Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ସାହାରପଡା ଫାଣ୍ଡି ଅଧିକାରୀ ନିଲମ୍ବିତ

    Share on :
    ajab-Image
    Date: Oct 4, 2026    Views: 2668

    ପାଟଣା: ଏସପିଙ୍କ ନିର୍ଦ୍ଦେଶର ଅବମାନନା ଓ କର୍ତ୍ତବ୍ୟରେ ଅବହେଳା କାରଣ ଦର୍ଶାଇ ଆଜି କେନ୍ଦୁଝର ଏସ ପି ସାହାରପଡା ଫାଣ୍ଡି ଅଧିକାରୀ ପାର୍ତ୍ତୋ ଓରାମଙ୍କୁ ନିଲମ୍ବିତ କରିଛନ୍ତି। ପାଟଣା ଥାନାରେ କାର୍ଯ୍ୟରତ ଜଣେ ମହିଳା କନଷ୍ଟେବଳଙ୍କ ସ୍ଵାମୀଙ୍କ ଗୁଳି କାଣ୍ଡରେ ମୃତ୍ୟୁ ପରେ ପୁଲିସ ପକ୍ଷରୁ ବିଭିନ୍ନ ସ୍ଥାନରେ ନାକାବନ୍ଦି ଚାଲିଥିବା ବେଳେ ଆଜି ପୂର୍ବାହ୍ନ ୯ ଟାରୁ ଅପରାହ୍ନ ୨ଟା ଯାଏଁ ନାକାବନ୍ଦୀ କରାଯିବାର ଥିଲା। ମାତ୍ର ଦିନ ୯ଟାରୁ ୧ ଟା ପର୍ଯ୍ୟନ୍ତ ନାକାବନ୍ଦି ପରେ ଫାଣ୍ଡି ଅଧିକାରୀ ଫାଣ୍ଡିକୁ ଫେରି ଆସିଥିବା ନିଜେ ଏସ ପି ଦେଖିବାକୁ ପାଇଥିଲେ । ଏସ ପି କରଞ୍ଜିଆ ପଟୁ ସାହାରପଡା କୁ ଆସି ଏହା ଜାଣିବା ପରେ ଫାଣ୍ଡି ଅଧିକାରୀ ଙ୍କୁ ନିଲମ୍ବିତ କରିବା ସହ ପାଟଣା ଥାନାଧିକାରୀ କିରଣ ପ୍ରସାଦ ସାହୁ ଙ୍କୁ ଜିଲ୍ଲା ମୁଖ୍ୟାଳୟ କୁ ନେଇଥିବା ସୂଚନା ମିଳିଛି। ସୂଚନା ଯୋଗ୍ୟ ଯେ ଗତ ୨ ଦିନ ହେଲା ପାଟଣା, ତୁରୁମୁଙ୍ଗା,ଘଟଗାଁ ଓ ସଦର ଥାନା ଇଲାକାରେ ପୁଲିସ ପକ୍ଷରୁ ପୂର୍ବାହ୍ନ ୯ ଟାରୁ ଅପରାହ୍ନ ୨ ଟା ଏବଂ ସନ୍ଧ୍ୟା ୫ଟା ରୁ ରାତି ୧୧ଟା ଯାଏ ନିଜ ନିଜ ଥାନା ଅଞ୍ଚଳର ପ୍ରମୁଖ ସ୍ଥାନ ମାନଙ୍କରେ ନାକାବନ୍ଦି କରାଯାଉଥିବା ଦେଖିବାକୁ ମିଳିଛି।

    Maximum 500 characters

    ରାଜ୍ୟ ଖବର View all

    Find Us on Facebook