Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଖେଳ ଖବର

ମୁଖ୍ୟ ଖବର

    ଆଜି ନ୍ୟୁଜିଲାଣ୍ଡ ବିପକ୍ଷ ଅନ୍ତିମ ଟି-୨୦

    Share on :
    ajab-Image
    Date: Nov 21, 2021    Views: 3796

    କୋଲକାତା: ଭାରତୀୟ କ୍ରିକେଟ୍‌ ଟିମ୍‌ ରବିବାର ନ୍ୟୁଜିଲାଣ୍ଡ ବିପକ୍ଷରେ ଟି-୨୦ ଅନ୍ତର୍ଜାତୀୟ ଶୃଙ୍ଖଳାର ୩ୟ ତଥା ଅନ୍ତିମ ମ୍ୟାଚ୍‌ ଖେଳିବ। ପୂର୍ବରୁ ଭାରତୀୟ ଦଳ ଚଳିତ ଶୃଙ୍ଖଳାରେ ୨-୦ରେ ଅଗ୍ରଣୀ ଥିବା ବେଳ ଶେଷ ମ୍ୟାଚ୍‌କୁ ଜିତିବାକୁ ଉଦ୍ୟମ କରିବ। ଅପରପକ୍ଷେ ନ୍ୟୁଜିଲାଣ୍ଡ ଆତ୍ମସମ୍ମାନ ପାଇଁ ଶେଷ ମୁକାବିଲାକୁ ହାତେଇବାକୁ ଚାହିଁବ। ରାତି ୭ଟାରେ ଏହି ମ୍ୟାଚ୍‌ କୋଲକାତାର ଇର୍ଡେନ ଗାର୍ଡେନରେ ଖେଳାଯିବ।

    ଭାରତ ପ୍ରଥମ ମ୍ୟାଚରେ ନ୍ୟୁଜିଲାଣ୍ଡକୁ ୫ ୱିକେଟ୍‌ରେ ପରାସ୍ତ କରିଥିବା ବେଳେ ୨ୟ ମ୍ୟାଚରେ ୭ ୱିକେଟ୍‌ରେ ହରାଇଥିଲା। ତେଣୁ ଅଧିନାୟକ ରୋହିତ ଶର୍ମାଙ୍କ ଦଳର ମନୋବଳ ବଢ଼ିଯାଇଛି।     

    ଭାରତ: ରୋହିତ ଶର୍ମା (ଅଧିନାୟକ), କେଏଲ୍ ରାହୁଲ, ଋତୁରାଜ ଗାଏକ୍ବାଡ୍, ସୂର୍ୟ୍ୟକୁମାର ଯାଦବ, ଋଷଭ ପନ୍ତ, ଭେଙ୍କଟେଶ ଆୟର, ଅକ୍ଷର ପଟେଲ, ରବିଚନ୍ଦ୍ରନ ଅଶ୍ବିନ, ୟୁଜବେନ୍ଦ୍ର ଚହଲ, ଦୀପକ ଚହର, ହର୍ଷଲ ପଟେଲ।

    ନ୍ୟୁଜିଲାଣ୍ଡ: ଟିମ୍ ସାଉଦୀ (ଅଧିନାୟକ), ମାର୍ଟିନ ଗପ୍ଟିଲ, ଡାରେଲ ମିଚେଲ, ଗ୍ଲେନ୍ ଫିଲିପ୍ସ, ଟିମ୍ ସେଫର୍ଟ, ଟଡ୍ ଆସ୍‌ଲେ, ମାର୍କ ଚାପମ୍ୟାନ୍, ଲୋକି ଫର୍ଗୁସନ୍, ଆଦାମ ମିଲନେ, କାଇଲ ଜାମିସନ୍, ଜିମି ନୀସାମ, ମିଚେଲ ସାଣ୍ଟନର, ଈଶ୍ ସୋଢି।

    Maximum 500 characters

    ଖେଳ ଖବର View all

    Find Us on Facebook