Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଖେଳ ଖବର

ମୁଖ୍ୟ ଖବର

    ବାଂଲାଦେଶରେ ଖେଳାଯିବ ମହିଳା ଟ୍ବେଣ୍ଟି୨୦ ବିଶ୍ବକପ-୨୦୨୪

    Share on :
    ajab-Image
    Date: Mar 1, 2023    Views: 3920

    ବାଂଲାଦେଶ: ବାଂଲାଦେଶରେ ୨୦୨୪ ମହିଳା ଟ୍ବେଣ୍ଟି୨୦ ବିଶ୍ବକପ ଖେଳାଯିବ। ଏଥିପାଇଁ ଭାରତ ସମେତ ୮ଟି ଦେଶ ସିଧାସଳଖ ଯୋଗ୍ୟତା ହାସଲ କରିଛନ୍ତି।୨୦୨୩ ଟ୍ବେଣ୍ଟି୨୦ ବିଶ୍ବକପରେ ଦୁଇ ଗ୍ରୁପରୁ ଶ୍ରେଷ୍ଠ ୩ ମଧ୍ୟରେ ଥିବା ୬ଟି ଦଳ ସମେତ ଆୟୋଜକ ବାଂଲାଦେଶ ଓ ମାନ୍ୟତାର ଶ୍ରେଷ୍ଠ ୭ ମଧ୍ୟରେ ଥିବା ପାକିସ୍ତାନ ସାଧାସଳଖ ବିଶ୍ବକପ ଖେଳିବାକୁ ଯୋଗ୍ୟତା ହାସଲ କରିଛନ୍ତି। ଦକ୍ଷିଣ ଆଫ୍ରିକାରେ ଆୟୋଜିତ ମହିଳା ଟ୍ବେଣ୍ଟି୨୦ ବିଶ୍ବକପର ଗ୍ରୁପ-ଏରୁ ଅଷ୍ଟ୍ରେଲିଆ, ନ୍ୟୂଜିଲାଣ୍ଡ ଓ ଦକ୍ଷିଣ ଆଫ୍ରିକା, ଗ୍ରୁପ-ବି ରୁ ଇଂଲଣ୍ଡ, ଭାରତ ଓ ୱେଷ୍ଟଇଣ୍ଡିଜ୍‌ ଯୋଗ୍ୟତା ହାସଲ କରିଛନ୍ତି। ଶ୍ରୀଲଙ୍କା​‌ ମହିଳା ଟ୍ବେଣ୍ଟି୨୦ ମାନ୍ୟତାର ୮ ଓ ଆୟରଲାଣ୍ଡ ୧୦ତମ ସ୍ଥାନରେ ଥିବାରୁ ସିଧାସଳଖ ଯୋଗ୍ୟତା ହାସଲ କରିପାରିନାହାନ୍ତି। ୨୦୨୩ ମହିଳା ଟ୍ବେଣ୍ଟି୨୦ ବିଶ୍ବକପରେ ଭାରତ ଗ୍ରୁପ ପର୍ୟ୍ୟାୟରେ ଦ୍ବିତୀୟ ସ୍ଥାନ ସହ ସେମିଫାଇନାଲରେ ପ୍ରବେଶ କରିଥିଲା। ସେମିଫାଇନାଲରେ ଅଷ୍ଟ୍ରେଲିଆ ନିକଟରୁ ପରାଜିତ ହୋଇଥିଲା। ୨୦୨୪ ମହିଳା ଟ୍ବେଣ୍ଟି୨୦ ବିଶ୍ବକପ ଲାଗି ଅବଶିଷ୍ଟ ଦୁଇ ଦଳ ଲାଗି ଯୋଗ୍ୟତାପର୍ୟ୍ୟାୟ ମ୍ୟାଚ ଆୟୋଜିତ ହେବ ବୋଲି ଆଇସିସି ପକ୍ଷରୁ କୁହାଯାଇଛି।

    Maximum 500 characters

    ଖେଳ ଖବର View all

    Find Us on Facebook