Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଖେଳ ଖବର

ମୁଖ୍ୟ ଖବର

    ଭାରତର ସିରିଜ୍ କ୍ଲିନ୍ ସୁଇପ୍

    Share on :
    ajab-Image
    Date: Jul 31, 2024    Views: 3657

    ନୂଆଦିଲ୍ଲୀ:   ସୁପର୍ ଓଭର ବିଜୟ ସହ ଭାରତର ସିରିଜ୍ କ୍ଲିନ୍ ସୁଇପ୍। ଶ୍ରୀଲଙ୍କା ବିପକ୍ଷ ଟି-ଟ୍ୱେଣ୍ଟି ସିରିଜ୍‌କୁ ଭାରତ ୩-୦ରେ ଜିତି ନେଇଛି। ଶ୍ରୀଲଙ୍କାକୁ ଧୂଳି ଚଟାଇଛି ଭାରତ। ଶେଷ ଓଭର୍‌ରେ ୬ ରନ୍‌ ମଧ୍ୟ କରିପାରିନି ଶ୍ରୀଲଙ୍କା।

    ତୃତୀୟ ଟି-ଟ୍ୱେଣ୍ଟି ମ୍ୟାଚରେ ଉଭୟ ଦଳ ୧୩୭ ରନରେ ଅଟକିଯିବା ପରେ ମ୍ୟାଚ୍ ଟାଇ ରହିଥିଲା। ଏହାପରେ ସୁପର ଓଭର୍‌ର ସହାୟତା ନିଆଯାଇଥିଲା। ସୁପର ଓଭର୍‌ରେ ଶ୍ରୀଲଙ୍କା ମାତ୍ର ୩ ରନ୍‌ କରିଥିଲା। ଯାହାକୁ ଭାରତ ପ୍ରଥମ ବଲ୍‌ରେ ହିଁ ହାସଲ କରି ନେଇଛି।
    ସୁପର୍ ଓଭରରେ ୱାସିଂଟନ୍ ସୁନ୍ଦର ମାତ୍ର ୪ ବଲରେ ୨ ରନ୍ ଦେଇ ୨ ୱିକେଟ୍ ହାସଲ କରିଥିଲେ। ଜବାବରେ ମଥିଶା ପଥିରଣାଙ୍କ ପ୍ରଥମ ବଲକୁ ସୁଇପ୍ ଚୌକା ମାରି ଅଧିନାୟକ ସୂର୍ୟ୍ୟକୁମାର ୟାଦବ ଭାରତକୁ ବିଜୟୀ କରାଇଥିଲେ।

    ପ୍ରଥମେ ବ୍ୟାଟିଂ କରିଥିବା ଭାରତ ୯ ଓ୍ୱିକେଟ୍‌ ହରାଇ ୧୩୭ ରନ୍‌ କରିଥିଲା। ଜବାବରେ ଘରୋଇ ଦଳ ଶ୍ରୀଲଙ୍କା ୮ ଓ୍ୱିକେଟ୍‌ ହରାଇ ୧୩୭ ରନ୍‌ କରିଥିଲା। ଏହାପରେ ସୁପର ଓଭରର ସହାୟତା ନିଆ ଯାଇଥିଲା। ୱାଶିଂଟନ ସୁନ୍ଦର ମ୍ୟାଚର ଶ୍ରେଷ୍ଠ ଖେଳାଳି ଏବଂ ସୂର୍ୟ୍ୟକୁମାର ୟାଦବ ଶୃଙ୍ଖଳାର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ।

    Maximum 500 characters

    ଖେଳ ଖବର View all

    Find Us on Facebook