Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଖେଳ ଖବର

ମୁଖ୍ୟ ଖବର

    T-20 ବିଶ୍ବକପ୍ ଫାଇନାଲରେ ଭାରତ

    Share on :
    ajab-Image
    Date: Mar 6, 2026    Views: 2637

    T-20 ବିଶ୍ବକପ୍ ଫାଇନାଲରେ ଭାରତ । ରୋମାଞ୍ଚକର ସେମିଫାଇନାଲରେ ଇଂଲଣ୍ଡକୁ ୭ ରନରେ ପରାସ୍ତ କରି  ଚତୁର୍ଥ ଥର ପାଇଁ ଫାଇନାଲକୁ ଗଲା ଟିମ୍ ଇଣ୍ଡିଆ । ଇଂଲଣ୍ଡ ପକ୍ଷରୁ ଜ୍ୟାକବ୍ ବେଥେଲ ଐତିହାସିକ ଶତକୀୟ ପାଳି ଖେଳିଥିଲେ ଶେଷ ଓଭରରେ ଚକମା ଦେଇ ଫାଇନାଲ ଟିକେଟ୍ ପକ୍କା କରିଛି ସୂର୍ଯ୍ୟସେନା । 
    ମୁମ୍ବାଇର ୱାଙ୍ଖେଡେ ଷ୍ଟାଡିୟମରେ ଖେଳାଯାଇଥିବା ମ୍ୟାଚରେ ଭାରତ ପ୍ରଥମେ ବ୍ୟାଟିଂ କରି ୨୫୩ ରନର ଏକ ବିଶାଳ ସ୍କୋର ଛିଡ଼ା କରିଥିଲା। ସଞ୍ଜୁ ସାମସନଙ୍କ ୮୯ ରନ୍ ଫଳରେ ଇଂଲଣ୍ଡ ଆଗରେ ୨୫୪ ରନର ଟାର୍ଗେଟ୍ ରଖିଥିଲା ଟିମ୍ ସ୍କାଏ ।  ଜବାବରେ ଇଂଲଣ୍ଡ ଦଳ ୨୪୬ ରନ୍ କରିବାକୁ ସକ୍ଷମ ହୋଇଥିଲା । ଶେଷ ୩ ଓଭରରେ ଦଳକୁ ଜିତିବା ପାଇଁ ୪୫ ରନର ଆବଶ୍ୟକତା ଥିଲା । ତେବେ ୧୮ତମ ଓଭରରେ ବୁମରା ୬ ରନ ଦେଇ ମ୍ୟାଚର ମୋଡ଼ ବଦଳାଇ ଦେଇଥିଲେ । ପରେ ହାର୍ଦ୍ଦିକ ପାଣ୍ଡ୍ୟା ମାତ୍ର ୯ ରନ୍  ଦେବା ସହ ସାମ୍  କରନଙ୍କ ୱିକେଟ୍ ନେଇ ଦଳକୁ ବିଜୟ ଆଶା ଦେଇଥିଲେ । ଏହାପରେ ଆଉ ମ୍ୟାଚ୍କୁ ଫେରି ପାରିନଥିଲା ଇଂଲଣ୍ଡ । 

    ଶେଷ ଓଭରରେ ଶିବମ ଦୁବେ ବୋଲିଂ କରିଥିଲେ । ପ୍ରଥମ ବଲରେ ହିଁ ଦୁଇ ରନ୍ ନେବା ପ୍ରୟାସ୍ କରି ରନ୍ ଆଉଟ ହୋଇଥିଲେ ଜ୍ୟାକବ୍ ବେଥେଲ୍ । ଏହାପରେ ଜୋଫ୍ରା ଆର୍ଚର ଲଗାତାର ୩ଟି ଛକା ମାରିଥିଲେ ସୁଦ୍ଧା ଏହା ଇଂଲଣ୍ଡର ପରାଜିତ ହୋଇଥିଲା । ଡିଫେଣ୍ଡିଂ ଚାମ୍ପିୟନ ଭାରତ ପୁଣିଥରେ ଫାଇନାଲରେ ପହଞ୍ଚିଛି । ଏହି ମ୍ୟାଚରେ ମୋଟ୍ ୪୯୯ ରନ୍ ସଂଗୃହିତ ହୋଇଛି । ଆସନ୍ତା ୮ ତାରିଖରେ ଭାରତ-ନ୍ୟୁଜିଲାଣ୍ଡ ମଧ୍ୟରେ ହେବ ଟ୍ରଫି ଟକ୍କର୍ ।  

    Maximum 500 characters

    ଖେଳ ଖବର View all

    Find Us on Facebook