Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଖେଳ ଖବର

ମୁଖ୍ୟ ଖବର

    ଭାରତର ଦମଦାର ବିଜୟ ; ଜିମ୍ବାଓ୍ବେକୁ ୭୨ ରନରେ ହରାଇଲା ଭାରତ

    Share on :
    ajab-Image
    Date: Feb 27, 2026    Views: 2726

    ଟି-ଟ୍ବେଣ୍ଟି ସୁପର-୮ ମୁକାବିଲାରେ ଭାରତର ଦମଦାର ବିଜୟ। ଜିମ୍ବାଓ୍ବେକୁ ୭୨ ରନରେ ହରାଇଲା ଭାରତ। ୧୮୪ ରନ କରିବାକୁ ସକ୍ଷମ ହେଲା ଜିମ୍ବାଓ୍ବେ। ଜିମ୍ବାଓ୍ବେ ଆଗରେ ୨୫୭ ରନର ଥିଲା ବିଜୟ ଲକ୍ଷ୍ୟ। ପ୍ରଥମେ ବ୍ୟାଟିଂ କରି ଭାରତ କରିଥିଲା ୨୫୬ ରନ। ଅର୍ଶଦୀପ ସିଂହ ସର୍ବାଧିକ ୩ ଓ୍ବିକେଟ୍ ହାସଲ କରିଛନ୍ତି। ବିଜୟ ସହ ଉଜ୍ଜୀବିତ ହେଲା ଭାରତର ସେମି ଆଶା। ମାର୍ଚ୍ଚ ୧ ତାରିଖରେ ଓ୍ବେଷ୍ଟଇଣ୍ଡିଜକୁ ଭେଟିବ ଭାରତ। ଓ୍ବେଷ୍ଟଇଣ୍ଡିଜକୁ ହରାଇଲେ ସେମିରେ ପ୍ରବେଶ କରିବ ଭାରତ। ଚେନ୍ନାଇରେ ମୁହାଁମୁହିଁ ହୋଇଥିଲେ ଭାରତ ଓ ଜିମ୍ବାୱେ । ପ୍ରଥମେ ଟସ ଜିତି ଭାରତକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା ଜିମ୍ବାଓ୍ବେ। ପଡ଼ିଆକୁ ଓହ୍ଲାଇଥିଲେ ଅଭିଷେକ ଶର୍ମା ଓ ସଞ୍ଜୁ ସାମସନ । ପ୍ରଥମରୁ ଧୂଆଁଧାର ବ୍ୟାଟିଂ ଆରମ୍ଭ କରିଥିଲେ ସୁଦ୍ଧା ପ୍ରଥମେ ସଞ୍ଜୁ ସାମସନ ୨୪ ରନ କରି ମୁଜାରବାନୀଙ୍କ ବଲର ଶିକାର ହୋଇଥିଲେ । ଏହାପରେ ଅଭିଷେକଙ୍କ ସାଥ ଦେଇଥିଲେ ଇଶାନ କିଷନ । ଇଶାନ ୨୪ ବଲରେ ୩୮ ରନ କରି ଅଧିନାୟକ ସିକନ୍ଦର ରାଜଙ୍କ ବଲରେ ଆଉଟ ହୋଇଥିଲେ । ତେବେ ଅଭିଷେକ ଶର୍ମା ୩୦ ବଲରେ ୫୫ ରନ କରିବାରେ ସକ୍ଷମ ହୋଇଥିଲେ । ସେ ୪ଟି ଚୌକା ଓ ୪ଟି ଛକା ମାରିଥିଲେ । ଅଧିନାୟକ ସୂର୍ୟ୍ୟକୁମାର ଯାଦବ ୧୩ ବଲରେ ୩୩ ରନ କରିଥିଲେ । ହାର୍ଦ୍ଦିକ ପାଣ୍ଡ୍ୟା ୪ଟି ଛକା ଓ ଦୁଇଟି ଚୌକା ସହାୟତାରେ ୨୩ ବଲରେ ୫୦ ରନ କରିଥିଲେ । ସେହିପରି ତୀଳକ ବର୍ମା ୪ଟି ଛକା ଓ ୩ଟି ଚୌକା ସହାୟତାରେ ୧୬ ବଲରେ ୪୪ ରନ କରିଥିଲେ ।

    Maximum 500 characters

    ଖେଳ ଖବର View all

    Find Us on Facebook