Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଖେଳ ଖବର

ମୁଖ୍ୟ ଖବର

    ତୃତୀୟ ଟି-୨୦ : ଭାରତ ୭ ୱିକେଟ୍‌ରେ ଜିତିଲା

    Share on :
    ajab-Image
    Date: Aug 3, 2022    Views: 3884

    ନୂଆଦିଲ୍ଲୀ: : ସୂର୍ୟ୍ୟକୁମାର ଯାଦବଙ୍କ ଦର୍ଶନୀୟ ଅର୍ଦ୍ଧଶତକ ବଳରେ ଭାରତ ମଙ୍ଗଳବାର ଅନୁଷ୍ଠିତ ତୃତୀୟ ଟି-ଟ୍ୱେଣ୍ଟିରେ ଘରୋଇ ୱେଷ୍ଟ ଇଣ୍ଡିଜକୁ ୭ ୱିକେଟରେ ପରାସ୍ତ କରିଛି । ଏହି ମ୍ୟାଚ୍‌ରେ ପ୍ରଥମେ ବ୍ୟାଟିଂ କରି ୱେଷ୍ଟ ଇଣ୍ଡିଜ୍‌ ୫ ୱିକେଟ୍‌ ହରାଇ ୧୬୪ ରନ୍‌ ସଂଗ୍ରହ କରିଥିଲା । ଜବାବରେ ଭାରତ ୧୯ ଓଭରରେ ୩ ୱିକେଟ୍‌ ହରାଇ ଆବଶ୍ୟକ ରନ୍‌ ସଂଗ୍ରହ କରି ନେଇଥିଲା । ଏହି ବିଜୟ ସହ ଭାରତ ୨-୧ରେ ସିରିଜ ଅଗ୍ରଣୀ ହାସଲ କରିଛି ।

    ଏହି ମ୍ୟାଚ୍‌ରେ ବ୍ୟାଟିଂ ଆମନ୍ତ୍ରଣ ପାଇଥିବା ଘରୋଇ ଦଳ ପକ୍ଷରୁ ଦୁଇ ଓପନର ବ୍ରାଣ୍ଡନ କିଙ୍ଗ୍‌ ଓ କେଲି ମେୟର୍ସ ଆକ୍ରମଣାତ୍ମକ ସଟ୍‌ମାନ ଖେଳି ୫୭ ରନ୍‌ ସଂଗ୍ରହ କରିଥିଲେ । ବ୍ୟକ୍ତିଗତ ୨୦ ରନ୍‌ କରି କିଙ୍ଗ୍‌ ଆଉଟ୍‌ ହୋଇଥିଲେ । ଏହାପରେ ବ୍ୟାଟିଂ କରିବାକୁ ଆସିଥିବା ନିକୋଲାସ ପୂରନ ଅପରାଜିତ ମେୟର୍ସଙ୍କ ସହ ମିଶି ୫୦ ରନ୍‌ର ଭାଗିଦାରୀ ଗଢିଥିଲେ । ମେୟର୍ସ ଅର୍ଦ୍ଧଶତକ ଅର୍ଜନ କରିଥିଲେ । ଦଳୀୟ ସ୍କୋର ୧୦୭ବେଳେ ବ୍ୟକ୍ତିଗତ ୨୨(୨ଚୌକା, ୧ଛକା) ରନ୍‌ କରି ପୂରନ ଆଉଟ୍‌ ହୋଇଥିଲେ । ମେୟର୍ସ ୮ ଚୌକା ଓ ୪ ଛକା ବର୍ଷା ବଳରେ ୭୩ ରନ୍‌ କରି ଆଉଟ୍‌ ହେବା ବେଳକୁ ଦଳୀୟ ସ୍କୋରକୁ ୧୨୮ରେ ପହଞ୍ଚାଇଥିଲେ ।

    ଅନ୍ତିମ ଭାଗରେ ରୋଭମାନ ପାୱେଲ୍‌ ଓ ସିମରନ ହେତମେୟର ଉପଯୋଗୀ ରନ୍‌ ସଂଗ୍ରହ କରିବାଫଳରେ ଦଳୀୟ ସ୍କୋର ୧୬୪ରେ ପହଞ୍ଚିଥିଲା । ପାୱେଲ୍‌ ୨୩(୨ଚୌକା, ୧ଛକା) ଓ ହେତମେୟର ୨୦(୨ଛକା) ରନ୍‌ କରି ଆଉଟ୍‌ ହୋଇଥିଲେ । ଜବାବରେ ଭାରତ ପ୍ରାରମ୍ଭରୁ ଆକ୍ରମଣାତ୍ମକ ବ୍ୟାଟିଂ କରିଥିଲା । ରୋହିତ ଶର୍ମା ୧୧(୧ଚୌକା, ୧ଛକା) ରନ୍‌ କରିଥିବାବେଳେ ଆହତ ହୋଇ ପାଭିଲିୟନ ଫେରିଥିଲେ । ଏହାପରେ ବ୍ୟାଟିଂ କରିବାକୁ ଆସିଥିବା ଶ୍ରେୟାସ ଆୟର ଅପରାଜିତ ଓପନର ସୂର୍ୟ୍ୟକୁମାର ଯାଦବଙ୍କ ସହ ମିଶି ସ୍ଥିତି ସୁଧାରିଥିଲେ । ସୂର୍ୟ୍ୟକୁମାରଙ୍କୁ ଅଟକାଇବା ୱେଷ୍ଟ ଇଣ୍ଡିଜ୍‌ ବୋଲରଙ୍କ ପକ୍ଷରେ ସମ୍ଭବ ନ ଥିଲା । ସେ ଦର୍ଶନୀୟ ସଟ୍‌ମାନ ଖେଳି ୨୬ଟି ବଲ୍‌ରୁ ଅର୍ଦ୍ଧଶତକ ଅର୍ଜନ କରିଥିଲେ । ଦଳୀୟ ସ୍କୋର ୧୦୫ବେଳେ ପ୍ରଥମ ୱିକେଟ୍‌ର ପତନ ଘଟିଥିଲା । ଆୟର ୨୪(୨ଚୌକା) ରନ୍‌ କରି ଆଉଟ୍‌ ହୋଇଥିଲେ । ପରବର୍ତ୍ତୀ ବ୍ୟାଟର ରିଷଭ ପନ୍ତ ଅପରାଜିତ

    ସୂର୍ୟ୍ୟକୁମାରଙ୍କ ସହ ମିଶି ଦଳୀୟ ସ୍କୋରକୁ ୧୩୫ରେ ପହଞ୍ଚାଇଥିଲେ । ସୂର୍ୟ୍ୟକୁମାର ୪୪ଟି ବଲ୍‌ରୁ ୮ଚୌକା ଓ ୪ ଛକା ବଳରେ ୭୬ ରନ୍‌ କରି ଆଉଟ୍‌ ହୋଇଥିଲେ । ପନ୍ତ ଅପରାଜିତ ରହି ଦଳକୁ ବିଜୟୀ କରାଇଥିଲେ । ସେ ୨୬ଟି ବଲ୍‌ରୁ ୩୩(୩ଚୌକା, ୧ଛକା) ରନ୍‌ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ହାର୍ଦ୍ଦିକ ପାଣ୍ଡ୍ୟା ୪ ଓ ଦୀପକ ହୁଡ଼ା ଅପରାଜିତ ୧୦ ରନ୍‌ କରିଥିଲେ ।

    Maximum 500 characters

    ଖେଳ ଖବର View all

    Find Us on Facebook