Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ବିଶେଷ

ମୁଖ୍ୟ ଖବର

    ଏହି ଅଙ୍ଗ ଡେଇଁବା ଦିଏ ଚାକିରି ଠାରୁ ଆରମ୍ଭ କରି ବିବାହର ସଙ୍କେତ

    Share on :
    ajab-Image
    Date: Oct 31, 2025    Views: 3071

    ଅନେକ ସମୟରେ ଏପରି ଦେଖାଯାଏ, ଶରୀରର କେତେକ ଅଙ୍ଗ ଯେପରି ଆଖି, କାନ, ନାକ ଡେଇଁଥାଏ। ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଏହି ସମସ୍ତ ଅଙ୍ଗ ଡେଇଁବା ଦ୍ୱାରା ବିଭିନ୍ନ ସଙ୍କେତ ଦେଇଥାଏ। ତେବେ ଜାଣନ୍ତୁ ଶରୀରର କେଉଁ ଅଙ୍ଗ ଡେଇଁଲେ କି ସଙ୍କେତ ମିଳେ..

    କୁହାଯାଏ, ସମ୍ପୂର୍ଣ୍ଣ ମସ୍ତକ କିମ୍ବା ମଥା ଡେଇଁବା ଦ୍ୱାରା ଦୂର ସ୍ଥାନ ଯାତ୍ରା କରିବାର ସଙ୍କେତ ଦେଇଥାଏ। ଯାତ୍ରା ସମୟରେ ଭାବି ଚିନ୍ତି ସମସ୍ତ ନିଷ୍ପତ୍ତି ନେବେ। ମଥାର ମଧ୍ୟ ଭାଗ ଡେଇଁବା ଦ୍ୱାରା ଧନ ପ୍ରାପ୍ତି ହୋଇଥାଏ। ବିଭିନ୍ନ ସମସ୍ୟାରୁ ମଧ୍ୟ ମୁକ୍ତି ମିଳିଥାଏ। ସରକାରୀ ଚାକିରି ହେବାର ମଧ୍ୟ ସଙ୍କେତ ଦେଇଥାଏ। ଏହି ସମୟରେ ଯାତ୍ରା ମଧ୍ୟ ଲାଭଦାୟକ ହୋଇଥାଏ। ଧନ ପ୍ରାପ୍ତି ହୋଇଥାଏ।

    ଆଇବ୍ରୋର ମଧ୍ୟ ଭାଗ ଡେଇଁବା ମନ ପସନ୍ଦର ଜୀବନ ସାଥୀ ମିଳିବାର ସଙ୍କେତ ଦେଇଥାଏ। ନଚେତ୍‌‌ ବିବାହ ସ୍ଥିର ହୋଇଥାଏ। ଆଇବ୍ରୋ ସ୍ଥାନ ଡେଇଁବା ଭଳି ଅନୁଭବ ହେଲେ ସମସ୍ତ ମନସ୍କାମନା ପୂରଣ ହୋଇଥାଏ।
    ସେହିପରି ଡାହାଣ ଆଖିର ମଧ୍ୟ ଭାଗ ଡେଇଁବା ଦ୍ୱାରା ସଫଳତା ପ୍ରାପ୍ତି ହେବାର ସଙ୍କେତ ଦେଇଥାଏ। ଧନ ପ୍ରାପ୍ତି ହୋଇଥାଏ। ଡାହାଣ ଆଖିର ଚାରି ପାଖ ଡେଇଁବା ଦ୍ୱାରା ସ୍ୱାସ୍ଥ୍ୟ ଜନିତ ସମସ୍ୟା ସୃଷ୍ଟି ହେବାର ସଙ୍କେତ ଦେଇଥାଏ। ବାମ ପଟ ଆଖି ଚାରିପଟ ଡେଇଁବା ଦ୍ୱାରା ବିବାହ ହେବାର ସଙ୍କେତ ଦେଇଥାଏ।
    ନାକ ଡେଇଁବା ଦ୍ୱାରା ବ୍ୟବସାୟରେ ଉନ୍ନତି ହେବାର ସଙ୍କେତ ଦେଇଥାଏ। ନାକର ଶେଷ ଅଂଶ ଡେଇଁବା ଦ୍ୱାରା କଳହ ହେବାର ସଙ୍କେତ ଦେଇଥାଏ। ଡାହାଣ ନାକର ନାକପୁଡା ଡେଇଁବା ସାଙ୍ଗ ସହ ଦେଖା ହେବାର ସଙ୍କେତ ଦେଇଥାଏ।

    Maximum 500 characters

    ବିଶେଷ View all

    Find Us on Facebook