Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ରୁଟ କେନାଲ ସର୍ଜରୀ ଯୋଗୁଁ ବିଗିଡ଼ି ଗଲା ଅଭିନେତ୍ରୀଙ୍କ ଚେହେରା

    Share on :
    ajab-Image
    Date: Jun 21, 2022    Views: 4253

    କନ୍ନଡ଼ ଅଭିନେତ୍ରୀ ସ୍ୱାତୀ ସତୀଶ ନିକଟରେ ରୁଟ କେନାଲ ସର୍ଜରୀ କରାଇଥିଲେ । ତେବେ ସେହି ସର୍ଜରୀ ତାଙ୍କୁ ମହଙ୍ଗା ପଡ଼ିଛି । ଭୁଲ ଚିକିସôା ଯୋଗୁଁ ତାଙ୍କର ଚେହେରା ବିଗିଡ଼ି ଯାଇଛି । ବେଙ୍ଗାଲୁରୁର ବାସିନ୍ଦା ସ୍ୱାତୀ ନିକଟରେ ହିଁ ରୁଟ କେନାଲ ସର୍ଜରୀ କରାଇଥିଲେ । ଏହାପରେ ତାଙ୍କର ପୁରା ମୁହଁ ଫୁଲିଯାଇଥିଲା ଓ ଯନ୍ତ୍ରଣା ହୋଇଥିଲା । ଡ଼ାକ୍ତର ତାଙ୍କୁ ୨-୩ ଦିନ ପରେ ଫୁଲା କମି ଚେହେରା ଠିକ ହୋଇଯିବାର ଆଶ୍ୱାସନା ଦେଇଥିଲେ । କିନ୍ତୁ ସର୍ଜରୀକୁ ତିନି ସପ୍ତାହ ହୋଇଯାଇଥିଲେ ମଧ୍ୟ ତାଙ୍କ ଚେହେରାରେ କୌଣସି ପରିବର୍ତ୍ତନ ହୋଇନଥିଲା । ଚେହେରା ପୁରା ବିଗିଡ଼ି ଯିବାରୁ ତାଙ୍କୁ ଚିହ୍ନିବା ମଧ୍ୟ କଷ୍ଟକର ହେଉଛି । ତାଙ୍କର ଅନେକ ଫିଲ୍ମ ରିଲିଜ ହେବାରଥିବାବେଳେ ସେ ପ୍ରୋମୋସନ ପାଇଁ ବାହାରକୁ ଯାଇପାରୁନାହାନ୍ତି । ଉକ୍ତ କ୍ଲିନିକ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନେବାକୁ ସ୍ଥିର କରିଛନ୍ତି ।

    ଏହା ପୂର୍ବରୁ ଚଳିତ ବର୍ଷ ୨୨ ବର୍ଷିୟା କନ୍ନଡ଼ ଅଭିନେତ୍ରୀ ଚେତନା ରାଜ ଚର୍ବି ହ୍ରାସ ପାଇଁ ସର୍ଜରୀ କରାଇବା ପରେ ପ୍ରାଣ ହରାଇଥିଲେ । 

    Maximum 500 characters

    ଦେଶ ବିଦେଶ View all

    Find Us on Facebook