Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ଛାତ୍ରଙ୍କୁ ନୋଟିସ ପଠାଇଥିବା ମାଜିଷ୍ଟ୍ରେଟ ନିଲମ୍ବିତ

    Share on :
    ajab-Image
    Date: Sep 12, 2026    Views: 2455

    ନୂଆଦିଲ୍ଲୀ: ନିଟ୍-ୟୁଜି ପ୍ରଶ୍ନପତ୍ର ପ୍ରଘଟ ବିରୋଧୀ ବିକ୍ଷୋଭ ପ୍ରଦର୍ଶନରେ ସାମିଲ ହେବାକୁ ନେଇ ଦ୍ବିତୀୟ ବର୍ଷର ଆଇନ ଛାତ୍ରଙ୍କୁ ନୋଟିସ ପଠାଇଥିବା କାର୍ଯ୍ୟନିର୍ବାହୀ ମାଜିଷ୍ଟ୍ରେଟଙ୍କୁ ଉତ୍ତର ପ୍ରଦେଶ ସରକାର ନିଲମ୍ବନ କରିଛନ୍ତି। ସୁପ୍ରିମକୋର୍ଟଙ୍କୁ ରାଜ୍ୟ ସରକାରଙ୍କ ପକ୍ଷରୁ ସଲିସିଟର ଜେନେରାଲ (ଏସଜି) ତୁଷାର ମେହେଟା ଏହି ସୂଚନା ଦେଇଛନ୍ତି। ଏହି ମାମଲାରେ ଜିଲାପାଳଙ୍କ କୌଣସି ଭୂମିକା ନ ଥିବା ମଧ୍ୟ ଜଣାଇଛନ୍ତି। ସୂଚନାଯୋଗ୍ୟ ଯେ ସୁପ୍ରିିମକୋର୍ଟରେ ଏ ସମ୍ବନ୍ଧିତ ମାମଲାର ଶୁଣାଣି ଚାଲିଥିବାବେଳେ ଜଣେ ଓକିଲ ଛାତ୍ରଙ୍କୁ ନୋଟିସ ପଠା ଯାଇଥିବା ସୂଚନା ଦେଇଥିଲେ। ବିକ୍ଷୋଭ ସହ ଜଡ଼ିତ ସବୁ ଏତଲା ରଦ୍ଦ ଓ ନୂଆ ଏତଲା ଦାୟର ନ କରିବା ପାଇଁ ସର୍ବୋଚ୍ଚ ନ୍ୟାୟାଳୟ ମନା କରିଥିବାବେଳେ ଏହି ପଦକ୍ଷେପ ନିଆଯାଇଥିବା କହିଥିଲେ। ଏହାକୁ ନେଇ ପ୍ରଧାନ ବିଚାରପତି ସୂର୍ଯ୍ୟ କାନ୍ତଙ୍କ ନେତୃତ୍ବାଧୀନ ପୀଠ ରାଜ୍ୟ ସରକାରଙ୍କୁ ଜବାବ ମାଗିଥିଲେ।

    Maximum 500 characters

    ଦେଶ ବିଦେଶ View all

    Find Us on Facebook