ମୁଖ୍ୟ ଖବର
ସିଦ୍ଧି: ମଧ୍ୟପ୍ରଦେଶର ମର୍ମନ୍ତୁଦ ବସ ଦୁର୍ଘଟଣା ପରିପ୍ରେକ୍ଷୀରେ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନଙ୍କ ସିଦ୍ଧିଗସ୍ତ ବେଳେ ସର୍କିଟ ହାଉସରେ ଅବସ୍ଥାନ କରିଥିଲେ । ଏହି ସମୟରେ ସର୍କିଟ ହାଉସରେ ଅବ୍ୟବସ୍ଥା, ପାଣି ଟାଙ୍କିରୁ ଓଭରଫ୍ଲୋ ଏବଂ ମଶା କାମୁଡ଼ିବା କାରଣରୁ ମୁଖ୍ୟମନ୍ତ୍ରୀ ଅସନ୍ତୋଷ ପ୍ରକାଶ କରିଥିଲେ । ଫଳରେ ରିବା କମିସନର ରାଜେଶ ଜୈନ ସର୍କିଟ ହାଉସ ଦାୟିତ୍ୱରେ ଥିବା ଇଞ୍ଜିନିୟର ବାବୁଲାଲ ଗୁପ୍ତାଙ୍କୁ ତୁରନ୍ତ ସସପେଣ୍ଡ କରିଥିଲେ । କେବଳ ସେତିକି ନୁହେଁ ଲୋକ ନିର୍ମାଣ ବିଭାଗର ଇଞ୍ଜିନିୟର ଦେବେନ୍ଦ୍ର କୁମାର ସିଂହଙ୍କ ବାର୍ଷିକ ଦରମା ବୃଦ୍ଧିରେ ମଧ୍ୟ ଅଙ୍କୁଶ କରାଯାଇଛି । ସୂଚନା ଯୋଗ୍ୟ ମଙ୍ଗଳବାର ସିଦ୍ଧିରେ ମର୍ମନ୍ତୁଦ ବସ ଦୁର୍ଘଟଣାରେ ୫୨ ଜଣ ପ୍ରାଣ ହରାଇଥିଲେ । ପରଦିନ ଅନୁଧ୍ୟାନ ପାଇଁ ମୁଖ୍ୟମନ୍ତ୍ରୀ ଏଠାକୁ ଆସିଥିଲେ ।
Comments ସମସ୍ତ ମତାମତ