Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ପୀତବାସ ପଣ୍ଡା ହତ୍ୟା ମାମଲା, ଜେଲ୍‌ ଡାକ୍ତର ନିଲମ୍ବିତ

    Share on :
    ajab-Image
    Date: Sep 20, 2026    Views: 3187

    ବ୍ରହ୍ମପୁର: ପୀତବାସ ପଣ୍ଡା ହତ୍ୟା ମାମଲାରେ ସାକ୍ଷୀଙ୍କୁ ଧମକ ଦେବା ଘଟଣାରେ ଜେଲ୍ ଡାକ୍ତର ସୁଶାନ୍ତ କୁମାର ପାଣିଗ୍ରାହୀଙ୍କ ଉପରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ହୋଇଛି । ଡାକ୍ତର ପାଣିଗ୍ରାହୀଙ୍କୁ କାର୍ଯ୍ୟରୁ ନିଲମ୍ବନ କରିଛି  ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ । ନିଲମ୍ବନ ସମୟରେ ସେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ବ୍ରହ୍ମପୁର ସିଟି ହସ୍ପିଟାଲରେ ରହିବେ । ସେ ହେଡ୍‌କ୍ବାର୍ଟର ଛାଡିଲେ ଉପରିସ୍ଥ ଅଧିକାରୀଙ୍କ ଅନୁମତି ନେବାକୁ ନିର୍ଦ୍ଦେଶ ରହିଛି ।

    ସୂଚନାଯୋଗ୍ୟ ଯେ, ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ଘଟଣାରେ ପୂର୍ବତନ ବିଧାୟକ ବିକ୍ରମ କୁମାର ପଣ୍ଡା ଜେଲ୍ରେ ଥିଲେ । ଅଗଷ୍ଟ ୨୮ ତାରିଖରେ ଜେଲ୍ରୁ ବିକ୍ରମ ପଣ୍ଡା, ବିଜେଡି ନେତା ମଦନ ଦଳେଇ ଏବଂ ଅନ୍ୟମାନେ ଡାକ୍ତର ସୁଶାନ୍ତ ପାଣିଗ୍ରାହୀଙ୍କ ମୋବାଇଲ୍ ଫୋନ୍ରୁ ଜଣେ ସାକ୍ଷୀ ଲଳିତ ମଙ୍ଗରାଜଙ୍କୁ ଫୋନ୍ କରିଥିଲେ । ସାକ୍ଷୀ ନଦେବାକୁ ସେମାନେ ଧମକ ଦେଇଥିବା ନେଇ ଲଳିତ ଗୋସାଇଁନୂଆଗାଁ ଥାନାରେ ଗତ ୧ ତାରିଖରେ ଏତଲା ଦେଇଥିଲେ । ଲଳିତ ଗତ ୧ ତାରିଖରେ ଏତଲା ଦେବା ପରେ ଏହାର ତଦନ୍ତ ଆରମ୍ଭ ହୋଇଥିଲା । ପୁଲିସ ସମସ୍ତ ଟେକ୍ନିକାଲ ତଥ୍ୟ ଓ ପ୍ରମାଣକୁ ଆଧାର କରି ଜେଲ୍ ଡାକ୍ତର ଏବଂ ଅନ୍ୟ ଅଭିଯୁକ୍ତଙ୍କ ନାମରେ ମାମଲା ରୁଜୁ କରିଛି । ଗୁରୁବାର ଡାକ୍ତର ପାଣିଗ୍ରାହୀଙ୍କ ମୋବାଇଲ୍ ଫୋନ୍ ଜବତ କରିବା ସହ ତାଙ୍କୁ ନୋଟିସ୍ରେ ଥାନାରୁ ଛାଡିଥିବା ଜଣାପଡିଛି । ଜଣେ ସରକାରୀ ଅଧିକାରୀ ହୋଇ ଜେଲ୍ ଭିତରକୁ ମୋବାଇଲ୍ ନେବା ଏବଂ ଜଣେ ଅଭିଯୁକ୍ତଙ୍କୁ ସହଯୋଗ କରି ସାକ୍ଷୀଙ୍କ ସହ କଥା କରାଇଥିବାରୁ ଡାକ୍ତର ପାଣିଗ୍ରାହୀଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ପାଇଁ ସ୍ୱାସ୍ଥ୍ୟ ବିଭାଗକୁ ଚିଠି ଲେଖିଥିଲେ ବ୍ରହ୍ମପୁର ଏସ୍ପି ଡା.ସରବଣା ବିବେକ ଏମ୍ ।

    Maximum 500 characters

    ରାଜ୍ୟ ଖବର View all

    Find Us on Facebook