ମୁଖ୍ୟ ଖବର
କ୍ୱାଲାଲମ୍ପୂର : ଚଳିତ ୧୯ ବର୍ଷରୁ କମ୍ ମହିଳା ଟି-୨୦ ବିଶ୍ୱକପ୍ ଦ୍ୱିତୀୟ ସଂସ୍କରଣରେ ଗତଥରର ଚାମ୍ପିଅନ ଭାରତ ଏଥର ପୁଣି ଥରେ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରି ବିଶ୍ବବିଜୟୀ ହୋଇଛି। ଲଗାତାର ଦୁଇଥର ବିଶ୍ୱବିଜେତା ବନିଛି ଟିମ୍ ଇଣ୍ଡିଆ । କୁଆଲାଲୁମ୍ପୁରରର ଓଭାଲରେ ହୋଇଥିବା ଫାଇନାଲ୍ ଲଢ଼େଇରେ ଦକ୍ଷିଣ ଆଫ୍ରିକାକୁ ୯ ୱିକେଟରେ ମାତ୍ ଦେଇ ଭାରତୀୟ ମହିଳା ଦଳ ବିଶ୍ୱ ଚାମ୍ପିଅନ ବନିଛି ।
ପ୍ରଥମେ ଦକ୍ଷିଣ ଆଫ୍ରିକା ଟସ୍ ଜିଣି ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା । ୨୦ ଓଭର ଖେଳି ଅଲଆଟ୍ ହୋଇ ମାତ୍ର ୮୨ ରନ୍ କରିବାକୁ ସକ୍ଷମ ହୋଇଥିଲା । ତେବେ ଭାରତ ୮୩ ରନ୍ ଟାର୍ଗେଟର ପିଛା କରି ୧୧.୨ ଓଭର ଖେଳି ବିଜୟ ହାସଲ କରିଛି । ଲଗାତାର ଦ୍ୱିତୀୟ ଥର ପାଇଁ ଭାରତୀୟ ମହିଳା ବିଶ୍ୱ ଚମ୍ପିଆନ ବନିଛି । ୨୦୨୩ରେ ସାଉଥ ଆଫ୍ରିକାରେ ଆୟୋଜିତ ମହିଳା ଟି-୨୦ ବିଶ୍ୱକପ୍ ଜିତିଥିଲା ଭାରତ ।
୨୦୨୩ରେ ଅନୁଷ୍ଠିତ ଟୁର୍ଣ୍ଣାମେଣ୍ଟର ପ୍ରଥମ ସଂସ୍କରଣରେ ଭାରତ ୭ ୱିକେଟରେ ଇଂଲଣ୍ଡକୁ ପରାସ୍ତ କରି ବିଶ୍ୱକପ୍ର ପ୍ରଥମ ଟାଇଟଲ ଜିତିଥିଲା।
Comments ସମସ୍ତ ମତାମତ