୍ଡ ୨୦୧୫ ଫାଇନାଲର ପ୍ରତିଶୋଧ ନେବାକୁ ପ୍ରୟାସ କରିବ ।

    Maximum 500 characters

    ଖେଳ ଖବର View all

    Find Us on Facebook