Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଖେଳ ଖବର

ମୁଖ୍ୟ ଖବର

    ୟର୍କର ମାଷ୍ଟର ଯଶପ୍ରୀତ ବୁମରା

    Share on :
    ajab-Image
    Date: Mar 9, 2026    Views: 3330

    ନୂଆଦିଲ୍ଲୀ: ଭେଟେରାନ ଯଶପ୍ରୀତ ବୁମରା, ତାଙ୍କୁ କେବଳ ଜଣେ ସାଧାରଣ ବୋଲର ବିବେଚନା କରାଯାଇ ନପାରେ । କାରଣ ସେ ଯେଉଁ ଅଦ୍ଭୁତ ଇକୋନୋମିରେ ବୋଲିଂ କରୁଛନ୍ତି ତାହା କେବଳ ଈଶ୍ୱରଙ୍କ ଅବତାର ହିଁ କରି ପାରିବେ । ତେଣୁ ବୁମରାଙ୍କୁ ଈଶ୍ୱରଙ୍କ ଅବତାର ବୋଲି କୁହାଯାଇ ପାରେ । ଆଇସିସି ଟୁର୍ଣ୍ଣାମେଣ୍ଟ ହେଉ ଅବା ଦ୍ୱିପାକ୍ଷିକ ସିରିଜ ସବୁ ମ୍ୟାଚ୍‌ରେ ବୁମରା ଅଦ୍ଭୁତ ବୋଲିଂ କରନ୍ତି । ୟର୍କର ମାଷ୍ଟରଙ୍କୁ ବୁଝିବା ବ୍ୟାଟରଙ୍କ ପାଇଁ କଷ୍ଟକର ହୋଇଥାଏ । ବୁଝିବା ପୂର୍ବରୁ ବ୍ୟାଟର ନିଜ ୱିକେଟ୍ ହରାଇ ବସିଥାନ୍ତି । ବିଶ୍ୱକପ ଫାଇନାଲ ମ୍ୟାଚ ୱିନିଂ ସ୍ପେଲ୍‌କୁ ନେଇ ବୁମରା କହିଛନ୍ତି, ମୁଁ ମୋର ସବୁ ଅନୁଭବକୁ ବ୍ୟବହାର କରି ଦେଇଥିଲି କାରଣ ମୋ ହୋମ ଗ୍ରାଉଣ୍ଡରେ ଫାଇନାଲ ମ୍ୟାଚ ଖେଳୁଥିଲି ଆଉ କେବେ ବି ଜିତିନଥିଲି । କିନ୍ତୁ ଏହି ମ୍ୟାଚ୍ ପ୍ରକୃତରେ ସ୍ୱତନ୍ତ୍ର ଲାଗୁଛି  । ମୁଁ ପ୍ରକୃତରେ ଉତ୍ସାହିତ ଥିଲି, ସ୍ପଷ୍ଟ ଥିଲି, ମୁଁ ଜାଣିଥିଲି ମୁଁ କ'ଣ କରିବାକୁ ଚାହୁଁଛି । "ଚଳିତ ଟି-ଟ୍ୱେଣ୍ଟି ବିଶ୍ୱକପ୍‌ରେ ରବିବାର ଖେଳାଯାଇଥିବା ଫାଇନାଲରେ ତାଙ୍କର ବୋଲିଂ ଅତି ଅଦ୍ଭୁତ ଥିଲା । ଫ୍ଲାଟ୍ ପିଚରେ ଘରୋଇ ଦଳ ଯେତେବେଳେ ଦୁର୍ଦ୍ଧର୍ଷ ବ୍ୟାଟିଂ କରି ୫/୨୫୫ ରନ କରିଥିଲା । ନ୍ୟୁଜିଲାଣ୍ଡ ମଧ୍ୟ ସେମିତି ଭୟଙ୍କର ଜବାବ ଦେବ ବୋଲି ଆଶା କରାଯାଉଥିଲା । ମାତ୍ର ସେମିତି କିଛି ହୋଇ ନଥିଲା । ଅକ୍ଷର ପଟେଲ ଯଦିଓ ନ୍ୟୁଜିଲାଣ୍ଡର ୱିକେଟ୍ ଶୁଭାରମ୍ଭ କରିଥିଲେ । କିନ୍ତୁ ବୁମରା ମଧ୍ୟଭାଗରେ ଆତଙ୍କ ଖେଳାଇ ଦେଇଥିଲେ । ସେ ୪ ଓଭର ବୋଲିଂ କରି ମାତ୍ର ୧୫ ରନ ଦେଇ ୪ଟି ୱିକେଟ୍ ନେଇଥିଲେ । ଇକୋନୋମି ୩.୭୫ ରହିଥିଲା ।
     ୧୪୦ କୋଟି ଭାରତୀୟ ଯଶପ୍ରୀତ ବୁମରାଙ୍କ ପାଖରେ ଋଣୀ ।ସେମି ଫାଇନାଲରେ ତାଙ୍କ ଭୂମିକା ମଧ୍ୟ ଗୁରୁତ୍ୱପୂର୍ଣ୍ଣ ରହିଥିଲା । ୨୦୨୪ ଫାଇନାଲରେ ମଧ୍ୟ ବୁମରା ବେଶ ଘାତକ ସାବ୍ୟସ୍ତ ହୋଇଥିଲେ । ଦକ୍ଷିଣ ଆଫ୍ରିକା ବିପକ୍ଷରେ ସେ ୪ ଓଭର ବୋଲିଂ କରି ୧୮ ରନ୍ ଦେଇ ୨ ୱିକେଟ୍ ନେଇଥିଲେ । ଇକୋନୋମି ଥିଲା ୪.୫୦ । ବିଶ୍ୱକପ୍ରେ ସେ ପ୍ଲେୟାର ଅଫ୍ ଦ ଟୁର୍ଣ୍ଣାମେଣ୍ଟ (୧୫ ୱିକେଟ୍) ବିବେଚିତ ହୋଇଥିଲେ । ଏଥର ବୁମରା ଫାଇନାଲରେ ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଛନ୍ତି । ଟି-ଟ୍ୱେଣ୍ଟି ବିଶ୍ୱକପ୍‌ରେ ବୁମରା ଭାରତର ସର୍ବାଧିକ ୱିକେଟ୍ ହାସଲକାରୀ ବୋଲର ହେବାର ଗୌରବ ଲାଭ କରିଛନ୍ତି । ସେ ମୋଟ୍ ୪୦ଟି ୱିକେଟ୍ ପାଇଛନ୍ତି । ଅର୍ଶଦୀପ ସିଂ ଦ୍ୱିତୀୟ ସ୍ଥାନରେ (୩୬ଟି ୱିକେଟ୍) ରହିଛନ୍ତି । ବୁମରାଙ୍କ ଟେଷ୍ଟ କ୍ୟାରିୟରରେ ଇକୋନୋମି ୨.୭୭, ଦିନିକିଆରେ ୪.୫୯ ଏବଂ ଟି-ଟ୍ୱେଣ୍ଟିରେ ୬.୬୧ ରହିଛି । ପ୍ଲେୟାର ଅଫ୍ ଦି ଫାଇନାଲ ବିବେଚିତ ହୋଇଥିଲେ ବୁମରା । 

    Maximum 500 characters

    ଖେଳ ଖବର View all

    Find Us on Facebook