Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ଅରୁଣ, ସୁଜିତ ନିଲମ୍ୱିତ

    Share on :
    ajab-Image
    Date: Sep 26, 2026    Views: 3533

    ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ  ମୋହନ ଚରଣ ମାଝୀଙ୍କ ନିର୍ଦ୍ଦେଶରେ ଦୁଇଟି ଭିନ୍ନ ଘଟଣାରେ ଦୁଇ ଜଣ ବରିଷ୍ଠ ଅଧିକାରୀଙ୍କୁ ନିଲମ୍ୱିତ କରାଯାଇଛି । ଏହି ନିଲମ୍ୱନ ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ଅନୁମୋଦନ କରିଛନ୍ତି ।

    ବାଣିଜ୍ୟ ଓ ପରିବହନ ବିଭାଗର ଅତିରିକ୍ତ ସଚିବ ଶ୍ରୀ ଅରୁଣ କୁମାର ବିଶ୍ୱାଳ ଗିରଫ୍ ହୋଇ ଜେଲ୍‌ରେ ଥିଲେ ।  ସେହିପରି, କଟକ ସର୍କଲ ଜେଲ୍‌ର ସିନିଅର ସୁପରିନ୍‌ଟେଣ୍ଡେଣ୍ଟ ଶ୍ରୀ ସୁଜିତ କୁମାର ରାଉଳ ମଧ୍ୟ ଗିରଫ୍ ହୋଇ ଜେଲ୍‌ କଷ୍ଟୋଡିରେ ଅଛନ୍ତି । ସରକାରଙ୍କ ନିୟମ ଦୃଷ୍ଟିରୁ ଏହି ଉଭୟ ଅଧିକାରୀ ୪୮ ଘଣ୍ଟାରୁ ଅଧିକ ସମୟ ଧରି ଜେଲ୍‌ରେ ରହିଥିବାରୁ ଉଭୟଙ୍କୁ ନିଲମ୍ୱିତ କରାଯାଇଛି ।

    Maximum 500 characters

    ରାଜ୍ୟ ଖବର View all

    Find Us on Facebook