Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଖେଳ ଖବର

ମୁଖ୍ୟ ଖବର

    ଆଜି ୱେଷ୍ଟ ଇଣ୍ଡିଜ୍‌ ଓ ଭାରତ ମଧ୍ୟରେ ଚତୁର୍ଥ ଟି-ଟ୍ୱେଣ୍ଟି

    Share on :
    ajab-Image
    Date: Aug 6, 2022    Views: 4140

      ଫ୍ଲୋରିଡା: ଶନିବାର ୱେଷ୍ଟ ଇଣ୍ଡିଜ୍‌ ଓ ଭାରତ ମଧ୍ୟରେ ଚତୁର୍ଥ ଟି-ଟ୍ୱେଣ୍ଟି ଖେଳାଯିବ । ଆମେରିକାର ଫ୍ଲୋରିଡା ସହରରେ ଶେଷ ୨ଟି ମ୍ୟାଚ୍‌ ଅନୁଷ୍ଠିତ ହେବ । ପ୍ରଥମ ୩ଟି ମ୍ୟାଚ ଶେଷ ସୁଦ୍ଧା ଭାରତ ୨-୧ରେ ଅଗ୍ରଣୀ ହାସଲ କରିଛି । ମ୍ୟାଚ୍ ବିଜୟ ସହ ଭାରତ ସିରିଜ ହାତେଇବାକୁ ପ୍ରୟାସ କରିବ । ଅନ୍ୟ ପଟରେ ଦେଖିବାକୁ ଗଲେ ସିରିଜକୁ ଫେରିବା ପାଇଁ ୱେଷ୍ଟ ଇଣ୍ଡିଜ୍‌ ନିକଟରେ ଶେଷ ସୁଯୋଗ ରହିଛି ।
    ଭାରତୀୟ ଦଳର ପଲା ଭାରି ରହିବା ସ୍ୱାଭାବିକ । ୱେଷ୍ଟ ଇଣ୍ଡିଜ୍‌ର ଦୁର୍ଦ୍ଦର୍ଷ ବ୍ୟାଟରମାନେ ଦଳରେ ନାହାନ୍ତି । ସେମାନଙ୍କ ସ୍ଥାନରେ ଯୁବ ଖେଳାଳିମାନେ ଦକ୍ଷତା ପ୍ରମାଣିତ କରିବାକୁ ସଂଘର୍ଷ ଚଳାଇଛନ୍ତି । କେଲଇ ମେୟର୍ସ ଓ ବ୍ରାଣ୍ଡନ କିଙ୍ଗ୍‌ ଇତି ମଧ୍ୟରେ ବଡ ଇନିଂସ ଖେଳିବାରେ ସଫଳ ହୋଇଛନ୍ତି । ନିକୋଲାସ ପୂରନଙ୍କ ବିଫଳତା ଦଳ ପାଇଁ ଚିନ୍ତାର କାରଣ ହୋଇଛି ।

    ଭାରତୀୟ ଦଳ ଉଭୟ ବ୍ୟାଟିଂ ଓ ବୋଲିଂରେ ଉନ୍ନତ ପ୍ରଦର୍ଶନ କରୁଛି । ବିଶେଷ କରି ସୂର୍ୟ୍ୟକୁମାର ଯାଦବଙ୍କ ପ୍ରଦର୍ଶନ କ୍ରିକେଟ୍‌ ପ୍ରେମୀଙ୍କ ଉତ୍ସାହ ବଢାଇ ଦେଇଛି । ବୋଲିଂ ବିଭାଗ ବେଶ୍‌ ସନ୍ତୁଳିତ ରହିଛି । ତେଣୁ ଭାରତ ପାଇଁ ଆଉ ଏକ ବିଜୟ ସହଜ ହେବ ।

    ତୃତୀୟ ମ୍ୟାଚ୍‌ରେ ରୋହିତ ଶର୍ମା ଆହତ ହୋଇଥିଲେ । ଚତୁର୍ଥ ମ୍ୟାଚ୍‌ ପୂର୍ବରୁ ୨ଦିନ ବିଶ୍ରାମ ମିଳିଥିବାରୁ ରୋହିତ ସୁସ୍ଥ ହୋଇଥିବା ଟିମ୍‌ ମ୍ୟାନେଜମେଣ୍ଟ ଘୋଷଣା କରିସାରିଛି । ଫଳରେ ଆଜିର ମ୍ୟାଚ୍‌ରେ ତାଙ୍କ ଖେଳିବା ସମ୍ଭାବନା ରହିଛି ।

    ୱେଷ୍ଟ ଇଣ୍ଡିଜ ମ୍ୟାଚ୍‌ରେ ଚୂଡ଼ାନ୍ତ ଏକାଦଶରେ ପରିବର୍ତ୍ତନ କରିପାରେ । ବୋଲିଂ ଅଲ୍‌ରାଉଣ୍ଡର ଡୋମିନିକ ଡ୍ରେକ୍ସଙ୍କୁ ଖେଳିବାର ସୁଯୋଗ ମିଳିବା ଆଶା କରାଯାଉଛି । ଓଡିନ ସ୍ମିଥ୍‌ ମଧ୍ୟ ଦଳରେ ସ୍ଥାନ ବଜାୟ ରଖିବେ । ଫଳରେ ୱିକେଟ୍‌ କିପର ଡେଭନ ଥୋମାସ ଏକାଦଶରୁ ବାଦ ପଡ଼ିବେ ଓ ନିକୋଲାସ ପୂରନ ୱିକେଟ୍‌ କିପର ଦାୟିତ୍ୱ ତୁଲାଇବେ ।

    Maximum 500 characters

    ଖେଳ ଖବର View all

    Find Us on Facebook