Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଖେଳ ଖବର

ମୁଖ୍ୟ ଖବର

    ପିସିବିକୁ ଅନୁରୋଧ କଲା ଶ୍ରୀଲଙ୍କା: ମ୍ୟାଚ୍‌ ବର୍ଜନ ନିଷ୍ପତ୍ତିର କରାଯାଉ ପୁନର୍ବିଚାର

    Share on :
    ajab-Image
    Date: Feb 6, 2026    Views: 2393

     ଟ୍ବେଣ୍ଟି-୨୦ ବିଶ୍ବକପ୍‌ରେ ଭାରତ ବିପକ୍ଷ ମ୍ୟାଚ୍‌ ଖେଳିବ ନାହିଁ ବୋଲି ପାକିସ୍ତାନର ଧମକ ପରେ କେବଳ ଆଇସିସି ନୁହେଁ, ଶ୍ରୀଲଙ୍କା କ୍ରିକେଟ୍‌ ବୋର୍ଡ ମଧ୍ୟ ଅଡ଼ୁଆରେ ପଡ଼ିଯାଇଛି । ଏହି ମ୍ୟାଚ୍‌ ରଦ୍ଦ ହେଲେ ବୋର୍ଡ ବିପୁଳ କ୍ଷତି ସହିବାର ଆଶଙ୍କା ରହିଛି । କେବଳ ଶ୍ରୀଲଙ୍କା ବୋର୍ଡ ନୁହେଁ, ସାମଗ୍ରିକଭାବେ ଶ୍ରୀଲଙ୍କାର ପର୍ଯ୍ୟଟନ ଶିଳ୍ପ ବି କ୍ଷତିଗ୍ରସ୍ତ ହେବାର ଆଶଙ୍କା ରହିଛି । ଏହି କାରଣରୁ ଶ୍ରୀଲଙ୍କା ବୋର୍ଡ ପକ୍ଷରୁ ପାକିସ୍ତାନ କ୍ରିକେଟ୍‌ ବୋର୍ଡ (ପିସିବି)କୁ ଏକ ପତ୍ର ଲେଖି ନିଜ ନିଷ୍ପତ୍ତିର ପୁନର୍ବିଚାର କରିବାକୁ ଅନୁରୋଧ କରାଯାଇଛି।
    ଶ୍ରୀଲଙ୍କା ବୋର୍ଡ ପକ୍ଷରୁ ପିସିବିକୁ ଲେଖାଯାଇଥିବା ପତ୍ରରେ କୁହାଯାଇଛି ଯେ ଫେବ୍ରୁଆରି ୧୫ରେ ହେବାକୁ ଥିବା ଭାରତ ଓ ପାକିସ୍ତାନ ମୁକାବିଲା ପାଇଁ ସବୁ ପ୍ରସ୍ତତି ଶେଷ ହୋଇଛି। ଏଥିପାଇଁ ଟିକେଟ୍‌ ବିକ୍ରି ଶେଷ ହୋଇଛି, ଲଜିଷ୍ଟିକ୍ସ ଓ ସୁରକ୍ଷା ବନ୍ଦୋବସ୍ତ ଶେଷ ହୋଇଛି। ଟିକେଟ୍‌ ବିକ୍ରି ଶେଷ ହୋଇଛି ଓ ଏହାକୁ ନେଇ ଲୋକଙ୍କ ମଧ୍ୟରେ ଅଭୁତପୂର୍ବ ଉତ୍ସାହ ରହିଛି। ପର୍ଯ୍ୟଟକମାନେ ହୋଟେଲ୍‌ ବୁକିଂ କରିସାରିଛନ୍ତି। ଏପରି ସ୍ଥିତିରେ ମ୍ୟାଚ୍‌ ରଦ୍ଦ ହେଲେ ତାହାର ବ୍ୟାପକ ଆର୍ଥିକ, ଲଜିଷ୍ଟିକ୍ସ ସଂପର୍କିତ ସମସ୍ୟା ସୃଷ୍ଟି ହେବା ସହ ବୋର୍ଡର ସୁନାମରେ ବି ଆଞ୍ଚ ଆସିବ। ପାକିସ୍ତାନ କ୍ରିକେଟ୍‌ ବୋର୍ଡର ଦୁର୍ଦ୍ଦିନରେ ଶ୍ରୀଲଙ୍କା କ୍ରିକେଟ୍‌ ପାକିସ୍ତାନ ସହ ଛିଡ଼ା ହୋଇଥିଲା। ଏଣୁ ଏବେ ଶ୍ରୀଲଙ୍କା କ୍ରିକେଟ୍ ପିସିବିଠାରୁ ସମାନ ପ୍ରକାରର ସହଯୋଗ ଆଶା କରୁଛି। ପାକିସ୍ତାନ ବିଶ୍ବକପର ମୂଳ ଖେଳସୂଚୀକୁ ସମ୍ମାନ ଜଣାଇ ନିଜର ସବୁ ମ୍ୟାଚ ଖେଳିବ ବୋଲି ଶ୍ରୀଲଙ୍କା ବୋର୍ଡ ନିଜ ପତ୍ରରେ ଲେଖିଛି।
    ୨୦୦୯ରେ ପାକିସ୍ତାନ ଗସ୍ତ ସମୟରେ ଲାହୋରରେ ଶ୍ରୀଲଙ୍କା କ୍ରିକେଟ୍‌ ଦଳ ଉପରେ ଆତଙ୍କବାଦୀ ଆକ୍ରମଣ ହୋଇଥିଲା। ଏହି ଆକ୍ରମଣ ଯୋଗୁଁ ଶ୍ରୀଲଙ୍କା ଦଳର କେତେକ ଖେଳାଳି ଆହତ ହୋଇଥିଲେ। ଏହାପରେ ପ୍ରାୟ ୧୦ ବର୍ଷ ପାଇଁ କୌଣସି ଦେଶର କ୍ରିକେଟ୍‌ ଦଳ ପାକିସ୍ତାନ ଗସ୍ତ କରିବାକୁ ପଛଘୁଞ୍ଚା ଦେଉଥିଲେ। ୨୦୧୯ରେ ଶ୍ରୀଲଙ୍କା ଦଳ ପ୍ରଥମ ଥର ପାଇଁ ପାକିସ୍ତାନ ଗସ୍ତ କରି ପିସିବିର ଏହି ଦୁର୍ଦ୍ଦିନରେ ଛିଡ଼ା ହୋଇଥିଲା।

     

    Maximum 500 characters

    ଖେଳ ଖବର View all

    Find Us on Facebook