ମୁଖ୍ୟ ଖବର
ବିଶାଖାପାଟଣା: ସ୍ପିନରଙ୍କ ସଫଳତା ପରେ ଶେଫାଳି ବର୍ମାଙ୍କ ବିସ୍ଫୋରକ ଅପରାଜିତ ଅର୍ଦ୍ଧଶତକ ବଳରେ ମଙ୍ଗଳବାର ଦ୍ଵିତୀୟ ମହିଳା ଟ୍ରେଣ୍ଟି୨୦ ମ୍ୟାଟ୍ରେ ଘରୋଇ ଭାରତ ବିଜୟୀ ହୋଇଛି । ପ୍ରଥମ ମ୍ୟାଚ୍ ପରି ଏହି ମ୍ୟାଚ୍କୁ ମଧ୍ୟ ଭାରତୀୟ ମହିଳା ଦଳ ସହଜରେ ୭ ୱିକେଟ୍ରେ ଜିତିନେଇଛି। ଫଳରେ ପାଞ୍ଚ ମ୍ୟାଟ୍ର ଟି୨୦ ଶୃଙ୍ଖଳାରେ ଭାରତ ୨-୦ରେ ଆଗୁଆ ହୋଇଛି। ଶ୍ରୀଲଙ୍କା ମହିଳା ଦଳ ପ୍ରଥମେ ବ୍ୟାଟିଂକରି ୯ ୱିକେଟ୍ରେ ୧୨୮ ରନ୍ କରିଥିଲା । ପରେ ୪୯ଟି ବଲ୍ ବାକିଥାଇ ୩ ୱିକେଟ୍ ହରାଇ ଭାରତ ଜିତିଥିଲା। ଶୁକ୍ରବାର ଉଭୟ ଦଳଙ୍କ ମଧ୍ୟରେ ତୃତୀୟ ଟ୍ରେଣ୍ଟି୨୦ ମ୍ୟାଚ୍ ଖେଳାଯିବ। ଟସ୍ ଜିତି ଭାରତ ଫିଲ୍ଡିଂ କରିଥିଲା। ଶ୍ରୀଲଙ୍କା ଅଧୂନାୟିକା ଚମାରି ଅଟ୍ଟାପଟୁ ଆକ୍ରମଣ କରି ୨୩ ବଲ୍ରୁ ୨ଟି ଛକା ଓ ୩ଟି ଚୌକା ସହ ୩୧ ରନ୍ କରିଥିଲେ। ହର୍ଷିତା ସମରବିକ୍ରମ ୩୨ ବଲ୍ରୁ ୪ଟି ଚୌକା ସହ ସର୍ବାଧିକ ୩୩ ରନ୍ କରିଥିଲେ । ହାସିନୀ ପରେରା ୩ଟି ଚୌକା ସହ ୱିକେଟ୍ ନେବା ପରେ ବୈଷ୍ଣବୀ ଶର୍ମା ୨୨, କବିତା ଦିଲ୍ଲ୍ହାରୀ ୧୪ ଓ କୌଶିନୀ ନୃତ୍ୟାଙ୍ଗନା ୧୧ ରନ୍ କରିଥିଲେ। ଅନ୍ୟ କେହି ବଡ଼ ସ୍କୋର୍ କରି ପାରିନଥିଲେ। ଶ୍ରୀଲଙ୍କା ମାତ୍ର ୨୪ ରନ୍ରେ ଶେଷ ୬ଟି ୱିକେଟ୍ ହରାଇଥିଲା।
ଦୁଇ ଭାରତୀୟ ସ୍ପିନର ବୈଷ୍ଣବୀ ଶର୍ମା ଓ ଶ୍ରୀ ଚରଣି ୨ଟି ଲେଖାଏଁ ୱିକେଟ୍ ନେଇଥିଲେ। ୩ ଜଣ ରନ୍ଆଉଟ୍ ହୋଇଥିଲେ। ୧୨୯ ରନ୍ ଲକ୍ଷ୍ୟରେ ଭାରତୀୟ ମହିଳା ଦଳ ଓପ୍ନିଂ ଯୋଡ଼ିରେ ୩ ଓଭରରେ ୨୯ ରନ୍ କରିଥିଲା। ସ୍ମୃତି ମାନ୍ଧାନା ୧୧ ବଲ୍ରୁ ଗୋଟିଏ ଲେଖାଏଁ ଛକା ଓ ଚୌକା ସହ ୧୪ ରନ୍କରି ବିଦାୟ ନେଇଥିଲେ। ପରେ ଶେଫାଳି ବର୍ମା ଓ ଜେମିମା ରଡ୍ରିଗ୍ରେଜ୍ ଦ୍ରୁତ ୫୮ ରନ୍ ଯୋଡ଼ିଥିଲେ । ଜେମିମା ୧୫ ବଲ୍ରୁ ଗୋଟିଏ ଛକା ଓ ୪ଟି ଚୌକା ସହ ୨୬ ରନ୍ କରିଥିଲେ । ଅଧୂନାୟିକା ହରମନପ୍ରୀତ କୌର ୧୦ ରନ୍କରି ବିଦାୟ ନେଇଥିଲେ। ଓପ୍ନର ଶେଫାଳି ବର୍ମା ୩୪ ବଲ୍ରୁ ଗୋଟିଏ ଛକା ଓ ୧୧ଟି ଚୌକା ସହ ୬୯ ରନ୍କରି ଅପରାଜିତ ଥିଲେଓ ଶେଫାଳି ବର୍ମା ପ୍ଲେୟର ଅଫ୍ ଦି ମ୍ୟାଚ୍ ହୋଇଥିଲେ।
Comments ସମସ୍ତ ମତାମତ