Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଖେଳ ଖବର

ମୁଖ୍ୟ ଖବର

    ଆଜି ଭାରତ-ଦ. ଆଫ୍ରିକା ଅନ୍ତିମ ​ଟ୍ବେଣ୍ଟି-୨୦​‌

    Share on :
    ajab-Image
    Date: Jun 19, 2022    Views: 4340

    ବେଙ୍ଗାଲୁରୁ: ଭାରତ ବିପକ୍ଷରେ ପ୍ରଥମ ଟ୍ବେଣ୍ଟି୨୦ ମ୍ୟାଚ୍‌ରେ ୨୧୨ ରନ୍‌ ଏବଂ ବାରବାଟୀର ଧିମା ପିଚ୍‌ରେ ୧୪୯ ରନ୍‌ର ପିଛାକରି ଦକ୍ଷିଣ ଆଫ୍ରିକା ଜିତିଥିଲା। ଏହାପରେ ବହୁତ କମ୍‌ ଭାରତୀୟ କ୍ରିକେଟ୍‌ପ୍ରେମୀ ଆଶା ରଖିଥିଲେ ଯେ ଶୃଙ୍ଖଳାରେ ଭାରତ ପ୍ରତ୍ୟାବର୍ତ୍ତନ କରିବ ବୋଲି। ପ୍ରମୁଖ ଖେଳାଳିଙ୍କ ଅନୁପସ୍ଥିତିରେ ଶୃଙ୍ଖଳା ବଞ୍ଚାଇବା ଭାରତ ପାଇଁ କାଠିକର ପାଠ ଥିଲା। ହେଲେ ପରବର୍ତ୍ତୀ ୨ଟି ମ୍ୟାଚ୍‌ରେ ଘାଇଲା ବାଘ ପରି ଭାରତ ପ୍ରତ୍ୟାବର୍ତ୍ତନ କରିଥିଲା ଏବଂ ୪୭ ଓ ୮୨ ରନ୍‌ର ବଡ଼ ବ୍ୟବଧାନରେ ପରବର୍ତ୍ତୀ ୨ଟି ମ୍ୟାଚ୍‌ ଜିତିଥିଲା। ଶୃଙ୍ଖଳା ଏବେ ୨-୨ ସ୍ଥିତିରେ ରହିଛି। ରବିବାର ଏଠାରେ ୫ମ ତଥା ଅନ୍ତିମ ​ଟ୍ବେଣ୍ଟି୨୦​‌ ମ୍ୟାଚ୍‌ ଖେଳାଯିବ। ଏହି ମ୍ୟାଚ୍‌ ଏକ ଟୁର୍ଣ୍ଣାମେଣ୍ଟର ଫାଇନାଲ ଭଳି। ଯେଉଁ ଦଳ ଜିତିବ; ସେହିଦଳ ଟ୍ରଫି ହାତେଇନେବ। କ୍ରମାଗତ ୨ଟି ମ୍ୟାଚ୍‌ ଜିତି ଭାରତ ଯେପରି ଦୃଢ଼ ମନୋବଳରେ ରହିଛି; ରବିବାର ଏହାକୁ ପରାସ୍ତ କରିବାକୁ ହେଲେ ଦକ୍ଷିଣ ଆଫ୍ରିକାକୁ ତା’ର ଶ୍ରେଷ୍ଠ ପ୍ରଦର୍ଶନ କରିବାକୁ ପଡ଼ିବ।

    Maximum 500 characters

    ଖେଳ ଖବର View all

    Find Us on Facebook